ଘରେ କୁକୁର ପାଳିବା ଶୁଭ ନା ଅଶୁଭ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କୁକୁର ପାଳିବା ଦ୍ଵାରା କଣ ହୋଇଥାଏ। କୁକୁର ପାଳିବା ଦ୍ଵାରା କିଛି ଲୋକେ ଦରିଦ୍ର ହୋଇଯିବା ସହିତ ଆଉକିଛି ଲୋକେ ଧନବାନ ହୋଇ ଯାଇଥାନ୍ତି। କୁକୁରକୁ ଯମରାଜଙ୍କ ଦୂର ବୋଲି କୁହାଯାଏ। କହିବାକୁ ଗଲେ କୁକୁର ଅତ୍ୟନ୍ତ ବିଶ୍ଵସ୍ତ ଓ ସ୍ନେହୀ ହୋଇଥାନ୍ତି। କୁକୁର ଭବିଷ୍ୟତରେ ହେବାକୁ ଥିବା ଘଟଣା ଓ ସୂକ୍ଷ୍ମ ଶକ୍ତିକୁ ବୁଝି ପାରିବାର କ୍ଷମତା ରଖିଥାଏ।

ପୋଲିସ ମାନେ ଚୋରକୁ ଧରିବା ପାଇଁ କୁକୁରକୁ ହିଁ ରଖିଥାନ୍ତି। କୁକୁରକୁ ହିନ୍ଦୁ ଧର୍ମରେ ଗୋଟେ ରହସ୍ୟମୟ ପ୍ରାଣୀ ବୋଲି ମାନା ଯାଇଥାଏ। ଯଦି ଆପଣ ନିଜ ଘରେ କୁକୁର ପାଳୁଛନ୍ତି, ତାହେଲେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକେ ଘରେ କୁକୁର ପାଳୁଛନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କୁକୁରକୁ ପାଳିବା ଦ୍ଵାରା କିପରି ହୋଇଯିବେ କୋଟିପତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମାନା ଯାଇଥାଏ କି, କଳା କୁକୁର ଯେଉଁଠାରେ ରହିଥାଏ, ସେଠାରେ ନକାରାତ୍ମକ ଉର୍ଜା ଆସି ନଥାଏ। ଏହାର କାରଣ ହେଉଛି କି କଳା କୁକୁର ମଧ୍ୟରେ ଭଗବାନ ଶନି ଓ କେତୁଙ୍କ ପ୍ରଭାବ ରହିଥାଏ। ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଘରେ କଳା କୁକୁର ପାଳିବା ଉଚିତ। ଏହାସହିତ ବାହାରେ ବୁଲୁଥିବା କଳା କୁକୁରକୁ ମଧ୍ୟ ଖାଇବାକୁ ଦେବା ଉଚିତ। ଏହାଦ୍ବାରା ଆପଣଙ୍କ ଉପରେ ଶନିଙ୍କ କୃପା ଦୃଷ୍ଟି ରହିବ।

ହିନ୍ଦୁ ଧର୍ମରେ କୁକୁରକୁ ଯମଦୂତ କୁହାଯାଇଛି। ଯଦି ଆପଣ ପାଳିଥିବା କୁକୁରକୁ ସ୍ନେହ ଦେବା ସହିତ ତାର ଯତ୍ନ ନେବେ, ତାହେଲେ ସେ ଆପଣଙ୍କୁ ସମସ୍ୟା ଆସୁରିକ ଶକ୍ତିରୁ ରକ୍ଷା କରିବ। କୁହାଯାଇଛି କି, କେଉଁ ବ୍ୟକ୍ତି ପ୍ରତ୍ୟେକଦିନ କୁକୁରକୁ ଖାଇବାକୁ ଦିଅନ୍ତି, ତାଙ୍କ ଉପରେ ପ୍ରତ୍ୟେକ ଦେବୀ ଓ ଦେବତା ପ୍ରସନ୍ନ ରହିଥାନ୍ତି। ଏହାସହିତ ଈଶ୍ୱରଙ୍କ କୃପାରୁ ତାଙ୍କୁ କେବେବି ଅଭାବ ଅନଟନ ଦେଖା ଦେଇ ନଥାଏ।

ଯେଉଁ ବ୍ୟକ୍ତିର ମନରେ ପଶୁପକ୍ଷୀ ମାନଙ୍କ ପାଇଁ ଦୟା ଭାବନା ରହିଥାଏ ଏବଂ ପ୍ରତ୍ୟେକ ଦିନ ଭୋଜନ କରାଉ ଥାଆନ୍ତି, ତାହେଲେ ତାଙ୍କ ଉପରେ ଦେବୀ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାନ୍ତି। କୁକୁରକୁ ପ୍ରେମର ପ୍ରତୀକ ମାନା ଯାଇଥାଏ। କୁକୁରକୁ ଘରେ ପାଳିବା ଦ୍ଵାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ବିବାହିତ ଦମ୍ପତିଙ୍କ ମଧ୍ୟରେ ଶୁଭ ପ୍ରଭାବ ପଡିଥାଏ। ସନ୍ତାନ ନଥିବା ଲୋକେ କୁକୁର ପାଳିବା ଉଚିତ। ଦେଖିବେ ଆପଣ ସନ୍ତାନ ସୁଖ ପ୍ରାପ୍ତି କରିବେ।

Leave a Reply

Your email address will not be published. Required fields are marked *