ଅକାଳ ମୃତ୍ୟୁ କାହିଁକି ଆସିଥାଏ ? ଜାଣନ୍ତୁ ପୁରା ରହସ୍ୟ !

ଅନେକ ସମୟରେ ଅନେକ ଲୋକ ସମସ୍ୟା ଆସିଲେ ବ୍ୟକ୍ତିକୁ ହିଁ ଦୋଷ ଦେଇଥାନ୍ତି ଯେ ଯଦି ସେ ସେହି ସ୍ଥାନକୁ ଯାଇ ନଥାନ୍ତେ କିମ୍ବା ସେହି କାମ କରି ନଥାନ୍ତେ ତେବେ ଏଭଳି କିଛିବି ହୋଇ ନଥାନ୍ତା । ଯଦି କାହାରି ଦୁର୍ଘଟଣାରେ ମୃତ୍ୟୁ ହୁଏ ତେବେ ଲୋକେ କହନ୍ତି ଯେ ଯଦି ସେ ସେଦିନ କୁଆଡ଼େ ଯାଇ ନଥାନ୍ତା ତେବେ ଏଭଳି କିଛି ହୋଇ ନଥାନ୍ତା । ଯଦି ସେ ସେଠାକୁ ନଯାଇଥାନ୍ତେ ତେବେ ତାଙ୍କ ମୃତ୍ୟୁ ଟଳି ଯାଇଥାନ୍ତା ।

କିନ୍ତୁ ଯାହା ନିଶ୍ଚିତ ଅଟେ ତାହା ମନୁଷ୍ୟ ସହିତ ନିଶ୍ଚିତ ହୋଇଥାଏ । ରାମଚରିତ ମାନସରେ ମଧ୍ୟ ଏହା ସ୍ପଷ୍ଟ ଭାବରେ ଲେଖା ଯାଇଛି । ପ୍ରତାପଭାନୁ ନାମକ ଜଣେ ରାଜା ଥିଲେ । ତାଙ୍କ ଦରବାରକୁ ଅନେକ ଜ୍ଞାନୀ ଗୁଣି ବ୍ରାହ୍ମଣ ପଣ୍ଡିତ ଆସୁଥିଲେ । ଯାହାଙ୍କୁ ରାଜା ଭୋଜନ କରାଉଥିଲେ । କିନ୍ତୁ ତାଙ୍କଠାରେ ରୋଷେଇ କରୁଥିବା ପୂଜାରୀ ଜଣେ ମାୟାବୀ ରାକ୍ଷସ ଥିଲା ।

ସେହି ରାକ୍ଷସ ଜଣକ ସବୁ ବ୍ରାହ୍ମଣ ଏବଂ ପଣ୍ଡିତଙ୍କୁ ଭୋଜନ ଥାଳିଲେ ମାଂସ ପରୋଶି ଦେଲେ । ଯେତେବେଳେ ବ୍ରାହ୍ମଣ ମାନେ ଏହା ଦେଖିଲେ , ସେମାନେ ରାଜା ପ୍ରତାପଭାନୁଙ୍କୁ ଅଭିଶାପ ଦେଇଦେଲେ ଯେ ସେ ସବୁଦିନ ପାଇଁ ରାକ୍ଷସ ହୋଇଯିବେ ବୋଲି । ଏହାପରେ ରାଜା ପ୍ରତାପଭାନୁ ଭାବିଲେ ଯେ ଯଦି ସେ ବ୍ରାହ୍ମଣ ମାନଙ୍କୁ ଭୋଜନ କରିବାକୁ ନିମନ୍ତ୍ରଣ କରି ନଥାନ୍ତେ ତେବେ ତାଙ୍କର ନାମ ଏଭଳି ଦୁର୍ଗତି ହୋଇ ନଥାନ୍ତା ।

ସେହିଠାରୁ ରାଜା ପ୍ରତାପଭାନୁ ପରେ ରାବଣ ହେଲେ । ରାମଚାରିତ ମାନସରେ ଏହା ବର୍ଣ୍ଣିତ ହୋଇଛି ଯେ , ଯାହା ହେବାର ଅଛି ତାହା ନିଶ୍ଚୟ ଘଟିବ । ଏହାବ୍ୟତୀତ ଯାହା ହେବାର ନଥିବ ତେବେ ଆମ ସହିତ କେବେବି ହେବ ନାହିଁ । ଯାହାର ମୃତ୍ୟୁ ଯେତେବେଳେ , ଯେଉଁଠି ଏବଂ ଯେମିତି ହେବାର ଥିବ ସେମିତି ହିଁ ହେବ ।

ତେବେ ତାହା ନିଜ ବିଛଣାରେ ହେଉ , ରାସ୍ତାରେ ହେଉ କିମ୍ବା କୌଣସି ପୋଖରୀରେ ହେଉ । ମହାଭାରତରେ ଭୀଷ୍ମ ପିତାମହଙ୍କ ମୃତ୍ୟୁ ଯେଉଁଭଳି ଭାବରେ ଲେଖା ଯାଇଥିଲା ଠିକ ସେହିଭଳି ହିଁ ହୋଇଥିଲା । ତେଣୁ ଏଥିପାଇଁ କେହିବି ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ । ମାତ୍ର ଅକାଳ ମୃତ୍ୟୁ ବୋଲି କିଛି ନଥାଏ । ବାସ୍ତବରେ ଏହା ପୂର୍ବରୁ ହିଁ ଲେଖା ଯାଇଥାଏ ।

ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ସକାଳେ ଭଗବାନଙ୍କୁ ସ୍ନାନ କରାଇ , ପୂଜା କରି ଚରଣ ଅମୃତ ପାନ କରେ , ତାର କେବେ ଅକାଳ ମୃତ୍ୟୁ ହୁଏନାହିଁ । ଲୋକେ ଏହାକୁ ଅକାଳମୃତ୍ୟୁ ହୋଇଥାନ୍ତି । ମାତ୍ର ଶାସ୍ତ୍ର ଅନୁଯାୟୀ ଏହା ନିଶ୍ଚିତ ଅଟେ । ଗୁରୁଜନ ମାନଙ୍କ ଅନୁଯାୟୀ ୮୦ ବର୍ଷରୁ କମ ବୟସରେ ଯଦି କାହାରି ମୃତ୍ୟୁ ହୁଏ , ତେବେ ତାହାକୁ ଅକାଳ ମୃତ୍ୟୁ କୁହାଯାଏ । ଯେଉଁ ବ୍ୟକ୍ତି ହତ୍ୟା କାରଣରୁ ମୃତ୍ୟୁ ବରଣ କରନ୍ତି , ସେମାନେ ଅତୃପ ଆତ୍ମା ହୋଇ ବୁଲନ୍ତି ।

ଆପଣ ମାନେ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ତାଙ୍କର ମୃତ୍ୟୁ ୪୦ ବର୍ଷ ବୟସରେ ହୋଇଥିଲା । ଯଦି ଜଣେ ବ୍ୟକ୍ତି ସତ୍ୟତାର ମାର୍ଗରେ ସବୁବେଳେ ଚାଲିଥାଏ ତେବେ ସେ ୨୧ ବର୍ଷ ବୟସରେ ହୋଇବି ମୃତ୍ୟୁ ବରଣ କରିଥାଏ । ଏହା ନିଶ୍ଚିତ ଯେ ସେ ମୃତ୍ୟୁ ପରେ ନିହାତି ଭଗବାନଙ୍କ ଧାମକୁ ଯିବ । କିନ୍ତୁ ଯେଉଁମାନେ ପାପୀ ଲୋକ ଅଟନ୍ତି ଏବଂ ନିଜ ଜୀବନରେ ସବୁବେଳେ ପାପ କାମ କରନ୍ତି , ଭଗବାନଙ୍କୁ ମାନନ୍ତି ନାହିଁ , ଅନ୍ୟ ଉପରେ ଅତ୍ୟାଚାର କରନ୍ତି

ଏମିତିକି ନିଜ ବାପା ମା’ଙ୍କ ଅପମାନ କରନ୍ତି ଏବଂ କୌଣସି କାରଣ ବଶତଃ ସେହି ପାପୀ ଲୋକଙ୍କ ମୃତ୍ୟୁ ହୋଇଯାଏ ତେବେ ନିଶ୍ଚିତ ମାନି ନିଅନ୍ତୁ ଯେ ସେ ନିଶ୍ଚିତ ବାକି ଜୀବନରେ କଷ୍ଟ ପାଇବେ । ଯେତେ ପର୍ଯ୍ୟନ୍ତ ସେମାନଙ୍କ କାମ ପୁରା ନହୋଇଛି , ସେମାନେ ଏଣେତେଣେ ଘୁରି ବୁଲିବେ । ତେଣୁ ସବୁ ଲକ ପୁଣ୍ୟ କାମ କରିବା ଉଚିତ । ଯାହାଦ୍ୱାରା ସେମାନଙ୍କ ଆତ୍ମାକୁ ଶାନ୍ତି ମିଳି ପାରିବ ।

Leave a Reply

Your email address will not be published. Required fields are marked *