ଘରେ ଭୂମି ଉପରେ ଝିଟିପିଟି ଦେଖିଲେ ଜାଣି ନିଅନ୍ତୁ କଣ ମିଳିଥାଏ ଶୁଭ ସଙ୍କେତ,ଆଉ ଶରୀରର ଏହି ଅଙ୍ଗରେ ପଡ଼ିଲେ ହୋଇଥାଏ ଅଶୁଭ…

ସାଧରଣତଃ ଲୋକେ ଝିଟିପିଟିକୁ ଦେଖିବା ଅତ୍ୟନ୍ତ ସାଧରଣ ଘଟଣା ଭାବି ନିଅନ୍ତି । ମାତ୍ର ବାସ୍ତବରେ ଜୀବଜନ୍ତୁ ଏବଂ ପ୍ରକୃତି ମଧ୍ୟରେ ଏକ ଭିନ୍ନ ସମ୍ବନ୍ଧ ରହିଥାଏ । ଶାସ୍ତ୍ରରେ ଝିଟିପିଟିକୁ ଏକ ଖାସ ଜୀବ ମାନା ଯାଇଥାଏ ଏବଂ ଝିଟିପିଟି ସମ୍ବନ୍ଧୀୟ ଅନେକ ଖାସ ସୂଚନା ଦିଆଯାଇଛି । ଶାସ୍ତ୍ର ଅନୁଯାୟୀ ଝିଟିପିଟି ଭୁଇଁରେ ପଡ଼ିବା , କାନ୍ଥରେ ଦେଖାଯିବା କିମ୍ବା ଶରୀରର କୌଣସି ଅଙ୍ଗରେ ଦେଖାଯିବା କୌଣସି ବିଶେଷ କଥା ପ୍ରତି ଇଙ୍ଗିତ କରିଥାଏ ।

ଦୀପାବଳି ଦିନ ଝିଟିପିଟି ଦେଖାଗଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଯଦି ଶରୀରରେ ଝିଟିପିଟି ପଡ଼େ ତେବେ ବର୍ଷସାରା ଧନର ଆଗମନ ହୋଇଥାଏ । ମାତ୍ର ଏହାକୁ ନେଇ କରାଯାଉଥିବା ଏକ ଉପାୟ ଦ୍ୱାରା ଆପଣ ନିଜ ଦୁର୍ଭାଗ୍ୟକୁ ସୌଭଗ୍ୟରେ ପରିଣତ କରି ପାରିବେ ।

ଯେତେବେଳେ ଆପଣ ଝିଟିପିଟି ଦେଖୁଛନ୍ତି ତେବେ ତୁରନ୍ତ ଭଗବାନଙ୍କ ମୂର୍ତ୍ତି ପାଖକୁ ଯାଇ ସିନ୍ଦୁର ଏବଂ ଚାଉଳ ଆଣି ଦୂରରୁ ଝିଟିପିଟି ଉପରକୁ ଫିଙ୍ଗି ନିଜର ମନସ୍କାମନା କହି ଦିଅନ୍ତୁ । ଶାସ୍ତ୍ରରେ ଝିଟିପିଟିକୁ ଏକ ପୂଜନୀୟ ପ୍ରାଣୀ ମାନା ଯାଇଛି । ଏହାକୁ ପୂଜା କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ଏବଂ ଧନର ଆଗମନ ହୋଇଥାଏ । ଝିଟିପିଟି ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ ।

ଯଦି ଆପଣ ଦୀପାବଳି ସମୟରେ ଘର ସଫା କରୁଛନ୍ତି ଏବଂ ଆପଣଙ୍କୁ ମୃତ ଝିଟିପିଟି ଦେଖା ଯାଉଛି ତେବେ ତୁରନ୍ତ ତାହାର ସତ୍କାର କରି ଦିଅନ୍ତୁ । ମାଟିରେ ଗାତ ଖୋଳି ପୋତି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ପାପ ଲାଗିବ ନାହିଁ କିମ୍ୱା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହେବେ ନାହିଁ ।ଯଦି ଆପଣ ଖାଦ୍ୟ ଖାଇବା ସମୟରେ ଝିଟିପିଟିର ଶବ୍ଦ ଶୁଣିବାକୁ ପାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ହଠାତ ଆର୍ଥିକ ଲାଭ ହେବାକୁ ଯାଉଛି ଏବଂ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି ।

ଏହାବ୍ୟତୀତ ଯଦି ଆପଣ କୌଣସି ଝିଟିପିଟିର ସମାଗମ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର କୌଣସି ପୁରୁଣା ମିତ୍ର ସହିତ ସାକ୍ଷାତ ହେବାକୁ ଯାଉଛି । କିମ୍ବା ଆପଣଙ୍କର କୌଣସି ପସନ୍ଦର ଲୋକ ସହିତ ଆପଣଙ୍କ ମିଳନ ହେବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ମୃତ ଝିଟିପିଟି ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି କିଛି ଖରାପ ଖବର ମିଳିବାକୁ ଯାଉଛି ଯାହାର ଆପଣ କଳନା ମଧ୍ୟ କରି ନଥିବେ । ଯଦି ଯିବା ସମୟରେ ମନୁଷ୍ୟର ହାତରେ କିମ୍ବା ମୁଣ୍ଡରେ ଝିଟିପିଟି ଖସି ପଡ଼େ ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ମିଳିବାର ସଙ୍କେତ ଅଟେ ।

ଯଦି ଆପଣ ଭୋଜନ କରିବା ସମୟରେ ଝିଟିପିଟି ଦେଖନ୍ତି ତେବେ ତାହା ଶୁଭ ହୋଇଥାଏ । ମାତ୍ର ଯଦି ଆପଣ ଭୋଜନ କରିବା ସମୟରେ କୌଣସି ଝିଟିପିଟି ଗୋଡ଼ ଉପରକୁ ଉଠି ଆସେ ତେବେ ତାହାର ଅର୍ଥ ଆପଣ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ହୋଇ ପାରନ୍ତି । ଯଦି ଦୁଇ ବ୍ୟକ୍ତି କଥା ହେଉଥିବା ସମୟରେ ହଠାତ ଝିଟିପିଟିର ଶବ୍ଦ ଶୁଣାଯାଏ ତେବେ ତାହାର ଅର୍ଥ ଆପଣ ଯେଉଁ କଥା କହୁଥିବେ ତାହା ସତ ହୋଇଯିବ । ଝିଟିପିଟି ମୁଣ୍ଡରେ ପଡ଼ିଲେ ତାହା ଧନ ପ୍ରାପ୍ତିର ସଂକେତ ଅଟେ । ଯଦି ଝିଟିପିଟି କୌଣସି କିଟପତଙ୍ଗକୁ ଶିକାର କରୁଥିବା ସମୟରେ ଆପଣ ଦେଖି ନିଅନ୍ତି ତେବେ ତାହାର ଅର୍ଥ ଆପଣଙ୍କର ଧନ ଲାଭ ହୋଇପାରେ କିମ୍ବା କ୍ଷତି ହୋଇପାରେ ।

Leave a Reply

Your email address will not be published. Required fields are marked *