ହୋଲିକା ଦହନ ଅଗ୍ନିରେ ପକାଇ ଦିଅନ୍ତୁ ଏହି ଜିନିଷ, ଆପଣଙ୍କ ଜୀବନରୁ ସମସ୍ତ ଦାରିଦ୍ର୍ୟତା ହୋଇଯିବ ଦୂର।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହୋଲିକା ଦହନ ଅଗ୍ନିରେ କିଛି ଖାସ ଜିନିଷ ପକାଇବା ଦ୍ଵାରା ଆପଣଙ୍କର ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ। ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ହୋଲିକା ଦହନ କରାଯାଇଥାଏ। ହିନ୍ଦୁ ଧର୍ମ ଶାସ୍ତ୍ରରେ ହୋଲିକା ଦହନକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଏହିଦିନ ଅଧିକାଂଶ ଲୋକେ ଅନେକ ଉପାୟ ଗୁଡ଼ିକ କରିଥାନ୍ତି।

ହୋଲିକା ଦହନ ଦିନ ପ୍ରଥମେ ଅଗ୍ନିକୁ ପୂଜାର୍ଚ୍ଚନା କରିବା ଉଚିତ। ଏହାସହିତ ଅଗ୍ନିରେ କଳା ତିଳ, ଗୋବର ଘଷି, ଚକଟି ଥିବା ଅଟା ଆଦି ଅର୍ପଣ କରିବା ଉଚିତ। ଏହିସବୁ ଅଗ୍ନିରେ ଅର୍ପଣ କରିବା ସମୟରେ ଆପଣ ନିଜ ମନସ୍କାମନା ଜଣାନ୍ତୁ। ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଖରାପ ହେଉଛି, ତାହେଲେ ଆପଣ ଗୋଟେ ପାନପତ୍ରରେ ସୂପାରୀ ରଖି ଘିଅରେ ବୁଡାଇ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

ହୋଲିକା ଦହନ ଦିନ ଆପଣ ଗୋଟେ କର୍ପୂର ଏବଂ ଗୋଟେ ସବୁଜ ଅଳେଇଚ ସ୍ବାସ୍ଥ୍ୟ ଖରାପ ହୋଇଥିବା ବ୍ୟକ୍ତିଙ୍କ ପାଦରୁ ମୁଣ୍ଡ ଯାଏଁ ବୁଲାଇ ଆଣି ଏହାକୁ ହୋଲିକା ଅଗ୍ନି ମଧ୍ୟରେ ପକାଇ ଦିଅନ୍ତୁ। ଦେଖିବେ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଯଦି ଆପଣଙ୍କୁ ବ୍ୟବସାୟରେ ଅଧିକ କ୍ଷତି ସହିବାକୁ ପଡୁଛି, ତାହେଲେ ଆପଣ ହଳଦିଆ ସୋରିଷ ଆଣି ନିଜ ମୁଣ୍ଡ ଚାରି ପଟରେ ବୁଲାଇ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ଦେଖିବେ ଆପଣଙ୍କୁ ବ୍ୟବସାୟରେ ଉନ୍ନତି ମିଳିବା ସହିତ ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ଯଦି ଆପଣଙ୍କର ବୈବାହିକ ଜୀବନରେ ଅନେକ ବାଧା ବିଘ୍ନ ସୃଷ୍ଟି ହେଉଛି ବା ଅବିବାହିତ ଲୋକଙ୍କ ବିବାହ ହୋଇ ପାରୁ ନାହିଁ, ତାହେଲେ ହୋମ ସାମଗ୍ରୀ ଅର୍ଥାତ୍ ହୋମ କାଠ ଆଣି ସେଥିରେ ଅଳ୍ପ ଘିଅ ମିଶାଇ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ।ପରିବାର ଲୋକଙ୍କ ଉପରୁ ନକାରାତ୍ମକ ନଜର ଦୂର କରିବା ପାଇଁ ଆପଣ ଗୋଟେ ନଡ଼ିଆ ନିଅନ୍ତୁ। ଏହାକୁ ପରିବାରର ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଚାରିପଟେ ବୁଲାଇ ଆଣି ଏହାକୁ ହୋଲିକା ଅଗ୍ନିରେ ପକାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ପରିବାର ଲୋକଙ୍କ ଉପରେ କେବେବି କୌଣସି ନକାରାତ୍ମକ ଭାବନା ସୃଷ୍ଟି ହେବ ନାହିଁ। ହୋଲିକା ଦହନ ସରିବା ପରେ ଯଦି ଆପଣ କିଛି ପାଉଁଶ ଆଣି ଘର ଚାରିପଟେ ରେଖା ଟାଣି ଦିଅନ୍ତି, ତାହେଲେ କୌଣସି ଖରାପ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ।

Leave a Reply

Your email address will not be published. Required fields are marked *