ଜାଣନ୍ତୁ ପାଦର ଏହି ଲମ୍ବା ଆଙ୍ଗୁଳିର ରହସ୍ୟ……..

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସାମୁଦ୍ରିକ ଶାସ୍ତ୍ରରେ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ପାଦର ଆଙ୍ଗୁଳିକୁ ନେଇ ସୂଚନା ମିଳିଥାଏ କି ଆପଣଙ୍କ ଜୀବନରେ ଧନର ଆଗମନ ରହିଛି ନା ନାହିଁ। କୁହାଯାଏ କି ପାଦର ବୁଢ଼ା ଆଙ୍ଗୁଳି ପାଖ ଆଙ୍ଗୁଳି ଅପେକ୍ଷା ବଡ଼ ହେବା ଆବଶ୍ୟକ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପାଦର ବୁଧ ଆଙ୍ଗୁଳି ସହିତ ତାର ପାଖ ଆଙ୍ଗୁଳି ଛୋଟ ରହିବା ମଧ୍ୟ ଶୁଭ ସଂକେତ ଅଟେ। ଏଭଳି ପାଦ ଥିବା ଲୋକଙ୍କୁ କେବେବି ଅର୍ଥର ଅଭାବ ହୋଇ ନଥାଏ। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ପାଦରେ ଆଙ୍ଗୁଳି ମଧ୍ୟରେ ଫାଙ୍କ ରହିବା ଦ୍ଵାରା ଅନେକ ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ। ବୁଢ଼ା ପାଦର ମଝି ଆଙ୍ଗୁଳି ଯଦି ଛୋଟ ରହିଥାଏ, ତାହେଲେ ଜୀବନରେ ଅନେକ ଶୁଭ ସଙ୍କେତ ମିଳିଥାଏ। ଏହାସହିତ ବ୍ୟକ୍ତିକୁ ଜୀବନରେ ଅଳ୍ପ ପରିଶ୍ରମରେ ସଫଳତା ମିଳିଥାଏ।

ପାଦରେ ଛୋଟ ଆଙ୍ଗୁଳିର ନଖ ଯଦି ଅଧିକ ତେଢ଼ା ରହିଥାଏ, ତାହେଲେ ଘରେ ଅଧିକ କଳି ଝଗଡା ଲାଗିବାର ସଂକେତ ମିଳିଥାଏ। ଯେଉଁ ଲୋକଙ୍କର ପାଦ ସମାନ ଭାବରେ ରହିଥାଏ, ସେମାନେ ନିଜର କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଥାନ୍ତି। ଏମାନଙ୍କୁ ସବୁ କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ। ଯେଉଁ ଲୋକଙ୍କର ପାଦ ଯୋଡ଼ି ହୋଇ ରହିଥାଏ, ସେମାନେ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ଏବଂ ଖୁବ୍ ଶୀଘ୍ର ରାଗି ଯାଇଥାନ୍ତି।

Leave a Reply

Your email address will not be published. Required fields are marked *