ବିବାହିତ ଏବଂ ଅବିବାହିତ ସ୍ତ୍ରୀ ପୁରୁଷଙ୍କୁ ଏପରି କଳା ସୂତା ବାନ୍ଧିବା ଉଚିତ ନୁହେଁ ।

ଖୁବ ପୂରା କାଳରୁ କଳା ସୂତା ହାତରେ କିମ୍ବା ଗୋଡ଼ରେ ବାନ୍ଧିବାର ପରମ୍ପରା ରହିଛି । ତେବେ ଆମେ କହି ରଖିବୁ ଯେ ଗୋଡ଼ କିମ୍ବା ହାତରେ କଳା ସୂତା କେବଳ ନଜର ଦୋଷରୁ ବଞ୍ଚିବା ପାଇଁ ବନ୍ଧା ଯାଇ ନଥାଏ । ଯଦି ଏହାକୁ ଠିକ ଉପାୟରେ ଅଭିମନ୍ତ୍ରିତ କରି ଧାରଣ କରାଯାଏ ତେବେ ଏହା ମନୁଷ୍ୟର ଭାଗ୍ୟକୁ ବଦଳାଇ ପାରେ ଏବଂ ଏହାଦ୍ବାରା ଜୀବନର ସବୁ ସମସ୍ୟା ମଧ୍ୟ ଦୂରେଇ ଯାଏ । କଳା ସୂତାରେ ସବୁ ପ୍ରକାରର ନକରାତ୍ମକତାକୁ ଅବଶୋଷିତ କରିବାର କ୍ଷମତା ରହିଥାଏ । ଏହା ରକ୍ଷା କବଚ ସଦୃଶ୍ୟ ହୋଇଥାଏ । କିନ୍ତୁ ଏହାକୁ ଧାରଣ କରିବା ସମୟରେ କିଛି ନିୟମ ମାନିବା ଉଚିତ । ନଚେତ ଏହାଦ୍ବାରା ନକରାତ୍ମକତା ସୃଷ୍ଟି ହୋଇଥାଏ ।

ଜାଣି ରଖିବା ଉଚିତ ଯେ କଳା ସୂତା ଯେତିକି ଲାଭ ଦାୟକ ସେତିକି କ୍ଷତି କାରକ ମଧ୍ୟ ହୋଇପାରେ । କାରଣ ଏହାକୁ ବାନ୍ଧିବା ସମୟରେ କିଛି ବିଶେଷ ବିଧି ପାଳନ କରିବା ନିତାନ୍ତ ଜରୁରୀ ଅଟେ । ଶାସ୍ତ୍ରରେ କଳା ସୂତାକୁ ଠିକ ଉପାୟରେ ଅଭିମନ୍ତ୍ରିତ କରି ହାତ , ଗୋଡ଼ କିମ୍ବା ବେକରେ ବାନ୍ଧିବାର ନିୟମ କୁହାଯାଇଛି । ଏହି ସୂତାକୁ ଆଣି ବିନା ଅଭିମନ୍ତ୍ରିତ ଏବଂ ନିୟମ ମାନି ବ୍ୟବହାର କରିବା ଭୁଲ ଅଟେ । ସବୁ ନିୟମକୁ ଅବଲମ୍ବନ କରି ଏହି ସୂତା ଧାରଣ କରିବା ଉଚିତ । ଶାସ୍ତ୍ର ଅନୁଯାୟୀ ଯଦି ଆପଣ ହାତରେ କଳା ସୂତା ବାନ୍ଧୁଛନ୍ତି ତେବେ ଆପଣ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ , ନଚେତ ଏହାର ପ୍ରଭାବ ନଷ୍ଟ ହୋଇଯାଏ । କିନ୍ତୁ ରାଶିର ବ୍ୟକ୍ତି ବିଶେଷ କଳା ସୂତା ଆଦୋୖ ଧାରଣ କରିବା ଉଚିତ ନୁହେଁ ।

ଶାସ୍ତ୍ର ଅନୁଯାୟୀ କଳା ସୂତାରେ ସକାରାତ୍ମକତା ରହିଥାଏ ଯାହାକି ନକରାତ୍ମକତାକୁ ନଷ୍ଟ କରିଥାଏ । ଏହାବ୍ୟତୀତ ଏହା ମନ୍ତ୍ର ତନ୍ତ୍ର ଏବଂ ଖରାପ ନଜରକୁ ମଧ୍ୟ ନଷ୍ଟ କରିଥାଏ । ଯଦି ବାରମ୍ବାର ପ୍ରୟାସ କରିବା ସତ୍ତ୍ୱେବି ଅସଫଳତା ପ୍ରାପ୍ତ ହେଉଛି ତେବେ ଏହା ଲୋକଙ୍କ ଖରାପ ନଜର କାରଣରୁ ହୋଇଥାଏ । ଯଦି ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ସମସ୍ୟା ସୃଷ୍ଟି ହେଉଛି ଏବଂ ବିବାଦ କଳହ ଦେଖା ଦେଉଛି ତେବେ କଳା ସୂତା ଦ୍ୱାରା ସବୁକିଛି ଠିକ ହୋଇ ପାରିବ । ଶନି ଦୋଷ ଥିଲେ ବ୍ୟକ୍ତି ଅଭିମନ୍ତ୍ରିତ କଳା ସୂତା ଧାରଣ କରିବା ଉଚିତ । ଏହାଦ୍ବାରା ଶନିଙ୍କ ପ୍ରକୋପରୁ ତ୍ରାହି ମିଳିଥାଏ । ଯଦି କୌଣସି ଛୋଟ ପିଲା ବାରମ୍ବାର କାନ୍ଦୁଛି ତେବେ ତାହାର ଅର୍ଥ ଏହା ଯେ କୌଣସି ଖରାପ ଦୃଷ୍ଟି ତା ଉପରେ ପଡ଼ିଛି । ତେଣୁ ଏମିତିରେ ତାକୁ କଳା ସୂତା ବାନ୍ଧିବା ଉଚିତ ।

ଯଦି କୌଣସି ବ୍ୟକ୍ତି ବ୍ୟସନରେ ଫସି ରହିଛି ଏବଂ ତାର ଖରାପ ଅଭ୍ୟାସ ଯାଉ ନାହିଁ ତେବେ ସେ ମଧ୍ୟ କଳା ସୂତା ବାନ୍ଧିବା ଉଚିତ । ଏହାଦ୍ବାରା ଖରାପ ଅଭ୍ୟାସ ଦୂରେଇ ଯିବ ।ଅଜାଣତରେ ବିନା କୌଣସି ବିଧିରେ କଳା ସୂତା ବାନ୍ଧିଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା ଅଶୁଭ ଫଳ ଦେଇଥାଏ । ଏହାଦ୍ବାରା ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଳା ସୂତା ବାନ୍ଧିବା ପାଇଁ ଶନିବାର ଦିନ ହିଁ ସର୍ବୋତ୍ତମ ହୋଇଥାଏ । କାରଣ ଏହା ଶନି ଦେବଙ୍କ ଦିନ ଅଟେ ଏବଂ କଳା ରଙ୍ଗ ଶନି ଦେବଙ୍କ ସମ୍ବନ୍ଧିତ ଅଟେ । ଶନିବାର ଦିନ କଳା ସୂତା ଆଣି ତାହାକୁ ସର୍ବପ୍ରଥମେ ଶନି ମନ୍ଦିର ଯାଇ ଶନି ଦେବଙ୍କ ଚରଣରେ ରଖି ପ୍ରାର୍ଥନା କରି ସେଥିରେ ସାତୋଟି ଗଣ୍ଠି ପକାନ୍ତୁ ।

ଏହାପରେ ତାହାକୁ ଧାରଣ କରି ଶନି ଦେବଙ୍କ ମନ୍ତ୍ରର ୧୦୮ ଥର ଜପ କରନ୍ତୁ । ଏହାଦ୍ବାରା ଏହି ସୂତା ପ୍ରଭାବଶାଳୀ ହୋଇଥାଏ । ଯଦି ଜୀବନରେ ଆର୍ଥିକ ସମସ୍ୟା ରହିଛି ତେବେ ଶନିବାର ଦିନ ଡାହାଣ ଗୋଡ଼ରେ କଳା ସୂତା ବାନ୍ଧିବା ଉଚିତ । ଏହାଦ୍ବାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । ଯଦି କୌଣସି ବ୍ୟକ୍ତିକୁ ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ସେହି ବ୍ୟକ୍ତିକୁ ଗୋଡ଼ ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଉଚିତ । ଖାସ କରି ମହିଳା ମାନେ ନିଜ ଗୋଡ଼ ଆଙ୍ଗୁଠିରେ କଳା ସୂତା ବାନ୍ଧିବା ଉଚିତ । ଏହାଦ୍ବାରା ବୈବାହିକ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *