କେଉଁ ଦିନ ଜନ୍ମ ହେଲେ ପିଲା କେମିତି ହୋଇଥାଏ ? ନିଶ୍ଚିତ ଭାବରେ ଏହାକୁ ଜାଣି ରଖନ୍ତୁ

ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟର ନାମ ସେହି ବ୍ୟକ୍ତି ଉପରେ ପ୍ରଭାବ ପକାଇ ଥାଏ ଏବଂ ନାମ ଅନୁଯାୟୀ ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ମଧ୍ୟ ହୋଇଥାଏ । ସେହିଭଳି ମନୁଷ୍ୟର ଜନ୍ମଦିନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ମନୁଷ୍ୟ ଯେଉଁ ଦିନ ଜନ୍ମ ଗ୍ରହଣ କରିଥାଏ ସେହି ଦିନର ଗ୍ରହର ବିଶେଷତ୍ୱ ମଧ୍ୟ ତା ମଧ୍ୟରେ ପ୍ରବେଶ କରିଥାଏ । ଆଜିକାର ଲେଖାରେ ଆମେ ଜନ୍ମ ହୋଇଥିବା ଦିନ ଅନୁଯାୟୀ ମନୁଷ୍ୟର ବିଶେଷତ୍ୱ ବିଷୟରେ କହିବୁ ।

୧ . ସୋମବାର:-

ଯେଉଁ ବ୍ୟକ୍ତଙ୍କ ଜନ୍ମ ସୋମବାର ଦିନ ହୋଇଥାଏ ସେହି ଲୋକେ ଖୁବ ବୁଦ୍ଧିମାନ ଏବଂ ଶାନ୍ତ ହୋଇଥାନ୍ତି । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏମାନେ ଅନେକ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି ଏବଂ ଅନେକ ତର୍କ ବିତର୍କ ପରେ ନିଷ୍ପତ୍ତି ନିଅନ୍ତି । ଏମାନଙ୍କ ବାଣୀ ଅତ୍ୟନ୍ତ ମଧୁର ହୋଇଥାଏ ଏବଂ ଏମାନେ ନିଜ ବାଣୀ ଦ୍ୱାରା କାହାକୁବି ମୋହିତ କରି ନିଅନ୍ତି । ସେମାନଙ୍କ ସ୍ଵଭାବ ସ୍ଥିର ହୋଇଥାଏ । ସରକାର ଏବଂ ସମାଜରେ ବିଶେଷ ସମ୍ମାନ ମିଳିଥାଏ ।

୨ . ମଙ୍ଗଳବାର:-

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱାମୀ ମଙ୍ଗଳ ଗ୍ରହ ହୋଇଥାଏ । ଏହି ବ୍ୟକ୍ତିଙ୍କ ସ୍ୱଭାବ ଖୁବ ଦୃଢ଼ ହୋଇଥାଏ ଏବଂ ଏମାନେ ଖୁବ ସାହସୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ନକରାତ୍ମକତା ନଥାଏ । ଏମାନେ ପରାକ୍ରମୀ ହୋଇଥାନ୍ତି ଏବଂ ଯୁଦ୍ଧପ୍ରେମୀ ହୋଇଥାନ୍ତି । ଶେଷ ପର୍ଯ୍ୟନ୍ତ ନିଜ କଥାରେ ଦୃଢ଼ତା ବଜାୟ ରଖନ୍ତି । ଏମାନଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ରହିଥାଏ । ଯେଉଁ କାରଣରୁ ଏମାନଙ୍କୁ ବୁଝିବା କଷ୍ଟକର ହୋଇଥାଏ ।

୩ . ବୁଧବାର:-

ବୁଧବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଉପରେ ବୁଧ ଗ୍ରହର ପ୍ରଭାବ ରହିଥାଏ । ଏପରି ବ୍ୟକ୍ତି ଖୁବ ମଧୁର ବଚନ କହିଥାନ୍ତି । ପାଠ ପଢ଼ାରେ ଖୁବ ବିଚକ୍ଷଣ ହୋଇଥାନ୍ତି । ନିଜ କ୍ଷେତ୍ରରେ ଖୁବ ନିପୁଣ ହୋଇଥାନ୍ତି । ଏମାନଙ୍କୁ କେବେବି ଧନର ଅଭାବ ହୁଏନାହିଁ । ମାତ୍ର ଖରାପ ଗୁଣ ଏହା ଯେ ଏମାନେ କାହାକୁ ଧୋକା ଦେବା ବେଳେ ଭାବନ୍ତି ନାହିଁ ।

୪ . ଗୁରୁବାର:-

ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଉପରେ ଦେବଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ବର୍ଷିଥାଏ । ଏମାନେ ଖୁବ ବୁଦ୍ଧିମାନ ଏବଂ ନିଜ ସାହସ ଦ୍ୱାରା ଅନେକ କିଛି ଜିନିଷର ପରିବର୍ତ୍ତନ କରି ପାରନ୍ତି । ଏମାନଙ୍କ ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ହୋଇଥାଏ । ଜୀବନରେ ଏମାନଙ୍କୁ କେବେବି ଧନର ଅଭାବ ହୁଏନାହିଁ । ଏମାନେ ଖୁବ ଜ୍ଞାନୀ ହୋଇଥାନ୍ତି ଏବଂ ଖୁବ ବିବେକଶୀଳ ହୋଇଥାନ୍ତି । ଏମାନଙ୍କୁ ଜୀବନରେ କେବେ କୌଣସି ଜିନିଷର ଅଭାବ ହୁଏନାହିଁ । ଏମାନଙ୍କୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େ ନାହିଁ ।

୫ . ଶୁକ୍ରବାର:-

ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି । ଏମାନେ ଅତ୍ୟନ୍ତ ପ୍ରତିଭାଶାଳୀ ହୋଇଥାନ୍ତି । ଯେହେତୁ ସେମାନଙ୍କ ଉପରେ ଶୁକ୍ରର ପ୍ରଭାବ ରହିଛି ତେଣୁ ସୁଖ ସାଧନ ଖୁବ ସହଜରେ ମିଳିଯାଏ । ଏମାନେ ତର୍କ କରିବାରେ ମଧ୍ୟ ନିପୁଣ ହୋଇଥାନ୍ତି । ଏମାନେ ଖୁବ ଧନବାନ ହୋଇଥାନ୍ତି ଏବଂ ଖୁବ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଭୁଲ ଠିକ ବିଷୟରେ ଏମାନଙ୍କର ଅଧିକ ଜ୍ଞାନ ରହେ । ଯାହାଦ୍ୱାରା ସେମାନେ ଅନେକ କଥାରେ ପ୍ରତିବାଦ କରନ୍ତି ।

୬ . ଶନିବାର:-

ଶନିବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ପ୍ରଭାବ ରହିଥାଏ । ଏମାନେ ନିଜ ଜୀବନକୁ ନିଜ ଢ଼ଙ୍ଗରେ ବଞ୍ଚିବା ପସନ୍ଦ କରନ୍ତି । ଏମାନେ ସ୍ୱଭାବର କଠୋର ହୋଇଥାନ୍ତି କିନ୍ତୁ ଏମାନେ ସଚୋଟ ମଧ୍ୟ ହୋଇଥାନ୍ତି । ଦୁଃଖରେ ସହନଶୀଳତା ରଖିଥାନ୍ତି । ପରିସ୍ଥିତି ଅନୁଯାୟୀ ଏମାନେ ନିଜ ସ୍ୱଭାବକୁ ବଦଳାଇ ପାରନ୍ତି । ଏମାନେ ଅନ୍ୟକୁ ସାହାଯ୍ୟ କରନ୍ତି । ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାଂସ ମଦ ଠାରୁ ଦୂରେଇ ରହିବା ଉଚିତ ।

୭ . ରବିବାର:-

ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଅଧିକ ରହିଥାଏ । ଏହି ବ୍ୟକ୍ତି ମାନେ ଖୁବ ତେଜସ୍ୱୀ ହୋଇଥାନ୍ତି । ଏମାନେ କ୍ରୋଧି ଏବଂ ସାହସୀ ହୋଇଥାନ୍ତି । ଏହାବ୍ୟତୀତ ଏମାନେ ଚତୁର ଏବଂ ଗୁଣବାନ ହୋଇଥାନ୍ତି । ନିଜର ଆତ୍ମସମ୍ମାନକୁ ଜଗି ରଖି ଚଳନ୍ତି । ଏମାନେ ସବୁବେଳେ ସକାରାତ୍ମକ ରହନ୍ତି ।

Leave a Reply

Your email address will not be published. Required fields are marked *