ଜାଣି ନିଅନ୍ତୁ ମୟୁର ପରକୁ ରଖିବାର ଉପଯୁକ୍ତ ଦିଗ ଏବଂ ସ୍ଥାନ । ହୋଇଥାଏ ଧନ ପ୍ରାପ୍ତି ଏବଂ ଆସିଥାଏ ସୁଖ ସମୃଦ୍ଧି

ସନାତନ ହିନ୍ଦୁ ଧର୍ମରେ ଭିନ୍ନ ଭିନ୍ନ ପକ୍ଷୀ ଏବଂ ପରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଭିନ୍ନ ଭିନ୍ନ ପକ୍ଷୀର ପରକୁ ଘରେ ରଖିବା ଶୁଭ ହୋଇଥାଏ ଏବଂ ସେହି ସବୁ ଭିନ୍ନ ଭିନ୍ନ ପୂଜା କାର୍ଯ୍ୟରେ ମଧ୍ୟ ଲାଗିଥାଏ । ତେବେ ଆଜିକାର ଲେଖାରେ ଆମେ ସେହିଭଳି କିଛି ପକ୍ଷୀର ପର ବିଷୟରେ କହିବୁ ଯାହାକୁ ଘରେ ରଖିବା ଶୁଭ ହୋଇଥାଏ ଏବଂ କିଛି ପକ୍ଷୀର ପର ଘରେ ମିଳିବା ଦ୍ୱାରା ଶୁଭ ଏବଂ ଅଶୁଭ ସଙ୍କେତ ମଧ୍ୟ ମିଳିଥାଏ । ପକ୍ଷୀର ପର ଯଦି ସେ ନିଜେ ଖସାଇ ଥାଏ ତେବେ ତାହାକୁ ଆଣିବା ଶୁଭ ହୋଇଥାଏ ମାତ୍ର ପକ୍ଷୀକୁ ମାରି ତାର ପର ଆଣିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଜାଣିନେବା ଯେ କେଉଁ ପକ୍ଷୀର ପର ଆଣିବା ଶୁଭ ହୋଇଥାଏ ।

ମୟୁର ପରର ଅନେକ ବାସ୍ତୁ ଏବଂ ଜ୍ୟୋତିଷ ମହତ୍ତ୍ୱ ରହିଛି । ମୟୁର ପରକୁ ଘରେ ରଖିଲେ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିବା ସହିତ ଯଦି ଆପଣ ତାହାକୁ ଉପଯୁକ୍ତ ସ୍ଥାନରେ ରଖନ୍ତି ତେବେ ଘରକୁ ଧନର ଅନବରତ ଆଗମନ ହୋଇଥାଏ । ଏହାବ୍ୟତୀତ ତିନୋଟି ମୟୁର ପରକୁ ନେଇ ଆପଣ କିଛି ବିଶେଷ ଉପାୟ ମଧ୍ୟ କରି ପାରିବେ । ମୟୁର ପରକୁ ଅନେକ କାଳରୁ ଏକ ଯନ୍ତ୍ର ସଦୃଶ୍ୟ ମାନା ଯାଇଛି ଯାହାକି ତାନ୍ତ୍ରିକ କ୍ରିୟାରେ ଲାଗିଥାଏ ।

ଏହାବ୍ୟତୀତ ପୁରାଣ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ଉପଯୋଗ ବିଷୟରେ ବର୍ଣ୍ଣିତ ଅଛି । ଆୟୁର୍ବେଦରେ ମଧ୍ୟ ଏହାର ମହତ୍ତ୍ୱ ରହିଛି କାରଣ ଏହା ନକରାତ୍ମକତାକୁ ଅବଶୋଷିତ କରି ଶରୀରକୁ ସୁସ୍ଥ ରଖିଥାଏ । ଘରେ କେହି ବ୍ୟକ୍ତି ଅସୁସ୍ଥ ଥିଲେ ମୟୁର ପର ଦ୍ୱାରା ତାଙ୍କୁ ଠିକ କରାଯାଇ ପାରିବ ।

ପୁରା କାଳରେ ସନ୍ଧ୍ୟା ନାମକ ଅସୁର ଥିଲା ଯିଏକି ଅନେକ ତାପସ୍ୟା କରି ଭଗବାନ ବିଷ୍ଣୁଙ୍କ ଠାରୁ ବରଦାନ ମିଳିବା ପରେ ସ୍ୱର୍ଗ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହିଁଲା । ଏହାପରେ ସବୁ ଦେବତାଙ୍କ ଉପରେ ଆକ୍ରମଣ କରିବାରେ ଲାଗିଲା । ସବୁ ଦେବତା ନିଜ ନିଜ ମଧ୍ୟରେ କଥା ହୋଇ ମୟୁରକୁ ଜରିଆ ବନାଇ ମୟୁରର ପରରେ ବିରାଜମାନ କରିବା ଦ୍ୱାରା ମୟୁର ଅଧିକ ଶକ୍ତିଶାଳୀ ହୋଇଗଲା ଏବଂ ସନ୍ଧ୍ୟା ନାମକ ଅସୁରକୁ ବଧ କରିବାରେ ସକ୍ଷମ ହେଲା । ତାପରେ ଦେବତାଙ୍କ ଆଧିପତ୍ୟ ପୁଣିଥରେ ଫେରି ଆସିଲା । ସେହିଠାରୁ ଦେବତା ମାନେ ମୟୁରକୁ ପୂଜନୀୟ ବର ଦେଲେ । ମୟୁର ପର ଦ୍ୱାରା ନଅ ଗ୍ରହର ସମସ୍ୟା ଦୂର ହୋଇଯାଏ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ମୟୁର ପରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମୟୁର ପରକୁ ସୁଖ ଶାନ୍ତିର ପ୍ରତୀକ ମାନା ଯାଏ । ଏଥିପାଇଁ ଭଗବାନ ଶ୍ରୀକୃଷ୍ଣ ନିଜେ ମୁକୁଟରେ ମୟୁର ପର ଧାରଣ କରନ୍ତି ଯାହାକି ନକରାତ୍ମକତାକୁ ନଷ୍ଟ କରିଥାଏ । କେବଳ ହିନ୍ଦୁ ଧର୍ମରେ ନୁହେଁ , ବରଂ ଏହାର ମହତ୍ତ୍ୱ ସବୁ ଧର୍ମରେ ରହିଛି । ମୟୁର ପର ଦ୍ୱାରା ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇ ପାରିବ । ଏହାବ୍ୟତୀତ ମୟୁର ପର ସହିତ ବଇଁଶୀ ରଖିଲେ ଅଧିକ ଉତ୍ତମ ହୋଇଥାଏ । ମୟୁର ପର ଦ୍ୱାରା ଘରର କଳହ କ୍ଳେଶ ମଧ୍ୟ ଦୂର କରାଯାଇ ପାରିବ । ପ୍ରତ୍ୟେକ ଦିନ ପୂଜା ପରେ ମୟୁର ପରକୁ ସାରା ଘରେ ଜୋର ଜୋରରେ ହଲାଇଲେ ସବୁ ନକରାତ୍ମକ ଶକ୍ତି ଦୂରେଇ ଯାଏ । ସବୁ ଘରର ସଦସ୍ୟଙ୍କ ଉନ୍ନତିରେ ବାଧା ଆସୁଛି ତେବେ ଘରର ମୁଖ୍ୟଦ୍ୱାରର ଉପରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖି ଦୁଇ ପାର୍ଶ୍ଵରେ ମୟୁର ପର ରଖନ୍ତୁ ।

ଏହାଦ୍ବାରା କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ । ଘରର ମୁଖ୍ୟଦ୍ୱାରରେ ତିନୋଟି ମୟୁର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଘରେ ଅଶାନ୍ତି ଦେଖା ଦେଲେ ମୟୁର ପରରେ ଗଙ୍ଗା ଜଳ ସିଞ୍ଚି ଘରର ଏପରି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠି କାହାର ନଜର ପଡ଼ିବ ନାହିଁ । ଯଦି ଘରର କୌଣସି ବ୍ୟକ୍ତି ଉପରେ ଖରାପ ନଜର ପଡ଼ିଛି ତେବେ ଶୋଇବା ପୂର୍ବରୁ ସେହି ବ୍ୟକ୍ତିର ତକିଆ ତଳେ ମୟୁର ପର ରଖି ଦିଅନ୍ତୁ । ନଜର ଦୋଷ ଦୂର ହୋଇଯିବ । ଆଗାମୀ ଦିନ ତାହାକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ବିଦ୍ୟାର୍ଥୀଙ୍କର ପାଠ ପଢ଼ାରେ ମନ ଲାଗୁ ନଥିଲେ ମାତା ସରସ୍ୱତୀଙ୍କ ନିକଟରେ ମୟୁର ପର ରଖି ତାହାକୁ ବହି ଭିତରେ ରଖନ୍ତୁ । ଦେଖିବେ ପାଠ ପଢ଼ାରେ ମନ ଲାଗିବ ।

Leave a Reply

Your email address will not be published. Required fields are marked *