କୋଟିପତି ହେବାକୁ ଚାହୁଁଥିଲେ ଚୁପଚାପ ହୋଲିକା ଦହନ ଅଗ୍ନିରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ।

ହୋଲିକା ଦହନ ଦିନ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ପୌରାଣିକ କଥା ଅନୁଯାୟୀ ଭଗବାନ ବିଷ୍ଣୁ ଯେତେବେଳେ ନୃସିଂହ ଅବତାର ଧାରଣ କରି ଭକ୍ତ ପ୍ରହ୍ଲାଦର ରକ୍ଷା କରିଥିଲେ , ସେହିଦିନ ଠାରୁ ହିଁ ହୋଲି ପର୍ବ ପାଳିତ ହୋଇ ଆସୁଛି । ହୋଲି ଦୁଇ ଦିନ ଧରି ପାଳିତ ହୋଇଥାଏ । ଆଗାମୀ ଦିନ ରଙ୍ଗ ହୋଲି ପାଳିତ ହୋଇଥାଏ । ଏପରି ମାନ୍ୟତା ରହିଛି ଯେ ହୋଲିକା ଦହନ ଦିନ ବର୍ଷର ସମାପ୍ତି ହୋଇଥାଏ ଏବଂ ଆଗାମୀ ଦିନ ଅର୍ଥାତ ହୋଲି ଦିନ ନୂଆ ବର୍ଷର ପ୍ରାରମ୍ଭ ହୋଇଥାଏ । ଯାହାକୁ ଅତି ଖୁସିର ସହିତ ଲୋକେ ପାଳିଥାନ୍ତି । ଏହିଦିନ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ ଅଟେ ନଚେତ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଏହିଦିନ କାହାକୁ ଟଙ୍କା ଦିଅନ୍ତୁ ନାହିଁ । ନଚେତ ଘରେ ଆର୍ଥିକ ସମସ୍ୟା ଦେଖା ଦେବ ।

ଯଦି ଜଣେ ମହିଳାଙ୍କର କେବଳ ଗୋଟିଏ ପୁତ୍ର ଅଛି ତେବେ ସେ ହୋଲିକା ଦହନ ନିଆଁ ଜାଳିବା ଉଚିତ ନୁହେଁ କିମ୍ବା ପାଖକୁ ମଧ୍ୟ ଯିବା ଉଚିତ ନୁହେଁ । ଦୁଇଟି ସନ୍ତାନ ଥିବା ମହିଳା ହୋଲିକା ଦହନ ଅଗ୍ନି ଜାଳି ପାରିବେ । ହୋଲିକା ଦହନ ଦିନ ଯାଦୁ , ତନ୍ତ୍ର ମନ୍ତ୍ର କରାଯାଇଥାଏ । ତେଣୁ ଏହିଦିନ କୌଣସି ଧଳା ରଙ୍ଗର ବସ୍ତୁ ସେବନ କରନ୍ତୁ ନାହିଁ । କାରଣ ଧଳା ବସ୍ତୁ ନକରାତ୍ମକତାକୁ ବହୁତ ଜଲଦି ଆକର୍ଷିତ କରିଥାଏ । ହୋଲିକା ଦହନ ଅଗ୍ନିରେ ଆମ୍ବ ଡାଳ କିମ୍ବା ବଟ ବୃକ୍ଷ ଡାଳ ଜାଳିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଆପଣ ଗୁଲର କିମ୍ବା ଅରଣ୍ଡି ଗଛ ଜାଳି ପାରିବେ । ଏହି ସମୟରେ ମହିଳା ନିଜ କେଶ ଛାଡ଼ିବା ଉଚିତ ନୁହେଁ ଏବଂ ଢାଙ୍କି ରଖିବା ଉଚିତ ।

ପୁତ୍ରର ଦୀର୍ଘ ଆୟୁଷ କାମନା ପାଇଁ ହୋଲିକା ଦହନ ଅଗ୍ନିରେ ଗହମ ଅର୍ପିତ କରନ୍ତୁ । ହୋଲିକା ଦହନ ନିଜ ନିଜ ମା’ଙ୍କୁ ଅପମାନିତ କରନ୍ତୁ ନାହିଁ ତାଙ୍କୁ ଗିଫ୍ଟ ଦିଅନ୍ତୁ ଏବଂ ଚରଣ ସ୍ପର୍ଶ କରନ୍ତୁ । ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କୁ ଧନ ଏବଂ ମାନ ସମ୍ମାନ ପ୍ରାପ୍ତ ହେବ । ଏହିଦିନ ମନୁଷ୍ୟ ନିଜ ପରିବାର ନିମନ୍ତେ କୌଣସି କାମନା କରି ହୋଲିକା ଦହନ ଅଗ୍ନିରେ କିଛି ନା କିଛି ଅର୍ପିତ କରିବା ଉଚିତ । ଏହାବ୍ୟତୀତ ଗହମ ଏବଂ ଗୁଡ଼ ରୋଟି କିମ୍ବା ମାଲପୁଆ ଖାଇବା ଉଚିତ । ଏହାବ୍ୟତୀତ ଏହିଦିନ ତିଳ ସେବନ କଲେ ଶନି ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ହୋଲିକା ଦହନ ସମୟ ମାର୍ଚ୍ଚ ୧୭ ମଧ୍ୟରାତ୍ରରେ ରହିଛି । ଯାହାକି ଏକ ଘଣ୍ଟା ଦଶ ମିନିଟ ରହିଛି ।

ଏହି ସମୟରେ ହୋଲିକା ଦହନ କଲେ ଜୀବନର ତମାମ ସମସ୍ୟା ଦୂରେଇ ଯିବ । ଚଳିତ ବର୍ଷ ହୋଲିକା ଦହନ ସମୟରେ ଏକ ଭଲ ଯୋଗ ବନୁଛି ତେଣୁ ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଯଦି ଆପଣ ପୂର୍ବରୁ ହିଁ ହୋଲିକା ଦହନ ହେବାକୁ ଥିବା ସ୍ଥାନରେ ମାଟିରେ ଏକ ଧଳା କଉଡ଼ି ଦବାଇ ଦିଅନ୍ତି ଏବଂ ହୋଲିକା ଦହନ ପରେ ତାହାକୁ ଆଣି ଘରର ଅଳ୍ପ ମାଟି ସହିତ ଜଳରେ ପ୍ରବାହିତ କରି ଦିଅନ୍ତି ତେବେ ଘରର ସବୁ ସମସ୍ୟା ଦୂର ହୋଇଯିବ । ଭଲ ସ୍ୱାସ୍ଥ୍ୟ ପାଇଁ ଚନ୍ଦନ କଥା , କ୍ୟାରିଅରରେ ଉନ୍ନତି ପାଇଁ ସୋରିଷ ଦାନା , ଘର ପରିବାରରେ ସୁଖ ଶାନ୍ତି ପାଇଁ ଅଟା ଇତ୍ୟାଦି ହୋଲିକା ଦହନ ଅଗ୍ନିରେ ଅର୍ପିତ କରନ୍ତୁ ।

ହୋଲିକା ଦହନ ସ୍ଥାନକୁ ଯାଇ ପ୍ରଥମେ ହୋଲିକା ଅଗ୍ନିକୁ ପ୍ରଣାମ କରନ୍ତୁ । ଏହାପରେ ଭୂମିରେ ଜଳ ଢ଼ାଳନ୍ତୁ । ଏହାପରେ ଗହମ ନଡ଼ା , ଗୋବର ଟେଳା ଅର୍ପିତ କରନ୍ତୁ । ଏହାପରେ ତିନି ଥର ପରିକ୍ରମା କରି ହୋଲିକା ଅଗ୍ନିକୁ ପ୍ରଣାମ କରନ୍ତୁ । ହୋଲିକା ଦହନ ପାଉଁଶକୁ ଆଣି ଘର ଲୋକଙ୍କ ତିଳକ ନିଶ୍ଚୟ କରନ୍ତୁ । ଭଲ ସ୍ୱାସ୍ଥ୍ୟ ପାଇଁ ହୋଲିକା ଦହନରେ କଳା ତିଳ ଅର୍ପିତ କରନ୍ତୁ । ନକରାତ୍ମକ ଶକ୍ତିରୁ ମୁକ୍ତି ପାଇବାକୁ ଚାହୁଁଥିଲେ କଳା ସୋରିଷ ଅର୍ପିତ କରନ୍ତୁ ।

Leave a Reply

Your email address will not be published. Required fields are marked *