ଏହି ଫୁଲ ଯେଉଁଠାରୁ ବି ପାଇବେ,ସଙ୍ଗେସଙ୍ଗେ ଘରକୁ ନେଇ ଆସନ୍ତୁ,ମାତ୍ର ୨୪ ଘଣ୍ଟା ମଧ୍ୟରେ ବଦଳି ଯିବ ଭାଗ୍ୟ !

ମନ୍ଦାର ଫୁଲ ଜୀବନର ଅନେକ ସମସ୍ୟାକୁ ଦୂର କରିପାରେ । ସମସ୍ୟା ସବୁ ଲୋକଙ୍କ ଜୀବନରେ ଥାଏ ଏବଂ ସମସ୍ତଙ୍କ ଜୀବନରେ ଉନ୍ନତି ଅବନତି ନିଶ୍ଚୟ ଦେଖିବାକୁ ମିଳିଥାଏ । ମାତ୍ର ପରିଶ୍ରମ ଦ୍ୱାରା ଆପଣ ସେହି ସମସ୍ୟାରୁ ବାହାରି ପାରିବେ । କିନ୍ତୁ ଅନେକ ଥର ଖୁବ କଷ୍ଟ କରିବା ସତ୍ତ୍ୱେବି ସମସ୍ୟାର ଶେଷ ହୁଏନାହିଁ । ତେଣୁ ଏମିତିରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହା ଉପାୟ ବିଷୟରେ କୁହାଯାଇଛି ।

ତେଣୁ ଆଜି ଆମେ ମନ୍ଦାର ଫୁଲ ସହିତ ଜଡ଼ିତ କିଛି ଉପାୟ ବିଷୟରେ କହିବୁ । ମନ୍ଦାର ଫୁଲ ଦ୍ୱାରା ସୂର୍ଯ୍ୟ ମଧ୍ୟ ଠିକ ହୋଇ ପାରିବେ । ଯଦି ଆପଣଙ୍କର ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ଘରର ପୂର୍ବ ଦିଗରେ ଗାଉଁଲାରେ ନାଲି ମନ୍ଦାର ଫୁଲ ଗଛ ଲଗାଇ ଦିଅନ୍ତୁ । ଏହାଦ୍ବାରା ସୂର୍ଯ୍ୟ ମଜବୁତ ହୋଇଥାଏ । ଏହାଦ୍ୱାରା ଘରର ନକରାତ୍ମକତା ନଷ୍ଟ ହୋଇ ସକାରାତ୍ମକତା ଆସିଥାଏ

ଯଦି ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏକ ଲୋଟା ପାଣିରେ ମନ୍ଦାର ଫୁଲ ମିଶାଇ ଅର୍ପିତ କରନ୍ତି ତେବେ ମଧ୍ୟ ସୂର୍ଯ୍ୟ ମଜବୁତ ହୋଇଥାଏ । ଯଦି ଆପଣଙ୍କର ମାଙ୍ଗଳିକ ଦୋଷ ଅଛି ତେବେ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ମଙ୍ଗଳ ଗ୍ରହ ମଜବୁତ କରିବା ପାଇଁ ଘରେ ନାଲି ମନ୍ଦାର ଫୁଲ ଗଛ ଲଗାଇବା ନିହାତି ଜରୁରୀ ଅଟେ ।

ଏହାବ୍ୟତୀତ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନଙ୍କୁ ଗୋଟିଏ ମନ୍ଦାର ଫୁଲ ନିଶ୍ଚୟ ଅର୍ପିତ କରନ୍ତୁ । ଯଦି ଆପଣଙ୍କର କେହି ବଡ଼ ଶତ୍ରୁ ଅଛନ୍ତି ତେବେ ତାଙ୍କୁ ନାଲି ମନ୍ଦାର ଫୁଲ ଉପହାର ସ୍ୱରୂପ ଦେଇ ଦିଅନ୍ତୁ । ଦେଖିବେ ଆପଣଙ୍କ ଶତ୍ରୁ ମଧ୍ୟ ଆପଣଙ୍କ ସହିତ ମିତ୍ର ଭଳି ବ୍ୟବହାର କରିବେ ଏବଂ ବନ୍ଧୁତ୍ୱ ହୋଇଯିବ ।

ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରନ୍ତୁ । ଏହାଦ୍ବାରା ଧନର ଆଗମନ ହୋଇଥାଏ । ଯଦି ଆପଣଙ୍କର କୌଣସି ଜିନିଷ ହଜି ଯାଇଛି ତେବେ ମଙ୍ଗଳବାର ଦିନ ହନୁମାନ ଏବଂ ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରନ୍ତୁ । ଏହାଦ୍ବାରା ହଜି ଯାଇଥିବା ଜିନିଷ ଆପଣଙ୍କୁ ମିଳିଯିବ । ଯଦି ଶତ୍ରୁ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ସହିତ ଦୁଇଟି ଲବଙ୍ଗ ଅର୍ପିତ କରି ଦିଅନ୍ତୁ । ଦେଖିବେ ଏହାଦ୍ବାରା ଶତ୍ରୁ ଶାନ୍ତ ହୋଇଯିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରେ ମନ୍ଦାର ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଶୁକ୍ରବାର ଦିନ ମନ୍ଦାର ଫୁଲର ଏକ ଖାସ ଉପାୟ କଲେ ଧନର ଅଭାବ ହୋଇ ନଥାଏ । ପ୍ରତି ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପିତ କରିବା ଆରମ୍ଭ କରି ଦିଅନ୍ତୁ । ଗୁରୁବାର ଦିନ ପାଞ୍ଚଟି ନାଲି ମନ୍ଦାର ଭଗବାନ ଗଣେଶଙ୍କୁ ଏବଂ ମାତା ଦୁର୍ଗାଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା କେବେବି ଧନର ଅଭାବ ହେବ ନାହିଁ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଗୋଟିଏ ନାଲି ମନ୍ଦାର ଫୁଲ ଅର୍ପିତ କଲେ ଯଦି ଘରେ କାହାରି ବିବାହ ହେଉ ନଥିବ ତେବେ ସେହି ସମସ୍ୟା ଜଲଦି ଦୂରେଇ ଯିବ । ବୈବାହିକ ଜୀବନର ସବୁ ସମସ୍ୟା ମଧ୍ୟ ଦୂରେଇ ଯିବ । ଏହାଦ୍ବାରା କଳହ ଝଗଡ଼ା ମଧ୍ୟ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *