ପୂଜା ଘରେ ଦିଆଦିଲ ରଖୁଥିବା ମହିଳାମାନେ ନିଶ୍ଚୟ ଏହାକୁ ଥରେ ପଢନ୍ତୁ

ଶାସ୍ତ୍ରରେ ଘର ନିର୍ମାଣ ଠାରୁ ଆରମ୍ଭ କରି ଘର ଭିତରେ ରଖା ଯାଉଥିବା ସବୁକିଛି ଜିନିଷର ଉଚିତ ସ୍ଥାନ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଘର ଭିତରେ ଏକ ସ୍ୱତନ୍ତ୍ର ପୂଜା ଘର ତିଆରି କରିବା ଉଚିତ । ଯେଉଁଠି ସବୁବେଳେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିଥାଏ । ବାସ୍ତୁ ଶାସ୍ତ୍ରରେ ପୂଜା ଘରେ ରଖା ଯାଉଥିବା ସବୁ ଜିନିଷର ଉଚିତ ସ୍ଥାନ ଏବଂ କିଭଳି ଭାବରେ ରଖିବା ଉଚିତ ସେହି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ମାତ୍ର ଲୋକେ ପୂଜା ଘର ଭୁଲ ସ୍ଥାନରେ ନିର୍ମାଣ କରିଥାନ୍ତି ଏବଂ ସେଠାରେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ଜିନିଷ ରଖି ଦିଅନ୍ତି । ଯାହାଦ୍ୱାରା ନକରାତ୍ମକତା ସୃଷ୍ଟି ହେବା ସହ ପୂଜାର ଉଚିତ ଫଳ ମଧ୍ୟ ପ୍ରାପ୍ତ ହୁଏନାହିଁ ।ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ସହିତ ଏକ ଖାସ ଗ୍ରହର ସଂଯୋଗ ରହିଥାଏ ତେଣୁ ପ୍ରତ୍ୟେକ ବ୍ୟକ୍ତିର ଭିନ୍ନ ଭିନ୍ନ ଦେବଦେବୀଙ୍କ ପ୍ରତି ସଂଯୋଗ ରହିଥାଏ । ପରିବାର ବଡ଼ ହେଲେ ପୂଜାଘର ଇଷ୍ଟ ଦେବତାଙ୍କ ମୂର୍ତ୍ତି ରଖି ପୂଜା କରାଯାଇଥାଏ । ପୂଜାଘରେ ଦେବଦେବୀଙ୍କ ମୂର୍ତ୍ତି ଉଚିତ ସ୍ଥାନରେ ଏବଂ ଉଚିତ ଦିଗରେ ରଖିବା ଉଚିତ

ଏହାବ୍ୟତୀତ ପୂଜା ଘରେ ଏକାଧିକ ଦେବଦେବୀଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ । ସବୁ ଦେବଦେବୀଙ୍କ ପୂଜା ପଦ୍ଧତି ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଆପଣ ଯେଉଁ ଦେବତାଙ୍କ ପୂଜା ବିଧି ଜାଣିଛନ୍ତି ସେହି ଦେବତାଙ୍କ ମୂର୍ତ୍ତି ହିଁ କେବଳ ପୂଜା ଘରେ ରଖନ୍ତୁ । କିଛି ଦେବତା ଉଗ୍ର ହୋଇଥାନ୍ତି ଯାହାଙ୍କ ପୂଜା ଭୂଲ ବିଧିରେ କଲେ ଅଶୁଭ ଫଳ ଭୋଗିବାକୁ ପଡ଼ିଥାଏ । ଆଜିକାର ଲେଖାରେ ଆମେ ପୂଜା କରିବାର ଉଚିତ ବିଧି ବିଷୟରେ ଆପଣଙ୍କୁ କହିବୁ ।

ସର୍ବପ୍ରଥମେ ପୂଜା ଘରକୁ ସ୍ୱଚ୍ଛ ରଖିବା ଉଚିତ । ଏମିତିକି ନିଜେ ପରିଷ୍କାର ପରିଚ୍ଛନ୍ନ ହୋଇ ପୂଜା ଘରକୁ ପ୍ରଣେଶ କରିବା ଉଚିତ । ଜୋତା ପିନ୍ଧି କିମ୍ବା ଆପରିଷ୍କାର ଗୋଡ଼ରେ ପୂଜାଘରକୁ ପ୍ରବେଶ କରିବା ଉଚିତ ନୁହେଁ । ପୂଜା ଘରର କବାଟ କେବେ ଦକ୍ଷିଣ ଦିଗକୁ ରହିବା ଉଚିତ ନୁହେଁ କାରଣ ଏହି ଦିଗ ମୃତ୍ୟୁର ଦେବତା ଯମରାଜଙ୍କର ଅଟେ । ପୂଜାଘରେ ଦେବଦେବୀଙ୍କ ମୁଖ ମଧ୍ୟ ଦକ୍ଷିଣ ଦିଗକୁ ହେବା ଉଚିତ ନୁହେଁ । ଦେବଦେବୀଙ୍କ ମୁଖ ପରସ୍ପର ସାମ୍ନା ସାମ୍ନି ହେବା ମଧ୍ୟ ଉଚିତ ନୁହେଁ । ପୂଜାଘରେ ଭଗବାନ ଗଣେଶଙ୍କର ଛିଡ଼ା ହୋଇଥିବା କିମ୍ବା ନାଚୁଥିବା ମୂର୍ତ୍ତି , ମହାଦେବଙ୍କ ତାଣ୍ଡବ କରୁଥିବା ମୂର୍ତ୍ତି , ହନୁମାନ ଏବଂ ଦେବୀଙ୍କ କ୍ରୋଧିତ ମୂର୍ତ୍ତି ରଖନ୍ତୁ ନାହିଁ । ସର୍ବଦା ଦେବଦେବୀଙ୍କ ଶାନ୍ତ ଏବଂ ବସିଥିବା ମୂର୍ତ୍ତି ରଖିବା ଉଚିତ ।

ପୂଜାଘର ଭଗବାନଙ୍କ ଖଣ୍ଡିତ ମୂର୍ତ୍ତି ଏବଂ ମୃତ ବ୍ୟକ୍ତିଙ୍କ ଫୋଟ ମଧ୍ୟ ରଖିବା ଅଶୁଭ ହୋଇଥାଏ । ପୂଜାଘର ଜଣେ ଦେବତାଙ୍କର ଏକାଧିକ ମୂର୍ତ୍ତି ରଖିବା ଉଚିତ ନୁହେଁ । ଆଙ୍ଗୁଠି ଆକାର ଠାରୁ ବଡ଼ ଶିବଲିଙ୍ଗ ରଖନ୍ତୁ ନାହିଁ । ସବୁ ଦେବଦେବଙ୍କ ମୁଖ ପ୍ରସନ୍ନ ଏବଂ ସାମାନ୍ୟ ସ୍ଥାନ ଛାଡ଼ି ଛାଡ଼ି ରଖନ୍ତୁ । ପୂଜାଘର ଭୈରବ , ମାତା କାଳି ଏବଂ ଶନିଦେବଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ ।

ଆଙ୍ଗୁଠି ଆକାର ଠାରୁ ବଡ଼ ମୂର୍ତ୍ତି ରଖିଲେ ତାହାର ବିଶେଷ ପୂଜା ବିଧି ହୋଇଥାଏ । ପାଞ୍ଚ ଦେବଦେବୀ ମହାଦେବ , ପାର୍ବତୀ , ଗଣେଶ , ବିଷ୍ଣୁ ଏବଂ ସୂର୍ଯ୍ୟଙ୍କ ମୂର୍ତ୍ତି ନିହାତି ସ୍ଥାପନ କରନ୍ତୁ । ପ୍ରାଚୀନ ଶାସ୍ତ୍ର ଅନୁଯାୟୀ ଧାତୁ ନିର୍ମିତ ମୂର୍ତ୍ତି ହିଁ ପୂଜାଘରେ ରଖିବା ଉଚିତ । ପଥର ମୂର୍ତ୍ତି ସର୍ବଶ୍ରେଷ୍ଠ ହୋଇଥାଏ କାରଣ ଏହାକୁ ସ୍ୱଚ୍ଛ କରିବା ସହଜ ହୋଇଥାଏ ।

ଭୁଲରେବି ପ୍ଲାଷ୍ଟିକ ମୂର୍ତ୍ତି ରଖନ୍ତୁ ନାହିଁ । ପୂଜାଘର ପୂର୍ବ ଏବଂ ଉତ୍ତର ଦିଗରେ ବନାଇବା ସର୍ବଶ୍ରେଷ୍ଠ ହୋଇଥାଏ । ପୂଜାଘର ପାଖରେ ଶୌଚାଳୟ ରଖନ୍ତୁ ନାହିଁ । ପୂଜାଘର ଦେବଦେବୀଙ୍କୁ ରଖା ଯାଉଥିବା ସ୍ଥାନ ସର୍ବଦା ଉଚ୍ଚ ହେବା ଆବଶ୍ୟକ । ସବୁ ଜିନିଷକୁ ଉଚିତ ଉଚିତ ସ୍ଥାନରେ ରଖିବା ଉଚିତ । ପୂଜା କରି ସାରିବା ପରେ ଜାଳି ଯାଇଥିବା ମେଚିସ , ମଉଳି ଯାଇଥିବା ଫୁଲକୁ ହଟାଇ ଦେବା ଉଚିତ । ଜଳି ଯାଇଥିବା ମେଚିସ ରହିବା ଆଦୋୖ ଉଚିତ ନୁହେଁ । ତାହାକୁ ସର୍ବଦା କୌଣସି କାଗଜରେ ଲୁଚାଇ ରଖନ୍ତୁ । ତାହାକୁ ସାମ୍ନାରେ ରଖିବା ଉଚିତ ନୁହେଁ । ଦୀପ ଜଳାଇ ସାରିବା ପରେ ମେଚିସକୁ ଏଣେତେଣେ ନଫିଙ୍ଗି ଡସ୍ଟବିନରେ ପକାଇ ଦିଅନ୍ତୁ । ଦୀପ ଜାଳିବା ପାଇଁ ପୂଜା ଘରେ ଲାଇଟରର ବ୍ୟବହାର ଆଦୌ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *