ସକାଳୁ ଉଠି ଭଗବାନ ଶିବଙ୍କର ପୁତ୍ରୀଙ୍କ ନାମ ସ୍ମରଣ କରନ୍ତୁ, ଆପଣଙ୍କର ସମସ୍ତ ଅଭିଳାଷା ହୋଇଯିବ ପୂରଣ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନେ ଜାଣି ଥିବେ କି ଭଗବାନ ଶିବଙ୍କର ୬ ଗୋଟି ସନ୍ତାନ ରହିଛନ୍ତି। ସେଥିମଧ୍ୟରୁ ତିନି ଜଣ ପୁତ୍ର ଓ ତିନି ଜଣ ପୁତ୍ରୀ ରହିଛନ୍ତି। ଭଗବାନ ଶିବଙ୍କର ତୃତୀୟ ପୁତ୍ର ହେଉଛନ୍ତି ଭଗବାନ ଅୟପ୍ପା ଅଟେ। ଦକ୍ଷିଣ ଭାରତରେ ତାଙ୍କୁ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରାଯାଇଥାଏ। ଭାହାନ ଗଣେଶ ଓ ଭଗବାନ କାର୍ତ୍ତିକେୟଙ୍କୁ ତ ଆପଣ ମାନେ ଜାଣିଥିବେ।

ଭଗବାନ ଶିବଙ୍କର ପୂତ୍ରୀ ମାନଙ୍କ ବିଷୟରେ ବହୁତ କମ୍ ଲୋକେ ଜାଣି ଥିବେ। ବାସୁକୀ, ଅଶୋକ ସୁନ୍ଦରୀ, ବଗଳାମୁଖୀ ହେଉଛନ୍ତି ଭଗବାନ ଶିବଙ୍କ ପୂତ୍ରୀ। କହିବାକୁ ଗଲେ ଅଶୋକ ସୁନ୍ଦରୀ ଦେବକନ୍ୟା ଅଟନ୍ତି। ଥରେ ଭଗବାନ ଶିବ ଓ ଦେବୀ ପାର୍ବତୀ ଭ୍ରମଣରେ ଯାଇ ଥିଲେ। ସେଠାରେ କଳ୍ପ ବୃକ୍ଷ ଦେବୀ ପାର୍ବତୀ ଙ୍କୁ ପସନ୍ଦ ଆସିଗଲା। ସେ ତାଙ୍କୁ କୈଳାଶକୁ ନେଇ ଆସିଲେ। ଥରେ ଦେବୀ ପାର୍ବତୀ ନିଜ ଏକାପଣକୁ ଦୂର କରିବା ପାଇଁ କଳ୍ପ ବୃକ୍ଷକୁ ପୁତ୍ରୀ ପାଇଁ ବରଦାନ ମାଗିଲେ। ସେହି ପୁତ୍ରୀ ହେଉଛନ୍ତି ଅଶୋକ ସୁନ୍ଦରୀ।

କହିବାକୁ ଗଲେ ଭଗବାନ ଶିବ ହେଉଛନ୍ତି ଭୋଳା ବାବା। ସେ ଖୁବ୍ ଶୀଘ୍ର ପ୍ରସନ୍ନ ହେବା ସହିତ, ଖୁବ୍ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି। ଭଗବାନ ଶିବଙ୍କ କୃପା ଲାଭ କରିବା ପାଇଁ ଅନେକ ଲୋକେ ବିଭିନ୍ନ ଉପାୟ କରିଥାନ୍ତି। ଅଶୋକ ସୁନ୍ଦରୀଙ୍କର ଜନ୍ମ ହେବା ପରେ ଦେବୀ ପାର୍ବତୀ ତାଙ୍କୁ ଭଲ ବର ପ୍ରାପ୍ତି ହେବାର ବରଦାନ ଦେଇଥିଲେ।

Leave a Reply

Your email address will not be published. Required fields are marked *