” ହୋଲି ” ସବୁଠାରୁ ବଡ଼ ପୂର୍ଣ୍ଣିମା , ଶୋଇବା ପୂର୍ବରୁ ଚୁପଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ଗୋଟିଏ କୋଏନ । ଦୂର ହୋଇଯିବ ଦାରିଦ୍ର୍ୟତା ।

ହୋଲି ପୂର୍ବ ଦିନ ହୋଲିକା ଦହନ ସବୁଠାରୁ ବଡ଼ ପୂର୍ଣ୍ଣିମା ହୋଇଥାଏ । ଏହିଦିନ ନକରାତ୍ମକତାର ନାଶ ହୋଇ ସକାରାତ୍ମକତା ବିଜୟ ହୋଇଥାଏ । ଏହାବ୍ୟତୀତ ଏହିଦିନ ଲୋକେ ନିଜର ପୁରୁଣା ଶତ୍ରୁତା ଭୁଲି ସବୁ କ୍ରୋଧକୁ ହୋଲିକା ଦହନ ନିଆଁରେ ବିସର୍ଜିତ କରିଦିଅନ୍ତି । ଏହାକୁ କୁହାଯାଇ ପାରେ ଭକ୍ତିର ବିଜୟ । ଭକ୍ତ ପ୍ରହ୍ଲାଦ ସାମ୍ନାରେ ରକ୍ଷାସର ପରାଜୟ ହେଲା ଏବଂ ହୋଲିକା ରାକ୍ଷସୀ ଜଳି ପାଉଁଶ ହୋଇଗଲା । ଆଜି ଆମେ ଆପଣଙ୍କୁ କହିବୁ ଯେ ହୋଲିକା ଦହନ ସମୟରେ କେଉଁ ଜିନିଷ ପକାଇଲେ ଏବଂ ହୋଲିକା ଦହନ ପାଉଁଶ ଦ୍ୱାରା କେଉଁ ଉପାୟ କଲେ ଜୀବନର ସବୁ ସମସ୍ୟା ଶେଷ ହୋଇଯିବ ।

ହୋଲିକା ଦହନ ଦିନ ସକାଳୁ ସ୍ନାନ କରିବା ସମୟରେ ଦେହରେ ଉବଟାନ ଲଗାଇ ସ୍ନାନ କରନ୍ତୁ ଏବଂ ବଳକା ଉବଟାନକୁ ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ପୁରା ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ହୋଲିକା ଦହନ ଦିନ କିମ୍ବା ହୋଲି ଦିନ ଗରିବ ଲୋକଙ୍କୁ ଅନ୍ନ କିମ୍ବା ରଙ୍ଗ ମଧ୍ୟ ଦାନ କରି ପାରିବେ । ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ହୋଲିକା ଦହନ ରାତିରେ ଶୁଖିଲା ନଡ଼ିଆ ଗୋଲାକୁ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ ଏବଂ ସାତ ଥର ପରିକ୍ରମା କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଚାକିରୀ ସମ୍ବନ୍ଧୀୟ ସମସ୍ୟା ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯିବ ।

ଏହାବ୍ୟତୀତ ହୋଲିକା ଦହନ ପାଖରେ ମିଠା ଭୋଗ ଏବଂ ପାନ ପତ୍ର ସହିତ ସୁପାରି ଏବଂ ଶୁଖିଲା ନଡ଼ିଆ ଗୋଲା ଅର୍ପିତ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ମନସ୍କାମନା ପୂରଣ ହୋଇଯିବ । ଯଦି ମନରେ ସବୁବେଳେ ଭୟ ରହୁଛି ତେବେ କଳା ତିଳ , ସୋରିଷ ଦାନା ଏବଂ ଶୁଖିଲା ନଡ଼ିଆ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ । ଏହାଦ୍ବାରା ରାହୁ ଶନି ଦୋଷ ଏବଂ ସବୁ ଗ୍ରହ ସମସ୍ୟା ଦୂରେଇ ଯିବ । ହୋଲିକା ଦହନ ନିଆଁ ଟିକିଏ ଶାନ୍ତ ହୋଇଯିବା ପରେ ସେହି ପାଉଁଶକୁ ଘରକୁ ଆଣି ସେଥିରେ କଳା ସୋରିଷ ମିଶାଇ ଘର ଚାରି ପାଖରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା କୌଣସି ପ୍ରକାରର ନକରାତ୍ମକ ଶକ୍ତି ଏବଂ ତନ୍ତ୍ର ମନ୍ତ୍ର ଘର ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ।

ହୋଲିକା ଦହନ ପରେ ସେହି ପାଉଁଶକୁ ଆଣି ଏକ ଡବାରେ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ସେଥିରେ ତିଳକ କରନ୍ତୁ । ଏହାଦ୍ବାରା ନଜର ଦୋଷରୁ ମୁକ୍ତି ମିଳିଥାଏ । ଯଦି ଘରେ ସବୁବେଳେ ସମସ୍ୟା କଳହ ଲାଗି ରହୁଛି ତେବେ ସାତୋଟି ହଳଦିଆ କଉଡ଼ି ଆଣି ଘରର ସବୁ ସଦସ୍ୟଙ୍କ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ । ଏହାଦ୍ବାରା ପରିବାରର ସବୁ ସମସ୍ୟା ଦୂରେଇ ଯିବ । ହୋଲିକା ଦହନ ସମୟରେ ସବୁ ପ୍ରକାରର ନକରାତ୍ମକ ଶକ୍ତି ସକ୍ରିୟ ହୋଇଯାଏ । କାରଣ ଏହି ସମୟରେ ତନ୍ତ୍ର ମନ୍ତ୍ର ପ୍ରକ୍ରିୟା ହୋଇଥାଏ ।

ତେଣୁ ଏହି ସମୟରେ ମୁଣ୍ଡକୁ ଢାଙ୍କି ରଖିବା ଉଚିତ । ମହିଳା ମାନେ ନିହାତି ନିଜ କେଶକୁ ବାନ୍ଧି ରଖିବା ଉଚିତ । ଏକ ଶୁଖିଲା ନଡ଼ିଆ ନେଇ ଘରର ସବୁ ସଦସ୍ୟଙ୍କ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଏହିଦିନ କେହିବି ଦେଉଥିବା ଧଳା ବସ୍ତୁ ଖାଆନ୍ତୁ ନାହିଁ । କାରଣ ଏଥିରେ ହୁଏତ କେହି ତନ୍ତ୍ର ମନ୍ତ୍ର କରି ଦେଇଥାଇ ପାରନ୍ତି । ହୋଲିକା ଦହନ ପାଉଁଶ ଘରକୁ ଆଣି ସେଥିରେ ଅଳ୍ପ ରାଇ ଏବଂ ଲୁଣ ମିଶାଇ ଘରେ ରଖି ଦିଅନ୍ତୁ । ଏହାଦ୍ବାରା ଘରର ସବୁ ନକରାତ୍ମକତା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *