ଏହି ଚାରୋଟି ଜିନିଷ ଘର ପାଇଁ ଆଣିଥାଏ ଦାରିଦ୍ର୍ୟତା। ହୋଲି ପର୍ବ ଆସିବା ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି ଜିନିଷ, ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବରଷିବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହୋଲି ପର୍ବ ଏହିବର୍ଷ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ସନାତନ ଧର୍ମ ଅନୁସାରେ, ପ୍ରତ୍ୟେକ ବର୍ଷ ଫାଲଗୁନ ମାସ ପୂର୍ଣ୍ଣିମା ତିଥି ପାଳନ କରାଯାଇଥାଏ। ଭାରତରେ ୧୨ ମାସରେ ତେର ପର୍ବ ପାଳିତ ହୋଇଥାଏ। ହୋଲି ପର୍ବ ସଫାସୁତୁରା ସହିତ ଜଡ଼ିତ ଅଟେ। ହୋଲି ପର୍ବରେ ଶୀତର ବିଦାୟ ହୋଇଥାଏ ଏବଂ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ।

ହୋଲି ପର୍ବ ଆସିବା ପୂର୍ବରୁ ଘରକୁ ସଫାସୁତୁରା କରାଯାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ହୋଲି ପର୍ବ ଆସିବା ପୂର୍ବରୁ ଚାରୋଟି ଜିନିଷ ଘରୁ ହଟାଇ ଦେବା ଆବଶ୍ୟକ। ଏଭଳି ନକରିବା ଦ୍ଵାରା ଘରେ ଦାରିଦ୍ର୍ୟତା ବାସ ହୋଇଥାଏ। ତେଣୁ ଏହି ଚାରୋଟି ଜିନିଷ ହୋଲିକା ଦହନ ଦିନ ଘରୁ ହଟାଇ ଦେବା ନିହାତି ଆବଶ୍ୟକ।

ହୋଲି ପର୍ବ ପୂର୍ବରୁ ଘରୁ ହଟାଇ ଏହି ଜିନିଷ :-

ଘରେ ରହିଥିବା ବୁଢିଆଣୀ ବସା :- ବାସ୍ତୁ ଶାସ୍ତ୍ର ଅନୁସାରେ ହୋଲି ପର୍ବ ଆସିବା ପୂର୍ବରୁ ଘର ସଫାସୁତୁରା କରିବା ସମୟରେ ବୁଢିଆଣୀ ବସାକୁ ମଧ୍ୟ ସଫା କରି ଦେବା ଆବଶ୍ୟକ। କାରଣ ବୁଢିଆଣୀ ବସା ଘରେ ରହିବା ଦ୍ଵାରା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ବୁଢିଆଣୀ ବସା ଥିବା ଘରକୁ ଦେବୀ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।

ବନ୍ଦ ବା ଖରାପ ହୋଇ ଯାଇଥିବା ଘଡି :- ଘରେ ବନ୍ଦ ବା ଖରାପ ହୋଇ ଯାଇଥିବା ଘଡି ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଯଦି ପାରୁଛନ୍ତି, ତାହେଲେ ଖରାପ ହୋଇ ଯାଇଥିବା ଘଡିକୁ ସଜାଡି ଦିଅନ୍ତୁ ନଚେତ ଏହାକୁ ଖୁବ୍ ଶୀଘ୍ର ଘରୁ ହଟାଇ ଦିଅନ୍ତୁ। ଖରାପ ହୋଇ ଯାଇଥିବା ଘଡି ଘରେ ରହିବା ଦ୍ଵାରା ପରିବାରରେ କୌଣସି ସଦସ୍ୟଙ୍କର ଅକାଳ ମୃତ୍ୟୁ ହେବାର ସଂକେତ ମିଳିଥାଏ।

ଫାଟି ଯାଇଥିବା ଜୋତା ଓ ଚପଲ:- ହୋଲି ଭଳି ପବିତ୍ର ପର୍ବରେ ଘରେ କେବେବି ଫାଟି ଯାଇଥିବା ଜୋତା ଓ ଚପଲ ରଖନ୍ତୁ ନାହିଁ। ତେଣୁ ହୋଲି ପର୍ବ ଆସିବା ପୂର୍ବରୁ ଏହାକୁ ଘରୁ ହଟାଇ ଦିଅନ୍ତୁ। ଫାଟି ଯାଇଥିବା ଚପଲ ଦାରିଦ୍ର୍ୟତାର ସଂକେତ ଦେଇଥାଏ। ଏହାଦ୍ବାରା ପରିବାରରେ ଅଶାନ୍ତି ଓ ବିବାଦ ମଧ୍ୟ ଲାଗି ରହିଥାଏ।

ଦେବୀ ଓ ଦେବତାଙ୍କର ଖଣ୍ଡିତ ମୂର୍ତ୍ତି :- ହୋଲି ପର୍ବ ପୂର୍ବରୁ ଦେବୀ ଓ ଦେବତାଙ୍କର ଖଣ୍ଡିତ ମୂର୍ତ୍ତି ଘରୁ ହଟାଇ ଦିଅନ୍ତୁ। ଖଣ୍ଡିତ ପ୍ରତିମା ଘରେ ରଖିବା ଦ୍ଵାରା ଅନେକ ନକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ଏହାର ଖରାପ ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ତେଣୁ ଖଣ୍ଡିତ ମୂର୍ତ୍ତିକୁ କୌଣସି ନଦୀ ବା ପୋଖରୀରେ ଭସାଇ ଦେବା ଆବଶ୍ୟକ। ନଚେତ ଘୋର ସଙ୍କଟ ମାଡି ଆସିବାର ସଂକେତ ଦେଇଥାଏ।

Leave a Reply

Your email address will not be published. Required fields are marked *