ଘରର ଏହି ସ୍ଥାନରେ ଲୁଚାଇ ରଖି ଦିଅନ୍ତୁ ହୋଲି ପାଉଁଶ । ଆର୍ଥିକ ସମସ୍ୟା ହୋଇଯିବ ଦୂର ଏବଂ ଆପଣ ହୋଇଯିବେ କୋଟିପତି ।

ହୋଲିକା ଦହନ ଅଗ୍ନିକୁ ସବୁଠାରୁ ଅଧିକ ପବିତ୍ର ମାନା ଯାଏ । ଏହି ରାତିକୁ ତାନ୍ତ୍ରିକ କ୍ରିୟା ଏବଂ ଜ୍ୟୋତିଷ କ୍ରିୟା କରିବାକୁ ମଧ୍ୟ ଉପଯୁକ୍ତ ସମୟ ମାନା ଯାଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ହୋଲି ଦହନର ପାଉଁଶକୁ ଉପଯୋଗ କରି କିପରି ସୁଖଶାନ୍ତି ବଜାୟ ରଖାଯାଇ ପାରିବ , ସେହି ବିଷୟରେ କହିବୁ । ଯଦି ଆପଣଙ୍କ ଉପରେ କିମ୍ବା ଆପଣଙ୍କ ଘରର ସଦସ୍ୟଙ୍କ ଉପରେ କୌଣସି ପ୍ରକାରର ତନ୍ତ୍ର ମନ୍ତ୍ର ହୋଇଛି ବୋଲି ଭାବୁଛନ୍ତି ତେବେ ହୋଲିକା ଦହନ ସମୟରେ ଘିଅରେ ଲବଙ୍ଗ ପକାଇ ଏକ ପାନ ପତ୍ର ଉପରେ ତାହାକୁ ରଖି ଛୋଟ ମିଶ୍ରୀ ଖଣ୍ଡ ରଖି ଦିଅନ୍ତୁ । ଏହାପରେ ତାହାକୁ ହୋଲିକା ଅଗ୍ନିରେ ଢ଼ାଳି ଦିଅନ୍ତୁ ।

ଆଗାମୀ ଦିନ ସେହି ହୋଲିକା ଦହନ ପାଉଁଶକୁ ଆଣି ଘର ଚାରି ପାଖରେ ସିଞ୍ଚି ଦିଅନ୍ତୁ । ତାହାକୁ ଆପଣ ଚାନ୍ଦିର ତାବିଜରେ ଭରି ବେକରେ ଧାରଣ କରି ପାରିବେ । ତାହାକୁ ଆପଣ କୌଣସି ପେପରରେ ରଖି ପୁଡ଼ିଆ ବନାଇ ନିଜ ପର୍ସରେ ମଧ୍ୟ ରଖି ପାରିବେ । ଏହାଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଅଧିକ ସମସ୍ୟା ଥିଲେ ତାହାକୁ କପଡ଼ାରେ ବାନ୍ଧି ଘରର ମୁଖ୍ୟଦ୍ୱାରରେ ଝୁଲାଇ ପାରିବେ । ଏହାଦ୍ବାରା ଘରର ନକରାତ୍ମକତା ନଷ୍ଟ ହୋଇଯାଏ । ଅନେକ ସମୟରେ ଆର୍ଥିକ ସମସ୍ୟା ଚିନ୍ତାରେ ପକାଇ ଥାଏ ଏବଂ ବ୍ୟବସାୟରେ କ୍ଷତି ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ହୋଲିକା ଦହନ ହେବାକୁ ଥିବା ସ୍ଥାନକୁ ପୂର୍ବରୁ ଯାଆନ୍ତୁ ଏବଂ ସେଠାକୁ ଡାଳିମ୍ବ ଶାଖା ନେଇ ଯାଆନ୍ତୁ ଏବଂ ତାସହିତ ଅବିର ନେଇ ଯାଆନ୍ତୁ ।

ଡାଳିମ୍ବ ଶାଖାରେ ନିଜର ସମସ୍ୟା ଲେଖି ଅବିର ସିଞ୍ଚି ହୋଲିକା ଦହନ ନିଆଁରେ ପକାଇ ଦିଅନ୍ତୁ ଏବଂ ସେହି ପାଉଁଶକୁ ଆଣି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ନଚେତ ତାହାକୁ ଆପଣ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ମାତ୍ର ଏହି ଉପାୟ କରି ସାରିବା ପରେ ପଛକୁ ବୁଲି ଦେଖନ୍ତୁ ନାହିଁ । ଯଦି ଆପଣଙ୍କ ଘରେ ଅନେକ ଦିନ ହେବ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇ ପାରୁନାହିଁ , ତେବେ ହୋଲିକା ଦହନର ପାଉଁଶ ଘରକୁ ଆଣି ସେଥିରେ ଅଳ୍ପ ରାଇ ଏବଂ ଲୁଣ ମିଶାଇ ଘରର ଏକ ପରିଷ୍କାର ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କ ସୁଲଭ ଜୀବନରେ ଆର୍ଥିକ , ସ୍ୱାସ୍ଥ୍ୟ ଜନିତ କୌଣସି ବଡ଼ ସମସ୍ୟା ଦେଖା ଦେଉଛି ତେବେ ହୋଲିକା ଦହନର ଆଗାମୀ ଦିନ ଅର୍ଥାତ ହୋଲି ଦିନ ନେଇ ଆସନ୍ତୁ ।

ଏହାପରେ ସ୍ନାନ କରି ଏକ ଲୋଟା ପାଣିରେ ସେହି ପାଉଁଶ ମିଶାଇ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଅଭିଷେକ କରନ୍ତୁ । ମହାଦେବଙ୍କୁ ନିଜ ଜୀବନର ସବୁ ସମସ୍ୟା କୁହନ୍ତୁ । ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ହୋଲିକା ଦହନର ପାଉଁଶକୁ ଯଦି ଆପଣ ସାରା ଘରେ ସିଞ୍ଚି ଦିଅନ୍ତି ତେବେ ଘରୁ ସବୁ ପ୍ରକାରର ନକରାତ୍ମକତା ଦୂରେଇ ଯାଏ । କାରଣ ହୋଲିକା ଦହନ ପାଉଁଶ ଖୁବ ପବିତ୍ର ହୋଇଥାଏ । ଘରର ବାସ୍ତୁ ଦୋଷ ସମାପ୍ତ ହୋଇଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହୋଲି ଦିନ ବାତାବରଣରେ ନକରାତ୍ମକତା ଖୁବ ଅଧିକ ବଢ଼ିଯାଏ । ତେଣୁ ଏହିଦିନ ଘରୁ ବାହାରିଲେ ସାବଧାନତା ଅବଲମ୍ବନ କରିବା ଉଚିତ ।

Leave a Reply

Your email address will not be published. Required fields are marked *