ଏହି ସମୟରେ ଝାଡୁ ଲଗାଇବା ଦ୍ଵାରା ଘରେ ବଢ଼ିଥାଏ ଦାରିଦ୍ର୍ୟତା ଏବଂ କ୍ଳେଶ,ତେଣୁ ଏହି ସମୟରେ ଭୁଲରେ ବି ଲଗାନ୍ତୁ ନାହିଁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୈନନ୍ଦିନ ବ୍ୟବହାର ହେଉଥିବା ଝାଡୁ ଘର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଝାଡୁକୁ ନେଇ ଅନେକ ନିୟମ ଗୁଡ଼ିକ ବିଷୟରେ କୁହାଯାଇଛି, ଯାହାକୁ ପାଳନ କରିବା ନିହାତି ଆବଶ୍ୟକ ଅଟେ। ଯାହାଫଳରେ ପରିବାରକୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ। ଏହି ନିୟମ ଗୁଡ଼ିକୁ ପାଳନ ନକଲେ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିଥାଏ।

ଶାସ୍ତ୍ର ଅନୁସାରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। ତେଣୁ ଝାଡୁର ଅପମାନ କଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାଦ୍ବାରା ପରିବାର ଲୋକଙ୍କୁ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡ଼ିଥାଏ। କୁହାଯାଏ କି ଝାଡୁ ଦେହରେ ପାଦ ବାଜି ଗଲେ, ନିଶ୍ଚିତ ଭାବରେ ପ୍ରଣାମ କରନ୍ତୁ। ନଚେତ ଘୋର ପାପ ହୋଇଥାଏ। ଆଜି ଆମେ ଆପଣଙ୍କୁ ଝାଡୁ ସମ୍ବନ୍ଧିତ କିଛି ବାସ୍ତୁ ଟିପ୍ସ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପାଳନ କରିବା ନିହାତି ଆବଶ୍ୟକ ଅଟେ।

ଝାଡୁ ସମ୍ବନ୍ଧୀୟ କିଛି ବାସ୍ତୁ ଟିପ୍ସ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁ ଲଗାଇବା ପାଇଁ ଚାରି ପ୍ରହର ଉଚିତ ବୋଲି ମାନା ଯାଇଛି। ଅର୍ଥାତ ସୂର୍ଯ୍ୟୋଦୟ ହେବା ପରେ ଝାଡୁ ଲଗାଇବା ଶୁଭ ହୋଇଥାଏ। ମାନ୍ୟତା ରହିଛି କି ଯେଉଁ ଲୋକଙ୍କ ଘର ସର୍ବଦା ସଫାସୁତୁରା ରହିଥାଏ, ସେମାନଙ୍କ ଘର ସର୍ବଦା ସୁଖଶାନ୍ତି ଓ ଧନସମ୍ପତ୍ତିରେ ଭରି ରହିଥାଏ। ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଦ୍ଵାରା ପରିବାରରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ସର୍ବଦା ଧ୍ୟାନ ରଖିବେ କି ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅମଙ୍ଗଳ ହୋଇଥାଏ ଏବଂ ଅଶୁଭ ମଧ୍ୟ ହୋଇଥାଏ।

ମାନ୍ୟତା ରହିଛି କି, ଯଦି ସୂର୍ଯ୍ୟାସ୍ତ ପରେ ଝାଡୁ ଲଗା ଯାଇଥାଏ, ତାହେଲେ ପରିବାରରେ କଳି ଝଗଡା ସୃଷ୍ଟି ହୋଇଥାଏ। ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି। ଯାହାଫଳରେ ଅର୍ଥର ଅଭାବ ଦେଖା ଦେଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡ଼ୁକୁ କେବେବି ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ। ଏହାକୁ ସର୍ବଦା ଲୁଚାଇ ରଖିବା ଆବଶ୍ୟକ। ଏହାଦ୍ବାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ। ଘରୁ ବାହାରିବା ସମୟରେ ଯଦି ଝାଡୁ ଦେଖି ଯାଆନ୍ତି, ତାହେଲେ ଆପଣଙ୍କ କାର୍ଯ୍ୟ ଅସଫଳ ହେବାର ସମ୍ଭାବନା ରହିଥାଏ। ତେଣୁ ଝାଡୁକୁ ସର୍ବଦା ଲୁଚାଇ ରଖନ୍ତୁ।

Leave a Reply

Your email address will not be published. Required fields are marked *