ଜୋତା ଏବଂ ଚପଲ ଏହି ଦିଗରେ ରଖନ୍ତୁ ନାହିଁ, ନଚେତ ସୃଷ୍ଟି ହେବ ବାସ୍ତୁ ଦୋଷ ଏବଂ ଆସିବ ଦାରିଦ୍ର୍ୟତା !

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବସ୍ତୁକୁ ରଖିବାର ଏକ ଉଚିତ ଦିଗ ହୋଇଥାଏ । ସେସବୁକୁ ଉତ୍ତମ ସ୍ଥାନରେ ରଖିଲେ ହିଁ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ପ୍ରତ୍ୟକ ବସ୍ତୁ ମଧ୍ୟରେ ଦୁଇ ପ୍ରକାରର ଶକ୍ତି ରହିଥାଏ । ପୋଜିଟିଭ ଏବଂ ନେଗେଟିଭ ଶକ୍ତି । ବସ୍ତୁକୁ ଭୁଲ ଦିଗରେ ରଖିଲେ ନେଗେଟିଭ ଏବଂ ଉଚିତ ଦିଗରେ ରଖିଲେ ପୋଜିଟିଭ ଶକ୍ତି ଉତ୍ପନ୍ନ ହୋଇଥାଏ ।

ଅନେକ ସମୟରେ ଆମେ ଘରର ବସ୍ତୁ ଗୁଡ଼ିକୁ ଏପରି ସ୍ଥାନରେ ରଖିଥାଉ , ଯାହାଦ୍ୱାରା ସକାରାତ୍ମକ ଶକ୍ତିର ପ୍ରବେଶରେ ବାଧା ଆସିଥାଏ । ଯାହାଦ୍ୱାରା ଘରର ସଦସ୍ୟଙ୍କ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ପ୍ରତ୍ୟେକ ବସ୍ତୁକୁ ରଖିବା ସମୟରେ ବାସ୍ତୁର ନିୟମକୁ ମାନିନେବା ଉଚିତ । ଯାହାଦ୍ୱାରା ଘରେ ବାସ୍ତୁ ଦୋଷର ନିର୍ମାଣ ହେବ ନାହିଁ । ଆଜି ଆମେ ଆପଣଙ୍କୁ ଜୋତା ଚପଲ ରଖିବାର ଉଚିତ ଦିଗ ଏବଂ ସ୍ଥାନ କହିବୁ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜୋତା ଏବଂ ଚପଲ ନକରାତ୍ମକ ଶକ୍ତିର ଉତ୍ସ ହୋଇଥାଏ । ଯଦି ଆପଣ ଏହାକୁ ଭୁଲ ସ୍ଥାନରେ ରଖନ୍ତି ତେବେ ଏହା ଘରକୁ ପ୍ରବେଶ କରୁଥିବା ସକାରାତ୍ମକ ଶକ୍ତି ଦିଗରେ ବାଧା ସୃଷ୍ଟି କରିଥାଏ । ଜୋତା ଚାପଲ ପିନ୍ଧି ଯେହେତୁ ମନୁଷ୍ୟ ଅନେକ ସ୍ଥାନକୁ ଯାଇଥାଏ ତେଣୁ ଜୋତା ଦ୍ୱାରା ଅନେକ ନକରାତ୍ମକ ଶକ୍ତି ଘରକୁ ଆସିଥାଏ । ତେଣୁ ଘର ସାମ୍ନାରେ ଜୋତା ଚପଲ ରଖିବା ସମୟରେ ବାସ୍ତୁ ନିୟମକୁ ପାଳନ କରିବା ଉଚିତ । ଲୋକେ ବାହାରୁ ଆସି ଜୋତା ଚପଲ ଘରର ମୁଖ୍ୟଦ୍ୱାରରେ ରଖି ଦିଅନ୍ତି । ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ଆସିଥାଏ ।

୧ . ଅସଜଡ଼ା ଜୋତା ଚପଲ:-

ଯଦି ଆପଣ ଘରେ ଜୋତା ଚପଲ ଅସଜଡ଼ା ଭାବରେ ରଖନ୍ତି ତେବେ ତାହା ଉପରେ ଶନିଙ୍କ ଖରାପ ପ୍ରଭାବ ପଡ଼ିଥାଏ । ଯେଉଁ ସ୍ଥାନରେ ଅନୁଶାସନ ନଥାଏ ସେଠାରେ ଶନି ଦେବଙ୍କ ଅଶୁଭ ଦୃଷ୍ଟି ପଡ଼ିଥାଏ । ଗୋଡ଼ରେ ଧାରଣ କରା ଯାଉଥିବା ଜିନିଷର ଶନିଦେବ କାରକ ହୋଇଥାନ୍ତି । ଏହାବ୍ୟତୀତ ଏହି ଜୋତା ଚପଲ ସକାରାତ୍ମକ ଶକ୍ତିର ପ୍ରବେଶରେ ସମସ୍ୟା ସୃଷ୍ଟି କରିଥାନ୍ତି । ତେଣୁ ଘର ସାମ୍ନାରେ ଜୋତା ଚପଲ ଉଚିତ ଢ଼ଙ୍ଗରେ ରଖିବା ଉଚିତ ।

୨ . ଓଲଟା ଜୋତା:-

ଯଦି ଆପଣ କୌଣସି ଜୋତାକୁ ଓଲଟା ପଡ଼ି ଥିବାର ଦେଖୁଛନ୍ତି ତେବେ ତାହାକୁ ତୁରନ୍ତ ଠିକ କରି ରଖନ୍ତୁ । ତାହାକୁ ଉଚିତ ସ୍ଥାନରେ ରଖି ଦେବା ଉଚିତ । ନଚେତ ଆପଣଙ୍କୁ କୌଣସି ଅଶୁଭ ସମାଚାର ଶୁଣିବାକୁ ମିଳିପାରେ ।

୩ . ପୁରୁଣା ଜୋତା ଚପଲ:-

ପୁରୁଣା ଜୋତା ଚପଲ ନକରାତ୍ମକ ଶକ୍ତିର ଉତ୍ସ ହୋଇଥାଏ । ଯାହାକି ଘର ସାମ୍ନାରେ ପଡ଼ି ରହିଲେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ଘରକୁ ପ୍ରବେଶ କରି ଘର ଉପରେ ଖରାପ ପ୍ରଭାବ ପକାଇ ଥାଏ । ତେଣୁ ବ୍ୟବହୃତ ହେଉ ନଥିବା ଜୋତା ଚପଲ ତୁରନ୍ତ ବାହାର କରିଦେବା ଉଚିତ ନଚେତ କାହାକୁ ଦାନ କରିଦେବା ଉଚିତ । ଯଦି ଆପଣ ଶନିବାର ଦିନ ଜୋତା ଚପଲ ଦାନ କରନ୍ତି ତେବେ ଘରୁ ଦୁଃଖ ସମସ୍ୟା ଦୂର ହୋଇଥାଏ ଏବଂ ଶନିଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

୪ . ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଜୋତା ଚପଲ ଏବଂ ଶୁ ରେକକୁ ରଖିବା ପାଇଁ ପଶ୍ଚିମ ଦିଗ ସବୁଠାରୁ ଉତ୍ତମ ହୋଇଥାଏ । ଏହି ଦିଗର ଗ୍ରହ ଶନି । ତେଣୁ ଏହି ଦିଗରେ ଜୋତା ରଖିବା ଭଲ ହୋଇଥାଏ । ପରିବାରରେ ସୁଖ ଶାନ୍ତି ବଜାୟ ରହେ ଏବଂ ପରିବାରର ସମସ୍ତେ ଭଲରେ ରହନ୍ତି ଏବଂ ଆର୍ଥିକ ସମସ୍ୟା ମଧ୍ୟ ହୁଏ ନାହିଁ । ଏହାବ୍ୟତୀତ ଆପଣ ଜୋତା ଚପଲ ଏବଂ ଶୁ ରେକକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ମଧ୍ୟ ରଖି ପାରିବେ । ଏହା ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଠିକ ଅଟେ । ମାତ୍ର ଘରର ଦକ୍ଷିଣ ପୂର୍ବ ଦିଗରେ ଜୋତା ରଖିବା ଅନୁଚିତ । କାରଣ ଏହି ଦିଗର ସ୍ୱାମୀ ଅଗ୍ନିଦେବ ଅଟନ୍ତି ଏବଂ ଏହାକୁ ପବିତ୍ର ରଖିବା ଉଚିତ । ଶୁ ରେକ କାଠରେ ତିଆରି ହେଲେ ଭଲ ।

୫ . ଘର ଭିତରେ କେବେବି ଚମଡ଼ାରେ ତିଆରି ଜୋତା ଚପଲ ପିନ୍ଧନ୍ତୁ ନାହିଁ । କୌଣସି ମନ୍ଦିରକୁ ଯିବା ସମୟରେ ମଧ୍ୟ ଚମଡ଼ା ଜୋତା ଚପଲ ପିନ୍ଧିବା ଉଚିତ ନୁହେଁ । କାରଣ ଚମଡ଼ା ନିର୍ମିତ ଜିନିଷ ପୂଜାରେ ବର୍ଜିତ ହୋଇଥାଏ । କୌଣସି ଭଲ କାମ ନିମନ୍ତେ ଯିବା ସମୟରେ କଳା ରଙ୍ଗର ଜୋତା ପିନ୍ଧିବା ଉଚିତ । ଯାହାଦ୍ୱାରା ଆପଣଙ୍କ ଉପରେ ଖରାପ ନଜର ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *