ଆଜି ବଡ଼ ଗୁରୁବାର : କେବଳ ଏକ ଚିମୁଟା ହଳଦୀ ନେଇ କରନ୍ତୁ ଏହି ଉପାୟ । ପୁରା ବର୍ଷ ସାରା ଆସିବ ଟଙ୍କା ।

ଗୁରୁବାର ଦେବ ଗୁରୁ ବୃହସ୍ପତିଙ୍କ ବାର ହୋଇଥାଏ । ଦେବ ଗୁରୁ ବୃହସ୍ପତିଙ୍କ ସୁଲଭ ସହିତ ହଳଦୀର ମଧ୍ୟ ସମ୍ବନ୍ଧ ରହିଛି ତେଣୁ ଏହିଦିନ ହଳଦୀର କିଛି ଉପାୟ କରିବା ଦ୍ୱାରା ଜୀବନର ତମାମ ସମସ୍ୟା ଦୂରେଇ ଯାଏ । ହଳଦୀ ଏକ ଚମତ୍କାରୀ ଔଷଧି ହୋଇଥାଏ । ବିବାହରେ ବର ବଧୂକୁ ହଳଦୀ ଲଗାଇବା ପଛରେ ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏହା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପୂଜା ସମୟରେ ବେକରେ ଏବଂ ହାତରେ ହଳଦୀ ଟୀକା ଲଗାଇଲେ ଗୁରୁଗ୍ରହ ମଜବୁତ ହେବା ସହିତ ବାଣୀରେ ମଧ୍ୟ ମଧୁରତା ଏବଂ ଦୃଢ଼ତା ଆସିଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ ।

ଘର ବାହାରେ କାନ୍ଥରେ ହଳଦୀ ରେଖା ବନାଇଲେ ଘରକୁ ନକରାତ୍ମକତା ପ୍ରବେଶ କରିପାରେ ନାହିଁ । ସ୍ନାନ କରିବା ସମୟରେ ଯଦି ପାଣିରେ ଏକ ଚିମୁଟା ହଳଦୀ ମିଶାଇ ସ୍ନାନ କରାଯାଏ ତେବେ ଶରୀର ଏବଂ ମନରେ ଶୁଦ୍ଧତା ଆସିଥାଏ ଏବଂ ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ହୋଇଥାଏ । ଏହାକୁ ଯଜ୍ଞରେ ମଧ୍ୟ ବ୍ୟବହାର କରାଯାଏ । ସୂର୍ଯ୍ୟଙ୍କୁ ହଳଦୀ ମିଶା ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟ ଦେବତା ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ ।

ଯଦି ଜୀବନରେ ଅନ୍ୟାନ୍ୟ ସମସ୍ୟା ଆସୁଛି ତେବେ ହଳଦୀକୁ ଉପଯୋଗ କରି କରାଯାଉଥିବା କିଛି ଉପାୟ ଦ୍ୱାରା ମଧ୍ୟ ଜୀବନର ସବୁ ସମସ୍ୟାକୁ ଦୂର କରିହେବ । ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି କିମ୍ବା କୌଣସି ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ପେଶା ଯାଇଥିବା ହଳଦୀ ଦାନ କରନ୍ତୁ ।

ଏହାଦ୍ବାରା ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯିବ । ପ୍ରତ୍ୟେକ ଦିନ ମଥାରେ ଏକ ହଳଦୀ ଟୀକା ଲଗାଇଲେ ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂରେଇ ଯିବ । ଯଦି ଗୁରୁ ଗ୍ରହ ଦୁର୍ବଳ ଅଛି ତେବେ ଏକ ହଳଦୀ ଖଣ୍ଡକୁ ହଳଦିଆ କପଡ଼ାରେ ଗୁଡ଼ାଇ ନିଜ ବାହୁରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଗୁରୁ ଗ୍ରହ ମଜବୁତ ହେବ । କାରଣ ହଳଦୀ ପୋଖରାଜ ତୋଟକା ଭଳି କାମ କରିଥାଏ ।

ଏହି ଉପାୟ ଆପଣ ପ୍ରତ୍ୟେକ ଗୁରୁବାର କରି ଦିଅନ୍ତୁ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଆଖପାଖରେ ନକରାତ୍ମକତା ବଢ଼ି ଯାଇଛି ତେବେ ହଳଦୀ ମିଶା ପାଣିରେ ସ୍ନାନ କରନ୍ତୁ । ସବୁ ନକରାତ୍ମକତା ଚୁଟକିରେ ଦୂରେଇ ଯିବ । କ୍ୟାରିରରେ ଥିବା କୌଣସି ସମସ୍ୟା ମଧ୍ୟ ଦୂରେଇ ଯିବ ।

ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଥିଲେ ଘରର ମୁଖ୍ୟ ଗେଟ ସାମ୍ନାରେ କିମ୍ବା ପାଖରେ ଏକ ହଳଦୀ ରେଖା ଟାଣି ଦିଅନ୍ତୁ । ଯଦି ଆପଣ ଏପରି ପ୍ରତ୍ୟେକ ଦିନ କରନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ । ଯଦି ଆପଣଙ୍କ ବିବାହରେ କୌଣସି ପ୍ରକାରର ସମସ୍ୟା ଆସୁଛି , ବିବାହ ବିଳମ୍ବ ହେଉଛି କିମ୍ବା ଆପଣ ନିଜ ମନ ପସନ୍ଦ ଜୀବନସାଥୀ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟଦେବଙ୍କୁ ଜପ ଅର୍ପଣ କରିବା ସମୟରେ ସେଥିରେ ଏକ ଚିମୁଟା ହଳଦୀ ମିଶାଇ ଦିଅନ୍ତୁ ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଲୋଟାରେ ଲାଗିଥିବା ହଳଦୀ ନିଜ ମଥାରେ ମଧ୍ୟ ଲଗାଇ ଦିଅନ୍ତୁ । ବିବାହ ଜନିତ ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ । ଘରେ ମାତା ଲକ୍ଷ୍ମୀଙ୍କ ସ୍ଥିର ଉପସ୍ଥିତି ଚାହୁଁଥିଲେ ପ୍ରତ୍ୟେକ ଦିନ ହଳଦୀ ମିଶା ଜଳ ଘରେ ସିଞ୍ଚି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *