ହୋଲି ଦିନ ରାତିରେ କରି ନିଅନ୍ତି ଏହି ଗୋଟିଏ ଗୁପ୍ତ ଉପାୟ । ସାରା ବର୍ଷ ଘରକୁ ଆସିବ ଟଙ୍କା !

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲି ଦିନ କରାଯାଉଥିବା ଉପାୟ ଖୁବ ଫଳପ୍ରଦ ହୋଇଥାଏ ଏବଂ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିଭଳି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ପିତା ଏବଂ ପୁତ୍ରର ସମ୍ପର୍କ ଅତ୍ୟନ୍ତ ମୂଲ୍ୟବାନ ଏବଂ ପବିତ୍ର ହୋଇଥାଏ । ମାତ୍ର ପୁରାଣରେ ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହ୍ଲାଦକୁ ଭଗବତ ଭକ୍ତି କରୁଥିବାରୁ ମାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଭଗବତ ଶକ୍ତିହିଁ ପ୍ରହ୍ଲାଦକୁ ରକ୍ଷା କରିଥିଲା । ଏହାର ଅର୍ଥ ଈଶ୍ୱରଙ୍କ ପ୍ରତି ବିଶ୍ଵାସ ଥିଲେ ଆପଣଙ୍କର କେହିବି କ୍ଷତି କରି ପାରିବେ ନାହିଁ । ହିରଣ୍ୟକଶ୍ୟପ ନିଜକୁ ଭଗବାନ ମାନୁଥିଲା ଏବଂ ସବୁ ଲୋକଙ୍କୁ ନିଜକୁ ପୂଜା କରିବାକୁ କହୁଥିଲା ।

କିନ୍ତୁ ହିରଣ୍ୟକଶ୍ୟପର ପୁତ୍ର ପ୍ରହ୍ଲାଦ ହରି ଭକ୍ତ ଥିବାରୁ ସେ ନିଜ ଭଉଣୀ ହୋଲିକାଙ୍କୁ ପ୍ରହ୍ଲାଦକୁ ମାରିବାକୁ ଆଦେଶ ଦେଲା । ହୋଲିକା ମାତାଙ୍କୁ ବର ପ୍ରାପ୍ତ ହୋଇଥିଲା ଯେ ଅଗ୍ନି ତାଙ୍କର କିଛି କରି ପାରିବ ନାହିଁ ।ତେଣୁ ସେ ପ୍ରହ୍ଲାଦକୁ ନେଇ ଅଗ୍ନିରେ ବସିଗଲେ । ସେତେବେଳେ ମଧ୍ୟ ପ୍ରହ୍ଲାଦ ଭଗବାନଙ୍କ ନାମ ଜପ କରିବାରେ ଲାଗିଥାଏ । ଏହାପରେ ହୋଲିକା ହିଁ ଅଗ୍ନିରେ ଜଳି ପାଉଁଶ ହୋଇଗଲା ଏବଂ ପ୍ରହ୍ଲାଦର ଜୀବନ ବଞ୍ଚିଗଲା । ତେଣୁ ସେହିଦିନ ଠାରୁ ହୋଲି ପର୍ବ ପାଳିତ ହୋଇ ଆସୁଛି । ଏହିଦିନ ଖରାପ ଶକ୍ତି ଉପରେ ଭଲ ଶକ୍ତିର ବିଜୟ ବୋଲି ମାନା ଯାଏ । ଏହିଦିନ ଯଦି ଯାହାକୁ ନାଲି ରଙ୍ଗର ଅବିର ଲଗାଯାଏ ତେବେ ସ୍ନେହ ପ୍ରେମ ମନୋଭାବ ଆସିଥାଏ ।

ହୋଲିକା ଦହନ ଅଗ୍ନିରେ ଯଦି ଆପଣ ଘରର ପୁରୁଣା ଅବ୍ୟବହୃତ ପୋଷାକକୁ ଜାଳି ଦିଅନ୍ତି ତେବେ ଘରୁ ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂରେଇ ଯିବ । ଏହାବ୍ୟତୀତ ଏହିଦିନ ହୋଲିକା ଦହନ ପାଉଁଶକୁ ବ୍ୟବହାର କରି ଆପଣ ଅନେକ ଉପାୟ କରି ପାରିବେ । ହୋଲିକା ଦହନ ପାଉଁଶ ଅତ୍ୟନ୍ତ ପବିତ୍ର ହୋଇଥାଏ । ମାତ୍ର ଏହି ଉପାୟ ଗୁଡ଼ିକୁ ଗୁପ୍ତ ରଖିବା ଆବଶ୍ୟକ ନଚେତ ତାହା ଫଳପ୍ରଦ ହେବନାହିଁ ।

୧ . ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଉପରେ କୌଣସି ଗ୍ରହ ଦୋଷ ରହିଛି ତେବେ ହୋଲିକା ଦହନ ପାଉଁଶକୁ ଥଣ୍ଡା ହେବାପରେ ଘରକୁ ନେଇ ଆସନ୍ତୁ ଏବଂ ପାଣିରେ ମିଶାଇ ସୋମବାର ଦିନ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଅଭିଷେକ କରନ୍ତୁ । ଏହାଦ୍ବାରା ଆପଣଙ୍କର କୌଣସିବି ଗ୍ରହ ଦୋଷ ଦୂର ହୋଇଯିବ ।

୨ . ଏପରି କୁହାଯାଇଛି ଯେ ହୋଲିକା ଦହନ ପାଉଁଶରେ ସବୁ ଦେବଦେବୀଙ୍କ ଆଶୀର୍ବାଦ ରହିଛି । ତେଣୁ ଏହାକୁ ଆପଣ ପ୍ରତ୍ୟେକ ଦିନ ମଥାରେ ଲଗାଇ ପାରିବେ । ଯଦି ଆପଣ ସେହି ପାଉଁଶକୁ ଆଣି ଘରର ସବୁ କୋଣରେ ସିଞ୍ଚି ଦିଅନ୍ତି ତେବେ ସବୁ ନକରାତ୍ମକତା ଦୂରେଇ ଯିବ ଏବଂ ଯଦି କେହି ତନ୍ତ୍ର ମନ୍ତ୍ର କରିଥିବେ ତାହା ମଧ୍ୟ କଟି ଯିବ ।

୩ . ଯଦି ଦୀର୍ଘ ସମୟ ହେବ ଘରେ କୌଣସି ଭଲ କାର୍ଯ୍ୟ କିମ୍ବା ଶୁଭ କାର୍ଯ୍ୟ ହୋଇପାରୁ ନାହିଁ ତେବେ ହୋଲିକା ଦହନ ପାଉଁଶକୁ ଆଣି ସେଥିରେ ଅଳ୍ପ ରାଇ ଏବଂ ଲୁଣ ମିଶାଇ ଘରେ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ଲାଭ ହେବା ସହିତ ଘରେ ନିଶ୍ଚିତ ଭାବରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ ।

୪ . ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେଉନାହିଁ କିମ୍ବା କେହି ବ୍ୟକ୍ତି ଯାହାକୁ ଆପଣ ଜାଣିଛନ୍ତି ସେ ଆପଣଙ୍କ ବ୍ୟବସାୟକୁ ବାନ୍ଧି ଦେଇଛନ୍ତି ତେବେ ହୋଲିକା ଦହନ ହେବାକୁ ଥିବା ସ୍ଥାନରେ ପୂର୍ବରୁ ଡାଳିମ୍ବ ପତ୍ରରେ ସେହି ବ୍ୟକ୍ତିର ନାମ ଲେଖି ଦିଅନ୍ତୁ । ତାହାକୁ ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *