ଏହି ଗଛର କେବଳ ଗୋଟିଏ ଟୁକୁଡ଼ା ଦୁର୍ଭାଗ୍ୟକୁ କରିଦେବ ସୌଭଗ୍ୟ,ଦୂର ହୋଇଯିବ ଚାକିରୀ ସମସ୍ୟା

ଦୁନିଆରେ ଏପରି ଅନେକ ଗଛ ଅଛି ଯାହାକି ମନୁଷ୍ୟର ଭାଗ୍ୟ ବଦଳାଇବା ସହିତ ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଅରଖ ଫୁଲ । ଅରଖ ଫୁଲର ସାଧରଣତଃ ଦୁଇଟି ଜାତି ଅଛି । ଗୋଟିଏ ନାଲି ଏବଂ ଅନ୍ୟଟି ଧଳା । ଅରଖ ଫୁଲରେ ଥିବା କ୍ଷୀର ବିଷାକ୍ତ ହୋଇଥାଏ ତେଣୁ ଏହାକୁ ନେଇ କିଛି ଉପାୟ କରିବା ପରେ ହାତକୁ ଭଲ ଭାବରେ ଧୋଇ ନେବେ । ଏହାବ୍ୟତୀତ କୌଣସି ଆୟୁର୍ବେଦିକ ପ୍ରୟୋଗ କରିବା ପୂର୍ବରୁ ନିଶ୍ଚିତ ଭାବରେ ବୈଦ୍ୟ ପରାମର୍ଶ ନେବେ । ଧନ ସମ୍ବନ୍ଧୀୟ ସମସ୍ୟା ଥିଲେ କୌଣସି ରବି ପୁଷ୍ୟ ନକ୍ଷତ୍ର କିମ୍ବା ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ଏହି ଅରଖ ଫୁଲର ମୂଳକୁ ନେଇ ଆସନ୍ତୁ ।

ତାହାକୁ ମହାଦେବଙ୍କ ସ୍ଥାନରେ ରଖି ଧୂପ ଦୀପ ଦେଇ ପବିତ୍ର କରନ୍ତୁ ଏବଂ ତାହାକୁ ଏକ ହଳଦିଆ କପଡ଼ାରେ ଗୁଡ଼ାଇ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଧଳା ଅରଖ ସବୁ ଉପାୟ କରିବାରେ ଅଧିକ ପ୍ରଭାବୀ ହୋଇଥାଏ । ଯାହାଦ୍ୱାରା ଚାକିରୀ ସମ୍ବନ୍ଧୀୟ ସମସ୍ୟା , ବିବାହ ସମ୍ବନ୍ଧୀୟ ସମସ୍ୟା ଏବଂ ଶତ୍ରୁ ସମସ୍ୟା ମଧ୍ୟ ଦୂରେଇ ଯାଏ । ତେବେ ଅରଖ ଫୁଲ ପତ୍ରକୁ ମଧ୍ୟ ଉପଯୋଗ କରି ଆପଣ ଉପାୟ କରି ପାରିବେ । ଆପଣ ଏକ ଅରଖ ଫୁଲ ଗଛ ପାଖକୁ ଏକ ସୁପାରି , କୋଏନ ଏବଂ ଜଳ ନେଇ ଯାଆନ୍ତୁ ।ଏହାପରେ ଏହାର ମୂଳରେ ସୁପାରି ଏବଂ କୋଏନ ରଖି ଜଳ ଅର୍ପିତ କରି ହାତ ଯୋଡ଼ି ନିଜର ପୁରା ପରିଚୟ ଏବଂ ପ୍ରାର୍ଥନା କରିବାର କାରଣ ବିଷୟରେ କହି ଘରକୁ ଚାଲି ଆସନ୍ତୁ ଏବଂ ଆଗାମୀ ଦିନ ସେହି ସମାନ ଉପାୟ କରନ୍ତୁ ।

ଏହାକୁ ଅରଖ ଗଛର ନିମନ୍ତ୍ରଣ କୁହାଯାଏ । ଆଗାମୀ ଦିନ ଯାଇ ଫୁଲ ଏବଂ ପତ୍ର ଡେମ୍ଫ ସହିତ ନେଇ ଆସନ୍ତୁ ଏବଂ ଏକ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଥିବା ସିନ୍ଦୁରକୁ ଆଙ୍ଗୁଠିରେ ନେଇ ସେହି ପତ୍ରରେ ନିଜର ନାମ ଏବଂ ନିଜ ଜୀବନସାଥୀଙ୍କ ନାମ ଲେଖି ଦିଅନ୍ତୁ କିମ୍ବା ଆପଣ ଯାହାକୁ ନିଜର ବଶ କରିବାକୁ ଚାହୁଁଛନ୍ତି ତାଙ୍କ ନାମ ଲେଖି ଦିଅନ୍ତୁ । ଏହାପରେ ଫୁଲକୁ ମଝିରେ ରଖି ପତ୍ର ସହିତ ମୋୖଲି ସୂତାରେ ବାନ୍ଧି କୌଣସି ସ୍ଥାନରେ ପୋତି ଦିଅନ୍ତୁ । ଏହାପରେ ପଛକୁ ବୁଲି ଦେଖନ୍ତୁ ନାହିଁ । ଦେଖିବେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଭଲ ରହିବ ଏବଂ ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ ।

ଯଦି ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ କୌଣସି ଏକ ଧଳା ଅରଖ ଫୁଲ ଗଛକୁ ନିମନ୍ତ୍ରଣ ଦେଇ ଆସନ୍ତୁ । ଆଗାମୀ ଦିନ ଯାଇ ଏକ ପତ୍ରକୁ ଛିଡ଼ାଇ କ୍ଷୀରରେ ଶତ୍ରୁର ନାମ ଲେଖି ଦିଅନ୍ତୁ ଏବଂ ସେହି ପତ୍ରକୁ ସେହି ସ୍ଥାନରେ ମାଟିରେ ଦବାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଶତ୍ରୁ ବଶବର୍ତ୍ତୀ ହୋଇଯିବ ଏବଂ ଶାନ୍ତ ହୋଇଯିବ । ପୂର୍ଣ୍ଣିମା କିମ୍ବା ଅମାବାସ୍ୟା ଦିନ ଏହି ଉପାୟ କଲେ ଅଧିକ ଫଳପ୍ରଦ ହୋଇଥାଏ । ଯଦି ଆପଣ ଧଳା ଅରଖର ମୂଳକୁ ତାବିଜ ମଧ୍ୟରେ ରଖି ସୂତାରେ ବାନ୍ଧି ଧାରଣ କରନ୍ତି ତେବେ ଆପଣଙ୍କ ଉପରକୁ କୌଣସି ବିପଦ ଆସିବ ନାହିଁ । ଏହାବ୍ୟତୀତ କୌଣସିବି ତାନ୍ତ୍ରିକ ପ୍ରଭାବ ମଧ୍ୟ ଠିକ ହୋଇଯିବ ।

ଏହାକୁ ଏକ ମାସ ପରେ ମାଟିରେ ଦବାଇ ଦେବେ । ଅନେକ ସମୟରେ କାର୍ଯ୍ୟ କ୍ଷେତ୍ରରେ ଏବଂ ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ଅଧିକ ସମସ୍ୟା ସୃଷ୍ଟି କରନ୍ତି । ତେବେ ଏପରି ପରିସ୍ଥିତିରେ ଧଳା ଅରଖ ଗଛର ମୂଳକୁ କୌଣସି ଶୁକ୍ରବାର ଦିନ ଅଳ୍ପ ଛିଡ଼ାଇ ନେଇ ଆସନ୍ତୁ ଏବଂ ଶନିବାର ଦିନ ଉପାୟ କରନ୍ତୁ । ଚେର ସହିତ ଏକ ପତ୍ର ମଧ୍ୟ ଛିଡ଼ାଇ ନେଇ ଆସନ୍ତୁ । ତାପରେ ଏହାକୁ ପେଶୀ ନିଅନ୍ତୁ । ପତ୍ର ଉପରେ ବର୍ତ୍ତମାନ ପେଶା ଯାଉଥିବା ଚେରକୁ ଘିଅ ସହିତ ରଖନ୍ତୁ । ତାହାକୁ ବର୍ତ୍ତମାନ ତିଳକ କରି ପାରିବେ । ଏହାଦ୍ବାରା ଆପଣ କୌଣସି ବ୍ୟକ୍ତିକୁବି ନିଜର ବଶବର୍ତ୍ତୀ କରି ପାରିବେ । ଏହି ଉପାୟ ଦ୍ୱାରା ଚାକିରୀରେ ମଧ୍ୟ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ ।

Leave a Reply

Your email address will not be published. Required fields are marked *