ଭାଗ୍ୟଶାଳୀ ସ୍ତ୍ରୀଙ୍କ ମଧ୍ୟରେ ଥାଏ କାଉ ଭଳି ଏହି ପାଞ୍ଚଟି ଗୁଣ । ଯାହାକି ସ୍ୱାମୀକୁ କରିଥାଏ କୋଟିପତି ।

ଶାସ୍ତ୍ରରେ କାଉର ପାଞ୍ଚଟି ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ବୁଦ୍ଧିମାନ ସ୍ତ୍ରୀ କାଉର ଏହି ପାଞ୍ଚଟି ଗୁଣକୁ ଗ୍ରହଣ କରିବା ଉଚିତ । ଯେଉଁ ସ୍ତ୍ରୀ ଥରେ କାଉର ଏହି ପାଞ୍ଚଟି ଗୁଣ ନିହିତ ଥାଏ , ସେହି ଘରକୁ କେବେବି ଦୁଃଖ ଦାରିଦ୍ର୍ୟତା ଆସି ନଥାଏ । ଏଭଳି ସ୍ତ୍ରୀ ଜୀବନସାରା ସୁଖ ଏବଂ ଐଶ୍ୱର୍ଯ୍ୟ ଭୋଗ କରିଥାଏ । ଏଭଳି ସ୍ତ୍ରୀ କୁ ବିବାହ କରୁଥିବା ପୁରୁଷକୁ କେବେ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡ଼ି ନଥାଏ । ଏଭଳି ସ୍ତ୍ରୀର ସ୍ୱାମୀ ସବୁବେଳେ ଉନ୍ନତି କରିଥାଏ । ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଜୀବନସାରା ପ୍ରେମ ଏବଂ ବିଶ୍ୱାସରେ କଟିଥାଏ । କାଉର ଏହି ପାଞ୍ଚଟି ଗୁଣ ମନୁଷ୍ୟର ଦୁର୍ଭାଗ୍ୟକି ସୌଭଗ୍ୟରେ ପରିଣତ କରିଥାଏ ।

ପୃଥିବୀରେ ଥିବା ସବୁ ପଶୁ ପକ୍ଷୀଙ୍କ ମଧ୍ୟରେ କିଛି ଏପରି ଗୁଣ ଥାଏ ଯାହାକୁ ଯଦି ମନୁଷ୍ୟ ଗ୍ରହଣ କରେ ତେବେ ସବୁ ସମସ୍ୟା ଦୂର ହୋଇଯାଏ । ଅନେକ ଜୀବଜନ୍ତୁ ଠାରୁ ଅନେକ କିଛି ଶିଖିବାକୁ ମିଳିଥାଏ । ତେଣୁ ମନୁଷ୍ୟ ନିଜ କାମକୁ ଛୋଟ କିମ୍ବା ବଡ଼ ଭାବିବା ଉଚିତ ନୁହେଁ ଏବଂ ସବୁ କାମକୁ ନିଷ୍ଠାର ସହିତ କରିବା ଉଚିତ । ସେହିଭଳି ଶାସ୍ତ୍ରରେ ସ୍ତ୍ରୀଙ୍କୁ କାଉ ଠାରୁ ଏହି ପାଞ୍ଚଟି କଥା ଶିଖିବା ବିଷୟରେ କୁହାଯାଇଛି । ପକ୍ଷୀ ମାନଙ୍କ ମଧ୍ୟରେ ଆମେ କାଉକୁ ତୁଚ୍ଛ ମଣିଥାଉ କିନ୍ତୁ ଏହି ପକ୍ଷୀ ସବୁଠାରୁ ଅଧିକ ବୁଦ୍ଧିମାନ ହୋଇଥାଏ । କାଉ ଠାରେ ଯେଉଁ ଗୁଣ ଥାଏ ତାହା ଅନ୍ୟ କୌଣସି ପକ୍ଷୀ ଠାରେ ଦେଖିବାକୁ ମିଳି ନଥାଏ । ତେଣୁ କାଉ ଅତି ଭୟଙ୍କର ପରିସ୍ଥିତିରେ ବି ଜୀବିତ ରହିପାରେ ।

୧ . ଏକାନ୍ତରେ ପ୍ରଣୟ କରିବା:-

କାଉ ନିଜ ସାଥି କାଉ ସହିତ ଏକାନ୍ତରେ ପ୍ରଣୟ କରିଥାଏ । ଯାହାକୁ କେହିବି ଦେଖି ପାରନ୍ତି ନାହିଁ । ସେହିଭଳି ସ୍ୱାମୀ ସ୍ତ୍ରୀଙ୍କୁ ମଧ୍ୟ ଏକାନ୍ତରେ ପ୍ରଣୟ କରିବା ଉଚିତ । ସ୍ତ୍ରୀଙ୍କୁ ସବୁବେଳେ ନିଜର ଇଜ୍ଜତ ରଖିବା ଉଚିତ ଏବଂ କାହା ସାମ୍ନାରେ ନିବସ୍ତ୍ର ଏବଂ ନିର୍ଲଜ ଭାବରେ ରହିବା ଉଚିତ ନୁହେଁ । ସ୍ତ୍ରୀକୁ କେବଳ ନିଜ ସ୍ୱାମୀ ସହିତ ହିଁ ସମ୍ବନ୍ଧ ବନାଇବା ଉଚିତ । ସ୍ୱାମୀ ସ୍ତ୍ରୀ ଏହି କଥାକୁ କାଉ ଠାରୁ ଶିକ୍ଷା କରିବା ଉଚିତ ।

୨ . ସଂଗ୍ରହ କରିବା:-

ଶାସ୍ତ୍ର ଅନୁଯାୟୀ କାଉ ଜରୁରୀ ଜିନିଷର ସଂଗ୍ରହ କରି ରଖିଥାଏ । ଯାହାଦ୍ୱାରା ତାକୁ ଭବିଷ୍ୟତରେ ଆଉ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । ସେହିଭଳି ଜଣେ ବୁଦ୍ଧିମାନ ସ୍ତ୍ରୀ ନିଜ ଘରେ ସର୍ବଦା ଜରୁରୀ ଜିନିଷକୁ ସଂଗ୍ରହ କରି ରଖିବା ଉଚିତ । ସ୍ତ୍ରୀ ନିଜ ଜୀବନରେ ଅଳ୍ପ ଅଳ୍ପ ଧନ ମଧ୍ୟ ସଞ୍ଚୟ କରିବା ଉଚିତ ଯାହାଦ୍ୱାରା ଭବିଷ୍ୟତରେ ସମସ୍ୟା ଉପୁଜିବ ନାହିଁ । ଯେଉଁ ସ୍ତ୍ରୀ ମଧ୍ୟରେ ଏହି ଗୁଣ ଥାଏ ସେହି ଘରେ କୌଣସି ଜିନିଷର ଅଭାବ ହୁଏନାହିଁ ।

୩ . ସାବଧାନ ରହିବା:-

କାଉ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାଏ । ସେ ସର୍ବଦା ସତର୍କ ରହିଥାଏ । ସେ ଆଗକୁ ଯିବା ପୂର୍ବରୁ ଚାରି ଦିଗକୁ ଆଖି ବୁଲାଇ ଭଲ ଭାବରେ ଦେଖିଥାଏ । ସେହିଭଳି ଜଣେ ସ୍ତ୍ରୀକୁ ସବୁବେଳେ ସତର୍କ ଏବଂ ସାବଧାନ ରହିବା ଉଚିତ । ଘରେ ରହିବା ସମୟରେ ସେ ସବୁ ଦିଗରେ ନଜର ରଖିବା ଉଚିତ ।

୪ . ବିଶ୍ୱାସ ନକରିବା:-

ଶାସ୍ତ୍ର ଅନୁଯାୟୀ କାଉ ଏପରି ଏକ ପକ୍ଷୀ ଅଟେ ଯିଏକି କାହାକୁ ଭରସା କରି ନଥାଏ । ଜଣେ ସ୍ତ୍ରୀ ମଧ୍ୟରେ ଏହି ଗୁଣ ରହିବା ନିତାନ୍ତ ଜରୁରୀ ଅଟେ । ସେ ନିଜ ସ୍ୱାମୀ ଏବଂ ପରିବାର ବ୍ୟତୀତ ଅନ୍ୟ କାହା ଉପରେ ବିଶ୍ୱାସ କରିବା ଉଚିତ ନୁହେଁ । ଅଧିକ ଧନ ପାଇବା ଉଦ୍ଦେଶ୍ୟରେ ସ୍ତ୍ରୀ କାହାକୁ ବିଶ୍ୱାସ କରିବା ଉଚିତ ନୁହେଁ ।

୫ . ଧୌର୍ଯ୍ୟ ବଜାୟ ରଖିବା:-

ଶାସ୍ତ୍ର ଅନୁଯାୟୀ କାଉ ଏକ ଧୌର୍ଯ୍ୟବାନ ପକ୍ଷୀ ଅଟେ । ସେ କୌଣସି କାର୍ଯ୍ୟ କରିବାରେ ବ୍ୟସ୍ତ ହୁଏନାହିଁ । ସେହିଭଳି ଜଣେ ସ୍ତ୍ରୀକୁ ମଧ୍ୟ ଧୌର୍ଯ୍ୟ ବଜାୟ ରଖିବା ଉଚିତ । କଷ୍ଟ ସମୟରେ କେବେବି ନିଜ ସ୍ୱାମୀ ଏବଂ ପରିବାରର ସାଥ ଛାଡ଼ିବା ଉଚିତ ନୁହେଁ । କୌଣସି ବସ୍ତୁକୁ ପାଇବାକୁ ଚାହୁଁଥିଲେ ତାହାକୁ ପାଇବା ପାଇଁ ମଧ୍ୟ ଧୌର୍ଯ୍ୟ ହରାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *