ହୋଲିକା ଦହନରେ ଏହି ଜିନିଷ ଘରକୁ ଆଣିବାକୁ ଆଦୋୖ ଭୁଲନ୍ତୁ ନାହିଁ,ଦେଖିବେ ଜନ୍ମ ଜନ୍ମର ଗରିବୀ ଦୁରେଇ ଯିବ

ହୋଲିକା ଅଗ୍ନିକୁ ସବୁଠାରୁ ଅଧିକ ପବିତ୍ର ମାନା ଯାଇଥାଏ ଏବଂ ହୋଲିକା ଦହନର ପାଉଁଶକୁ ତାନ୍ତ୍ରିକ ଟୋଟକା କରିବା ଏବଂ ଜ୍ୟୋତିଷ ଉପାୟ କରିବାରେ ବ୍ୟବହାର କରାଯାଇ ଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ହୋଲିକା ଦହନ ପାଉଁଶକୁ ବ୍ୟବହାର କରି କରାଯାଉଥିବା କିଛି ଉପାୟ ବିଷୟରେ କହିବୁ । ଯଦି ଆପଣଙ୍କ ଉପରେ କୌଣସି ତନ୍ତ୍ର କ୍ରିୟା ହୋଇଛି କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ଉପରେ ଏଭଳି ଯାଦୁ ଟୋନା ହୋଇଛି ବୋଲି ଭାବୁଛନ୍ତି ତେବେ ହୋଲିକା ଦହନ ସମୟରେ ଏକ ପାନ ପତ୍ର ଉପରେ ଘିଅରେ ଦୁଇଟି ଲବଙ୍ଗ ପକାଇ ତାସହିତ ଏକ ଛୋଟ ମିଶ୍ରୀ ଖଣ୍ଡ ରଖି ଦିଅନ୍ତୁ ଏବଂ ତାହାକୁ ହୋଲିକା ଦହନ ନିଆଁ ଉପରକୁ ଫିଙ୍ଗି ଦିଅନ୍ତୁ ।

ଆଗାମୀ ଦିନ କିମ୍ବା ସେହି ଦିନ ବିଳମ୍ବିତ ରାତିରେ ପାଉଁଶ ଥଣ୍ଡା ହେବାପରେ ହୋଲିକା ଦହନ ପାଉଁଶକୁ ଏକ ଷ୍ଟିଲ ଲୋଟାରେ ଆଣି ଘର ଚାରି ପାଖରେ ସିଞ୍ଚି ଦିଅନ୍ତୁ । ଆପଣ ଏକ ରୂପାର ତାବିଜରେ ତାହାକୁ ଭରି ବେକରେ ଧାରଣ କରି ପାରିବେ । ତାହାକୁ ଆପଣ କୌଣସି ପେପରରେ ଗୁଡ଼ାଇ ପୁଡ଼ିଆ ବନାଇ ନିଜ ପର୍ସରେ ମଧ୍ୟ ରଖି ପାରିବେ । ଏହାଦ୍ବାରା ଆପଣଙ୍କ ତନ୍ତ୍ର ମନ୍ତ୍ର ଜନିତ ସମସ୍ୟା ଦୂର ହୋଇଯିବ । ଅଧିକ ସମସ୍ୟା ଥିଲେ ତାହାକୁ କପଡ଼ାରେ ବାନ୍ଧି ଘରର ମୁଖ୍ୟଦ୍ୱାରରେ ଝୁଲାଇ ଦିଅନ୍ତୁ । ଏହାଦ୍ବାରା ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତିର ପ୍ରବେଶ ହୋଇ ପାରିବ ନାହିଁ ।

ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଜନିତ ଚିନ୍ତା ରହିଛି ଏବଂ ବ୍ୟବସାୟରେ ଅତ୍ୟନ୍ତ କ୍ଷତି ହେଉଛି ତେବେ ଏଭଳି ପରିସ୍ଥିତିରେ ହୋଲିକା ଦହନ ହେବାକୁ ଥିବା ସ୍ଥାନକୁ ପୂର୍ବରୁ ଯାଆନ୍ତୁ ଏବଂ ସେଠାକୁ ଡାଳିମ୍ବ ଶାଖା ଏବଂ ଅବିର ନେଇ ଯାଆନ୍ତୁ । ଡାଳିମ୍ବ ଶାଖାରେ ନିଜର ସମସ୍ୟା ଲେଖି ସେଥିରେ ହୋଲି ଅବିର ସିଞ୍ଚି ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ ଏବଂ ସେହି ପାଉଁଶକୁ ଆଣି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ତାହାକୁ ଆପଣ ଅଶ୍ୱତ୍ଥ ଗଛ ମୂଳରେ ମଧ୍ୟ ରଖି ପାରିବେ ମାତ୍ର ଏହା କରିବା ପରେ ଆଉ ପଛକୁ ବୁଲି ଦେଖିବେ ନାହିଁ । ଯଦି ଆପଣଙ୍କ ଘରେ ଅନେକ ଦିନ ହେବ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇ ପାରୁନାହିଁ ତେବେ ହୋଲିକା ଦହନର ପାଉଁଶ ଘରକୁ ଆଣି ସେଥିରେ ଅଳ୍ପ ରାଇ ଏବଂ ଲୁଣ ମିଶାଇ ଘରର ଏକ ପରିଷ୍କାର ସ୍ଥାନରେ ଚୁପଚାପ ରଖି ଦିଅନ୍ତୁ ।

ଯଦି ଆପଣଙ୍କ ଜୀବନରେ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ଜନିତ କୌଣସି ବଡ଼ ସମସ୍ୟା ଦେଖା ଦେଉଛି ତେବେ ହୋଲିକା ଦହନର ଆଗାମୀ ଦିନ ଅର୍ଥାତ ହୋଲି ଦିନ ହୋଲିକା ପାଉଁଶ ଘରକୁ ନେଇ ଆସନ୍ତୁ । ଏହାପରେ ସ୍ନାନ କରି ଏକ ଲୋଟା ପାଣିରେ ସେହି ପାଉଁଶ ମିଶାଇ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଅଭିଷେକ କରନ୍ତୁ । ମହାଦେବଙ୍କୁ ନିଜ ଜୀବନର ସବୁ ସମସ୍ୟା ପ୍ରାର୍ଥନା ଆକାରରେ କୁହନ୍ତୁ । ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ହୋଲିକା ଦହନର ପାଉଁଶକୁ ଯଦି ଆପଣ ସାରା ଘରେ ସିଞ୍ଚି ଦିଅନ୍ତି ତେବେ ଘରୁ ସବୁ ପ୍ରକାରର ନକରାତ୍ମକତା ଦୂରେଇ ଯାଏ । କାରଣ ହୋଲିକା ଦହନ ପାଉଁଶ ଖୁବ ପବିତ୍ର ହୋଇଥାଏ । ଘରର ବାସ୍ତୁ ଦୋଷ ସମାପ୍ତ ହୋଇଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହୋଲି ଦିନ ବାତାବରଣରେ ନକରାତ୍ମକତା ଖୁବ ଅଧିକ ବଢ଼ିଯାଏ । ତେଣୁ ଏହିଦିନ ଘରୁ ବାହାରିଲେ ସାବଧାନତା ଅବଲମ୍ବନ କରିବା ଉଚିତ । ଯଦି ଜୀବନରେ ଆର୍ଥିକ ସମସ୍ୟା ଅଛି ତେବେ ଗହମ କିମ୍ବା ଧାନ ନଡ଼ା ହୋଲିକା ଦହନ ନିଆଁରେ ନିଶ୍ଚୟ ଅର୍ପିତ କରନ୍ତୁ । ସେହି ପାଉଁଶକୁ ଘରେ ଆଣି ରଖି ଦିଅନ୍ତୁ । ଯଦି ଆପଣ ଭାବୁଛନ୍ତି ଯେ ମାତା ଲକ୍ଷ୍ମୀ ସ୍ଥିର ନାହାଁନ୍ତି ତେବେ ଏଗାର କଉଡ଼ି ନେଇ ହୋଲିକା ଦହନ ହେଉଥିବା ସ୍ଥାନରେ ପୂର୍ବରୁ ଯାଇ ଦବାଇ ଦିଅନ୍ତୁ । ପରେ ହୋଲିକା ଦହନ ପରେ ତାହାକୁ ଆଣି ନାଲି କପଡ଼ାରେ ବାନ୍ଧି ଘରେ ଏକ ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *