ସବୁ ମନସ୍କାମନା ପୁରା କରିଥାଏ ତେଜ ପତ୍ର । ନିଶ୍ଚିତ ଭାବରେ ଜଳାଇ ଦିଅନ୍ତୁ

ରୋଷେଇ ଘରେ ଅନେକ ପ୍ରକାରର ମସଲା ରହିଥାଏ ଯାହାକି ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ଏବଂ କିଛି ତୋଟୋକା କିମ୍ବା ପ୍ରୟୋଗ କରିବା ପାଇଁ ବ୍ୟବହାର କରାଯାଏ । ଏହିସବୁ ପ୍ରୟୋଗର ଅନେକ ଲାଭ ରହିଛି ବୋଲି ଆମ ଶାସ୍ତ୍ରରେ କୁହାଯାଇଛି । ତେବେ ରୋଷେଇ ଘରେ ଥିବା ଲବଙ୍ଗ , ତେଜ ପତ୍ର , ଲୁଣ ଏହିସବୁ ଜିନିଷକୁ ନେଇ ଅନେକ ପ୍ରୟୋଗ କରାଯାଏ ଯାହାଦ୍ୱାରା ମନୁଷ୍ୟର ସମସ୍ୟା ଦୂରେଇ ଯିବା ସହିତ ସବୁ ପ୍ରକାରର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ତେଜ ପତ୍ରର କିଛି ବିଶେଷ ପ୍ରୟୋଗ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଯିବ ।

ସାଧାରଣତଃ ତେଜ ପତ୍ରକୁ ଜ୍ୟୋତିଷ ଉପାୟ ସହିତ ଆଧ୍ୟାତ୍ମିକ ଅନୁଷ୍ଠାନ ସମୟରେ ମଧ୍ୟ ପ୍ରୟୋଗ କରାଯାଏ । କହି ରଖିବୁ ଯେ ଯେଉଁ ଭଳି ଭାବରେ ଶ୍ରୀଗଣେଶଙ୍କୁ ଦୁବ ଘାସ , ଅର୍ଜୁନ ପତ୍ର ଅର୍ପିତ କରାଯାଏ ସେହିଭଳି ତେଜ ପତ୍ର ମଧ୍ୟ ଅର୍ପିତ କରାଯାଏ । ଯଦି ଆପଣ ପ୍ରତ୍ୟେକ ବୁଧବାର ଭଗବାନ ଗଣେଶଙ୍କ ନାମ ଉଚ୍ଚାରଣ କରି ୨୧ , ୧୧ କିମ୍ବା ୫ ଟି ତେଜ ପତ୍ର ଅର୍ପଣ କରନ୍ତି ତେବେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବା ସହିତ ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଯିବ ।

ଏହି ଉପାୟ କରିବା ଦ୍ୱାରା ସକାରାତ୍ମକ ଶକ୍ତି ମଧ୍ୟ ଆକର୍ଷିତ ହୋଇଥାଏ । ଏହାଦ୍ବାରା ଧନ ମଧ୍ୟ ଆକର୍ଷିତ ହୋଇଥାଏ । ଯଦି ଆପଣଙ୍କ ଘରେ ସବୁବେଳେ କଳହ ଅଶାନ୍ତି ଭଳି ସମସ୍ୟା ରହିଛି ତେବେ ଶନିବାର ଦିନ ପାଞ୍ଚଟି ତେଜ ପତ୍ର ଏବଂ ପାଞ୍ଚଟି ଗୋଲ ମରିଚ ନେଇ ନିଆଁରେ ଜାଳି ଦିଅନ୍ତୁ ।ସେଥିରୁ ନିର୍ଗତ ଧୂଆଁକୁ ସାରା ଘରେ ବୁଲାଇ ନିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ପରିବାରର ସମସ୍ୟା ଦୂରେଇ ଯିବ ଏବଂ ଘରେ ଉପସ୍ଥିତ ଥିବା ସୂକ୍ଷ୍ମ ଜୀବାଣୁର ମଧ୍ୟ ନାଶ ହୋଇଯିବ । ଖରାପ ସ୍ୱପ୍ନ କିମ୍ବା ଭୟଭୀତ ହେଉଥିବା ଲୋକେ ମଧ୍ୟ ଏହି ଉପାୟକୁ କରି ପାରିବେ ।

ଯଦି ଆପଣ ନିଦରେ ଭୟଙ୍କର ସ୍ୱପ୍ନ ଦେଖି ଚିତ୍କାର କରି ଉଠି ଯାଉଛନ୍ତି ତେବେ ଆପଣଙ୍କ ନିଜ ବିଛଣାର ତକିଆ ତଳେ ଏକ ତେଜ ପତ୍ର ରଖି ଦିଅନ୍ତୁ ଏବଂ ସକାଳୁ ଉଠି ତାହାକୁ ନେଇ କୌଣସି ଗଛ ମୂଳରେ ରଖି ଦିଅନ୍ତୁ । ଏହି ଉପାୟ ସେତେ ପର୍ଯ୍ୟନ୍ତ କରନ୍ତୁ ଯେତେ ପର୍ଯ୍ୟନ୍ତ ଆପଣଙ୍କ ସମସ୍ୟାର ସମାଧାନ ନହୋଇଛି । ଯଦି ଆପଣଙ୍କର ଅଯଥା ଧନ ନଷ୍ଟ ହେଉଛି ଏବଂ ଅର୍ଥ ଜନିତ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଚରଣରେ ଏକ ତେଜ ପତ୍ର କିଛି ସମୟ ରଖି ତାହାକୁ ଆଣି ନିଜ ପର୍ସରେ ରଖି ଦିଅନ୍ତୁ ।

ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଅର୍ଥ ସମ୍ବନ୍ଧୀୟ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ । ଯେତେବେଳେ ଆପଣ ଦ୍ୱିତୀୟ ତେଜ ପତ୍ର ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ପର୍ସରେ ରଖିବେ ସେତେବେଳେ ପ୍ରଥମ ପତ୍ରକୁ କୌଣସି ସ୍ଥାନରେ ମାଟିରେ ପୋତି ଦିଅନ୍ତୁ । ଯଦି ଦୀର୍ଘ ସମୟ ହେବ ଆପଣଙ୍କର କୌଣସି ମନସ୍କାମନା ପୂର୍ଣ୍ଣ ହୋଇପାରୁ ନାହିଁ ତେବେ ଏକ ତେଜ ପତ୍ର ଆଣି ସେଥିରେ ସିନ୍ଦୁରରେ ନିଜର ମନସ୍କାମନା ଲେଖି ଘରର ମନ୍ଦିରରେ ରଖି ଦିଅନ୍ତୁ ।

ଯଦି ଆପଣଙ୍କ ମନସ୍କାମନା ପୂରଣ ହୋଇଯାଉଛି ତେବେ ତାହାକୁ ପାଣିରେ ବିସର୍ଜିତ କରି ଦିଅନ୍ତୁ କିମ୍ୱା କୌଣସି ଗାଉଁଲାରେ ମାଟିରେ ପୋତି ଦିଅନ୍ତୁ । ଯଦି ଆପଣଙ୍କର କୌଣସି ପୁରୁଣା ସମସ୍ୟା ରହିଛି ତେବେ ତେଜ ପତ୍ରରେ କୌଣସି ପେନ ସାହାଯ୍ୟରେ ନିଜର ସମସ୍ୟା ଲେଖି ଦିଅନ୍ତୁ ଏବଂ ପ୍ରତ୍ୟକ ଦିନ ପୂଜା ସମୟରେ ଗୋଟିଏ ଲେଖାଏଁ ଜଳାଇ ଦିଅନ୍ତୁ । ତାହାକୁ ଆଗାମୀ ଦିନ ପାଣିରେ ମିଶାଇ ବାହାରେ ସିଞ୍ଚି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *