ହୋଲିକା ଦହନ ପାଉଁଶରେ କରି ନିଅନ୍ତୁ ଅତି ଚମତ୍କାରି ଉପାୟ । ଆଉ ଦେଖନ୍ତୁ ଚମତ୍କାର ।

ଚଳିତ ବର୍ଷ ହୋଲି ଅତ୍ୟନ୍ତ ମହା ସଂଯୋଗ ନେଇ ଆସୁଛି । ତେଣୁ ଏହି ହୋଲିରେ ଆପଣ କିଛି ଖାସ ପ୍ରୟୋଗ କରି ନିଜର ସବୁ ମନସ୍କାମନା ପୂରଣ କରି ପାରିବେ । ପ୍ରତ୍ୟେକ ବର୍ଷ ଫାଲ୍ଗୁନ ମାସ ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଏ ଏବଂ ଚୈତ୍ର ମାସ ପ୍ରତିପଦ ଦିନ ହୋଲି ପର୍ବ ପାଳିତ ହୋଇଥାଏ । କିନ୍ତୁ ଅନେକ ଲୋକ ହୋଲିକା ଦହନ ଦିନ ମଧ୍ୟ ରଙ୍ଗ ଖେଳିଥାନ୍ତି । ଶାସ୍ତ୍ର ଅନୁଯାୟୀ ହୋଲିକା ଦହନ ଭଦ୍ରା ରୋହିତ କାଳରେ କରିବା ଉଚିତ ।

କିନ୍ତୁ ଚଳିତ ବର୍ଷ ସକାଳ ମଧ୍ୟରେ ମଧ୍ୟରାତ୍ର ପରେ ମଧ୍ୟ ଆପଣ ହୋଲିକା ଦହନ କରି ପାରିବେ । ହୋଲିକା ଦହନ ପାଉଁଶ ଅତ୍ୟନ୍ତ ପବିତ୍ର ହୋଇଥାଏ । ସେହି ପାଉଁଶ ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଯେମିତିକି ଆର୍ଥିକ ସମସ୍ୟା , ବ୍ୟବସାୟ ସମସ୍ୟା , ସମ୍ପର୍କରେ ସମସ୍ୟା କିମ୍ବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସବୁଥିରୁ ମୁକ୍ତି ପାଇ ପାରିବେ ।

ମାତ୍ର ହୋଲିକା ଦହନ ପାଉଁଶକୁ ଉପଯୋଗ କରି ଆପଣଙ୍କୁ କେବଳ ଏକ ଉପାୟ କରିବାକୁ ପଡ଼ିବ । ଆର୍ଥିକ ସମସ୍ୟା ଥିଲେ ଏହିଦିନ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଏ ଏବଂ ପୂଜା ପରେ କୌଣସି ପଶୁ ପାଇଁ ଖାଦ୍ୟ ନିହାତି ଅର୍ପିତ କରିବା ଉଚିତ । ଏହାବ୍ୟତୀତ ଗରିବଙ୍କୁ ଖାଦ୍ୟ ମଧ୍ୟ ଦାନ କରି ପାରିବେ । ଯାହାଦ୍ୱାରା ଆଶୀର୍ବାଦ ମିଳିଥାଏ ।

ଯଦି ବ୍ୟବସାୟରେ କୌଣସି ସମସ୍ୟା ରହିଛି ତେବେ ହୋଲିକା ଦହନ ପାଉଁଶ ଆଣି ଏକ ନାଲି ରଙ୍ଗର କପଡ଼ାରେ ବାନ୍ଧି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ଆକର୍ଷିତ ହୋଇଥାଏ । ହୋଲିକା ଦହନ ଦିନ ଗୋବରରେ ଛୋଟ ଛୋଟ ସାତୋଟି ଟେଳା କରି ମାଳା ତିଆରି କରାଯାଏ ଏବଂ ତାହାକୁ ହୋଲିକା ଦହନ ନିଆଁରେ ଅର୍ପିତ କରାଯାଏ ।

ଏହାଦ୍ବାରା ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଥାଏ ଏବଂ ଏହିଦିନ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ହୋଲିକା ଦହନ ନିଆଁରେ ଅର୍ପିତ କରିବା ଉଚିତ । ଯଦି ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୁଏ ଏବଂ ସମସ୍ୟା ଦେଖାଦିଏ ତେବେ ଅଳ୍ପ ଅଟାରେ ଜୋ ମିଶାଇ ହୋଲିକା ଦହନ ନିଆଁରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା କୌଣସିବି ଖରାପ ନଜର ଦୂର ହୋଇଯିବ । ଯଦି ଅନେକ ପରିଶ୍ରମ କରିବା ସତ୍ତ୍ୱେବି ବ୍ୟବସାୟରେ ଉନ୍ନତି ହେଉନାହିଁ ତେବେ ହୋଲିକା ଦହନ ଦିନ ଏକ ହଳଦିଆ କପଡ଼ା ନେଇ ସେଥିରେ କଳା ହଳଦୀ ନେଇ ସେଥିରେ ଏଗାରଟି ଗୋମତି ଚକ୍ର ଏବଂ ଗୋଟିଏ କୋଏନ ରଖି ବାନ୍ଧି ଦିଅନ୍ତୁ ।

ଏହାପରେ ହୋଲିକା ଦହନ ନିଆଁର ତିନି କିମ୍ବା ପାଞ୍ଚ ଥର ପରିକ୍ରମା କରି ନିଆଁରେ ଅର୍ପିତ କରି ଦିଅନ୍ତୁ । ହାତ ଯୋଡ଼ି ପ୍ରଣାମ କରି ନିଜର ମନସ୍କାମନା କୁହନ୍ତୁ ଏବଂ ଚୁପଚାପ ଘରକୁ ଚାଲି ଆସନ୍ତୁ । ହୋଲିକା ଦହନ ସମୟରେ ଅଳ୍ପ ଚଣା , ମଟର ଏବଂ ଗହମ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ହୋଲିକା ଦହନ ନିକଟରେ ଏକ ଦୀପ ଜାଳିଲେ ଜୀବନରେ ଧନ ସମସ୍ୟା ହୋଇ ନଥାଏ । ଯଦି କୌଣସି ଅତୃପ୍ତ ଆତ୍ମାର ପ୍ରଭାବ ଆପଣଙ୍କ ଘର ଉପରେ ରହିଛି ତେବେ ହୋଲିକା ଦହନ ନିଆଁରେ କିଛି ଦାନା ସୋରିଷ ପକାଇ ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ହୋଲିକା ଦହନ ପାଉଁଶ ଆଣି ସେଥିରେ ଲୁଣ ଏବଂ ରାଇ ମିଶାଇ ଘରେ ରଖନ୍ତୁ । ଏହାଦ୍ବାରା କୌଣସି ତନ୍ତ୍ର ମନ୍ତ୍ର କ୍ରିୟାର ପ୍ରଭାବ କାମ କରିବ ନାହିଁ ।

Leave a Reply

Your email address will not be published. Required fields are marked *