ମାର୍ଚ୍ଚ ୭ ହୋଲି ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ ଏବଂ ଆଉ କିଛି ଜିନିଷ ହୋଲିକା ଅଗ୍ନିରେ କରି ଦିଅନ୍ତୁ ଦହନ । ଘରକୁ ଆସିବ ସୁଖ ସମୃଦ୍ଧି ।

ହିନ୍ଦୁ ଧର୍ମରେ ହୋଲି ପର୍ବର ଅନେକ ମହତ୍ତ୍ୱ ରହିଛି । ଏହି ପର୍ବ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପୂର୍ଣିମା ତିଥିରେ ମାନା ଯାଇଥାଏ । ଏହିଦିନ ହୋଲିକା ଦହନ କରାଯାଇଥାଏ । ଆଗାମୀ ଦିନ ପ୍ରତିପଦ ତିଥିରେ ରଙ୍ଗର ପର୍ବ ପାଳିତ ହୋଇଥାଏ । ଚଳିତ ବର୍ଷ ମାର୍ଚ୍ଚ ୮ ବୁଧବାର ଦିନ ପଡ଼ୁଛି । ୭ ତାରିଖରେ ହୋଲିକା ଦହନ ମାନାଯିବ ଯାହାକି ଅତ୍ୟନ୍ତ ଖାସ ଏବଂ ପବିତ୍ର ଅଟେ । ଏହିଦିନ ନିଜ ଭିତରର ସବୁ ନକରାତ୍ମକତାକୁ ହୋଲିକା ଅଗ୍ନିରେ ବିସର୍ଜନ କରାଯାଏ । ଆଗାମୀ ଦିନ ରଙ୍ଗ ଖେଳି ନୂଆ ପର୍ବର ଆରମ୍ଭ କରାଯାଏ । ପ୍ରାଚୀନ କଥା ଅନୁଯାୟୀ ହୋଲିକା ହିରଣ୍ୟକଶ୍ୟପର ଭଉଣୀ ଥିଲା ।

ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହ୍ଲାଦକୁ ମାରିବାକୁ ଚେଷ୍ଟା କରୁଥିଲା କାରଣ ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ । ହିରଣ୍ୟକଶ୍ୟପ ପ୍ରହ୍ଲାଦକୁ ମାରିବାକୁ ସବୁପ୍ରକାର ଚେଷ୍ଟା କରି ବିଫଳ ହେଲା । ଶେଷରେ ପ୍ରହ୍ଲାଦକୁ ମାରିବାକୁ ନିଜ ଭଉଣୀ ହୋଲିକାକୁ ଦାୟିତ୍ବ ଦେଲା । ହୋଲିକାକୁ ଏକ ବର ପ୍ରାପ୍ତ ହୋଇଥିଲା ଯେ ତାକୁ ଅଗ୍ନି ନଷ୍ଟ କରି ପାରିବ ନାହିଁ । ତେଣୁ ସେ ଏକ ଅଗ୍ନି ସୃଷ୍ଟି କରି ପ୍ରହ୍ଲାଦକୁ ନେଇ ବସିଗଲା । କିନ୍ତୁ ପ୍ରହ୍ଲାଦର କିଛି ହୋଇ ନଥିଲା ଏବଂ ହୋଲିକା ଜଳି ଯାଇଥିଲା । ସେହିଦିନ ଠାରୁ ହୋଲିକା ଦହନ ପର୍ବ ପାଳିତ ହେଉଛି ଅର୍ଥାତ ଅସତ୍ୟ ଉପରେ ସତ୍ୟର ଜୟ । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜନ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହୋଲିକା ଦହନ ଦିନ କିଛି ବିଶେଷ ଉପାୟ କରିବା ଉଚିତ ।

ହୋଲିକା ଦହନ ଦିନ କିଛି ଏପରି ଜିନିଷ ଅଛି ଯାହାକୁ ଘରକୁ ନେଇ ଆସିବା ଉଚିତ । ଯାହାଦ୍ୱାରା ଘରର ନକରାତ୍ମକତା ଦୂରେଇ ଯିବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ଏହିଦିନ ବାତାବରଣରେ ଅନେକ ନକରାତ୍ମକତା ସୃଷ୍ଟି ହୋଇଥାଏ ଯାହାକି ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପକାଇ ପାରେ । ଶାସ୍ତ୍ର ଅନୁଯାୟୀ ହୋଲି ପୂର୍ବରୁ କିଛି ଜିନିଷ ଘରକୁ ନେଇ ଆସିବା ଉଚିତ ଏବଂ ଆଉ କିଛି ଜିନିଷ ହୋଲିକା ଦହନର ବିସର୍ଜନ କରିବା ଉଚିତ ।

୧ . ନାଲି ଲଙ୍କା:-

ହୋଲିକା ଦହନ ପୂର୍ବରୁ ସାତୋଟି ଶୁଖିଲା ଲଙ୍କା ଆଣି ଘରର ଏକ କୋଣରେ ରଖି ଦିଅନ୍ତୁ । ଖାସକରି ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ଉପସ୍ଥିତ ଥିବା ନକରାତ୍ମକ ଶକ୍ତି ଧୀରେ ଧୀରେ କମିଯିବ । ତାପରେ ହୋଲିକା ଦହନ ଦିନ ହୋଲିକା ଅଗ୍ନିରେ ସେହି ସାତୋଟି ନାଲି ଶୁଖିଲା ଲଙ୍କାକୁ ପକାଇ ଦିଅନ୍ତୁ । ଏହାଦ୍ବାରା ଘରର ନକରାତ୍ମକତା ଦୂରେଇ ଯାଏ ଏବଂ ଘରେ ସୁଖ ଶାନ୍ତିର ବାତାବରଣ ଖେଳିଯାଏ ।

୨ . ହୋଲିକା ଦହନ ପୂର୍ବରୁ ଲେମ୍ବୁ ଏବଂ ଲଙ୍କା କିଣି ଆଣନ୍ତୁ ଏବଂ ତାହାକୁ ଘର ବାହାରେ ଟଙ୍ଗେଇ ଦିଅନ୍ତୁ । ତାହାକୁ ମଧ୍ୟ ହୋଲିକା ଦହନ ଦିନ ହୋଲିକା ଅଗ୍ନିରେ ଭସ୍ମ କରି ଦିଅନ୍ତୁ । ଏହାଦ୍ବାରା ଘର ଉପରେ ଥିବା ଖରାପ ନଜର ତୁରନ୍ତ ନଷ୍ଟ ହୋଇଯିବ ।ଏହାଦ୍ବାରା ଆର୍ଥିକ ସମସ୍ୟା ସୁଧୁରି ଯାଏ ଏବଂ ସବୁ ପ୍ରକାରର ସମସ୍ୟା ମଧ୍ୟ ଠିକ ହୋଇଯାଏ ।

୩ . ହୋଲି ପୂର୍ବରୁ ଘରର ଦ୍ୱାରରେ ନୂଆ ତ୍ୱରଣ ଲଗାଇବା ଉଚିତ । ପୁରୁଣା ତ୍ୱରଣକୁ ହୋଲିକା ଅଗ୍ନିରେ ଭସ୍ମ କରିଦେବା ଉଚିତ । ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

୪ . ହୋଲି ପୂର୍ବରୁ ଘରର ଉତ୍ତର ପୂର୍ବ କୋଣରେ ଏକ ଜଳ ଭର୍ତ୍ତି କଳସି ରଖି ଦିଅନ୍ତୁ । ସେଥିରେ ଅଳ୍ପ ଲୁଣ ମଧ୍ୟ ପକାଇ ଦିଅନ୍ତୁ । ଏହା ଘରେ ଥିବା ସବୁ ନକରାତ୍ମକତାକୁ ଶୋଷି ନେବ । ହୋଲିକା ଦହନ ଦିନ ଅଗ୍ନିରେ ଏହି ଜଳକୁ ସିଞ୍ଚି ଦିଅନ୍ତୁ ଏବଂ ଘରକୁ ଏହି ଜଳ ଦ୍ୱାରା ସଫା କରନ୍ତୁ । ଏହାଦ୍ବାରା ଘରର ସବୁ ନକରାତ୍ମକତା ନାଶ ହୋଇଯିବ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ଏବଂ ଅର୍ଥ ବୃଦ୍ଧି ହୋଇଥାଏ ।

୫ . ବାସ୍ତୁ ଅନୁଯାୟୀ ଘରେ ବାଉଁଶ ଗଛ ରଖିଲେ ଘରର ସବୁ ନକରାତ୍ମକତା ଦୂରେଇ ଯାଏ । ହୋଲି ପୂର୍ବରୁ ଘରକୁ ବାଉଁଶ ଗଛ ନିହାତି ନେଇ ଆସନ୍ତୁ । ତାହାକୁ ଉତ୍ତର କିମ୍ୱା ପୂର୍ବ ଦିଗରେ ରଖି ଦିଅନ୍ତୁ । ଏହାଦ୍ବାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ।

୬ . ହୋଲି ଆସିବା ପୂର୍ବରୁ ନୃସିଂହଙ୍କ ଫୋଟ ନିହାତି ଘରକୁ ନେଇ ଆସନ୍ତୁ । ନୃସିଂହ ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥାନ୍ତି । ତାଙ୍କ ଫୋଟ ଘରେ ଲଗାଇବା ଦ୍ୱାରା ସଙ୍କଟର ନାଶ ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

Leave a Reply

Your email address will not be published. Required fields are marked *