ବଡ଼ ଶୁକ୍ରବାର ଘର ଦ୍ୱାରରେ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ । କେବେ ଆସିବ ନାହିଁ ଦାରିଦ୍ର୍ୟତା ।

ସମଗ୍ର ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହିଁ ଯାହାକୁ ଧନର ଆଶା ନଥାଏ । ଦୁନିଆରେ ଧନ ଅର୍ଜନ ପରିପ୍ରେକ୍ଷୀରେ କାମ କରୁଥିବା ବ୍ୟକ୍ତି ସାଧରଣତଃ ତିନି ପ୍ରକାରର ଅଛନ୍ତି । ଯେଉଁଠି କିଛି ଲୋକେ ଧନ ଅର୍ଜନ ପାଇଁ ଭଲ ରାସ୍ତା ଆପଣେଇ ଥାଆନ୍ତି ଏବଂ ଧନ କମେଇଥାନ୍ତି । ଆଉ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଧନ ଅର୍ଜନ ପାଇଁ ଖରାପ ରାସ୍ତା ଆପଣେଇ ଥାଆନ୍ତି ।

ପୁଣି କିଛି ଲୋକ ଏମିତିବି ଅଛନ୍ତି ଯେଉଁମାନେ ଧନ ଅର୍ଜନ ପାଇଁ ବେଶ ପରିଶ୍ରମ କରନ୍ତି , ଧନ ଅର୍ଜନ ବି କରନ୍ତି କିନ୍ତୁ ସେହି ଧନ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହେନାହିଁ । ତେଣୁ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆମେ ଆପଣଙ୍କୁ ଶାସ୍ତ୍ର ସମ୍ବନ୍ଧୀୟ କିଛି ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ଧନ ଆପଣଙ୍କ ପାଖରେ ସ୍ଥାୟୀ ରହିବ ।

ମାତା ଲକ୍ଷ୍ମୀଙ୍କୁ ଶୁକ୍ର ଗ୍ରହ ସହିତ ତୁଳନା କରାଯାଇଛି । ପୁଣି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ସହଜ ଉପାୟ ରହିଛି ଯାହାକି ଶୁକ୍ର ଗ୍ରହଙ୍କୁ ପ୍ରସନ୍ନ କରିବା ଉପାୟ ସହିତ ସମାନ ଅଟେ । ସେହି ଉପାୟ ଅନୁଯାୟୀ ଆପଣଙ୍କୁ ସକାଳୁ ଉଠି ସର୍ବପ୍ରଥମେ ଘରେ ଝାଡୁ କରିବାକୁ ପଡ଼ିବ । ଏହାପରେ ସ୍ନାନ କରି ଏକ ଲୋଟା ଜଳରେ ଅଳ୍ପ ପେଶା ହଳଦୀ ମିଶାଇ ଦିଅନ୍ତୁ ।

ତାହାକୁ ବ୍ୟବହାର କରି ଘରର ମନ୍ଦିରକୁ ସଫାସୁତୁରା କରି ମନ୍ଦିରରେ ଥିବା ସବୁ ଦେବଦେବୀଙ୍କ ମୂର୍ତ୍ତିକୁ ଅଭିଷେକ କରନ୍ତୁ । ହଳଦୀ ମିଶା ଜଳ ଲୋଟାକୁ ଠାକୁର ଘରେ ରଖି ଗୋଟିଏ ଘିଅ ଦୀପ ଏବଂ ଗୋଟିଏ ଧୂପ ଜଳାଇ ଦିଅନ୍ତୁ । ଯଦି ଆପଣ ଦୀପକୁ ସିଧାସଳଖ ଭୂଇଁରେ ରଖନ୍ତି ତେବେ ତାହା ଅପୂର୍ଣ୍ଣ ହୋଇଥାଏ । ଦୀପ ତଳେ ଚାଉଳ କିମ୍ବା କପଡ଼ା ବିଛାଇ ପାରିବେ ।

କାରଣ ଏହାଦ୍ବାରା ପୂଜା ପୂର୍ଣ୍ଣ ହୋଇଥାଏ । ଏହାପରେ ସର୍ବପ୍ରଥମେ ଭଗବାନ ଗଣେଶ ଏବଂ ତାପରେ ମାତା ଲକ୍ଷ୍ମୀଙ୍କୁ ତିଳକ କରି ପୂଜା କରନ୍ତୁ । ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କୁ ‘ ଓଁ ହ୍ରୀଂ ଶ୍ରୀଙ୍ଗ କ୍ଲିଙ୍ଗ ‘ ମନ୍ତ୍ରକୁ ୨୧ ଥର ଜପ କରି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହାପରେ ଇଷ୍ଟ ଦେବତାଙ୍କୁ ପୂଜା କରିବା ପରେ ହଳଦୀ ଲୋଟା ଜଳରୁ ଅଳ୍ପ ନେଇ ନିଜର ଦୁଇ ଆଖିରେ ଲଗାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ ଏବଂ ଘରେ ସ୍ଥାୟୀ ବାସ କରିବାକୁ ପ୍ରାର୍ଥନା କରନ୍ତୁ ।

ଏହି ଉପାୟ କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ ଏବଂ ଘର ଧନ ଧାନ୍ୟରେ ଭରିଯାଏ । ଏହାବ୍ୟତୀତ ଘରେ କୌଣସି ପ୍ରକାରର ଅଭାବ ହୁଏନାହିଁ । ଏହି ଉପାୟ କରିବା ଦ୍ୱାରା ଘରେ କେବେ କୌଣସି ଜିନିଷର ଅଭାବ ହୁଏନାହିଁ ।ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦୈବ ରହିଥାଏ । ଏହାପରେ ସେହି ହଳଦୀ ପାଣି ଲୋଟାକୁ ସମ୍ପୂର୍ଣ୍ଣ ଘରେ ସିଞ୍ଚି ଦିଅନ୍ତୁ । ଏହି ଉପାୟ ସବୁଦିନ କଲେ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ଏବଂ ଘରେ ସ୍ଥାୟୀ ଧନ ମଧ୍ୟ ରହିଥାଏ । ଏହାବ୍ୟତୀତ ଘରୁ ନକରାତ୍ମକତା ଦୂର ହୋଇଥାଏ ।

ସେହି ଜଳକୁ ଶେଷରେ ଆପଣ ନିଜେ ପ୍ରସାଦ ଆକାରରେ ଗ୍ରହଣ ମଧ୍ୟ କରି ପାରିବେ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଶେଷରେ ବଳକା ଜଳକୁ କୌଣସି ପରିଷ୍କାର ଗଛର ମୂଳରେ ଢ଼ାଳି ଦିଅନ୍ତୁ । ଏହି ଉପାୟକୁ ପ୍ରତ୍ୟେକ ଦିନ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯଦି ପ୍ରତ୍ୟେକ ଦିନ କରିବା ସମ୍ଭବ ନୁହେଁ ତେବେ ପ୍ରତ୍ୟେକ ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ ଏହି ଉପାୟ ନିଶ୍ଚୟ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *