ଶୁଆର ଏହି ୨ କଥା ଜାଣି ନିଅନ୍ତୁ,ଦେଖିବେ ଜୀବନରେ କେବେ ଆଉ ଗରିବୀ ରହିବ ନାହିଁ,ଖରାପ ସମୟରେ ବି ବଦଳି ଯିବ ଆପଣଙ୍କ ଭାଗ୍ୟ

ମନୁଷ୍ୟ ଜୀବନରେ ଦୁଃଖ ଥିଲେ ସୁଖ ମଧ୍ୟ ନିଶ୍ଚୟ ଥାଏ । କିନ୍ତୁ ଅନେକ ସମୟରେ ମନୁଷ୍ୟ ଜୀବନରେ ଏତେ ଦୁଃଖ ଆସିଥାଏ ଯେ ଯାହାକୁ ସହ୍ୟ କରିବା କଷ୍ଟକର ହୋଇଥାଏ । କିନ୍ତୁ ଏହି ଦୁଃଖ ସମୟରେ ମନୁଷ୍ୟ ନିଜର ଧୌର୍ଯ୍ୟକୁ କିଭଳି ବଢ଼ାଇ ପାରିବ ଏବଂ ସବୁକିଛିକୁ ସହ୍ୟ କରି କିପରି ଆଗକୁ ବଢ଼ିବ ସେ ସବୁ ଶୁଆ ଠାରୁ ଶିକ୍ଷା କରି ପାରିବେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଶୁଆର ଏକ ଗପ କହିବୁ , ଯେଉଁଥିରେ ଗପ ଶେଷରେ ଶୁଆ କିଛି ଏଭଳି କଥା କହିଛି , ଯାହାକୁ ଯଦି ଜଣେ ବ୍ୟକ୍ତି ନିଜ ଜୀବନରେ ପାଳନ କରେ , ତେବେ ସେ କେବେବି ଦୁଃଖରେ ରହିବ ନାହିଁ । ତେବେ ଚାଲନ୍ତୁ ସେହି ଗପ ଜାଣିନେବା ।

ଏକ ଜଙ୍ଗଲରେ ଏକ ଶୁଆ ନିଜର ଦୁଇ ଛୋଟ ଛୋଟ ପିଲା ସହିତ ରହୁଥିଲା । ନିଜର ଦୁଇ କୁନି ପିଲା ଖୁବ ସୁନ୍ଦର ଥିଲେ , ଯାହାକୁ ଶୁଆ ନିଜର ଏକମାତ୍ର ପରିବାର ଭାବି , କାହା ଉପରେ ଶତ୍ରୁତା କିମ୍ବା କ୍ରୋଧ ନରଖି ଜଙ୍ଗଲରେ ବେଶ ଖୁସିରେ ରହୁଥିଲା । କିନ୍ତୁ ସୁଖ ସବୁବେଳେ ରହେନାହିଁ ଏବଂ କେବେ ନା କେବେ ଦୁଃଖ ଆସିଥାଏ ନିଶ୍ଚିତ । ଜଙ୍ଗଲ ଦେଇ ଏକ ଶିକାରୀ ଯାଉଥିବା ସମୟରେ ଶୁଆର ଦୁଇ କୁନି ପିଲାଙ୍କୁ ଧରି ରାଜାଙ୍କୁ ଭେଟି ଦେବାକୁ ଭାବିଲା ଏବଂ ଦୁଇ କୁନି ଶୁଆଙ୍କୁ ଧରି ନେଇ ରାଜାଙ୍କ ନିକଟକୁ ଗଲା । ରାଜା ଖୁସି ହୋଇ ଶିକାରୀକୁ ଅନେକ ପୁରସ୍କାର ଦେବା ସହିତ ଦୁଇ କୁନି ଶୁଆଙ୍କ ପାଇଁ ଏକ ସୁନାର ପଞ୍ଜୁରୀ ବନାଇବାକୁ ଆଦେଶ ଦେଲେ । ଏହାପରେ ରାଜାଙ୍କ ନଅରରେ ଦାସ ଦାସୀ ଏବଂ ସବୁ ଲୋକ ସେହି ଦୁଇ ଶୁଆକୁ ଖୁବ ସ୍ନେହ କଲେ ।

ଦୁଇ କୁନି ଶୁଆ ଏହାଦେଖି ନିଜ ନିଜ ମଧ୍ୟରେ କଥା ହେବାକୁ ଲାଗିଲେ ଯେ ତାଙ୍କ ଭାଗ୍ୟ କେତେ ଭଲ । ଯାହାକି ସେମାନେ ବିନା କିଛି କହିବା ପୂର୍ବରୁ ତାଙ୍କ ଇଚ୍ଛା ମୁତାବକ ସବୁ ଜିନିଷ ତାଙ୍କୁ ଦିଆଯାଉଛି । ରାଜାଙ୍କ ପୁଅ ଏବଂ ରାଜା ନିଜେ ମଧ୍ୟ ସେମାନଙ୍କ ସହିତ ଖେଳୁଥିଲେ । ଯାହା ତାଙ୍କ ପାଇଁ ଗର୍ବିତ ଥିଲା । ପୁଣି ସେଠାକାର ସବୁ ଲୋକ ସେମାନଙ୍କୁ ସ୍ନେହ କରୁଥିଲେ । ତେଣୁ ଦୁହେଁ ବେଶ ଖୁସିରେ ଥିଲେ । କିନ୍ତୁ ସମୟ ସବୁବେଳେ ସମାନ ନଥାଏ । କିଛିଦିନ ପରେ ସେହି ଶିକାରୀ ପୁଣିଥରେ ଏକ ଉପହାର ନେଇ ରାଜାଙ୍କ ନିକଟରେ ଉପସ୍ଥିତ ହେଲେ । ସେ ନିଜ ସହିତ ଏକ କଳା ମାଙ୍କଡ଼ ନେଇ ରାଜାଙ୍କୁ ଦେଲେ । ରାଜା ମଧ୍ୟ ସେହି ଉପହାର ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ଶିକାରୀକୁ ପୁରସ୍କାର ସ୍ୱରୂପ ଅନେକ ସୁନାର ମୋହର ଦେଲେ ।

ତେବେ ବର୍ତ୍ତମାନ କିନ୍ତୁ ରାଜାଙ୍କ ପ୍ରସାଦର ସବୁ ଚାକର ଚାକରାଣୀ ଏବଂ ଅନ୍ୟାନ୍ୟ ଲୋକ ମାଙ୍କଡ଼ର ବୁଦ୍ଧିମତା ପାଇଁ ତାକୁ ବେଶ ସ୍ନେହ କଲେ ଏବଂ ତାର ଯତ୍ନ ନେବାକୁ ଆରମ୍ଭ କରିଦେଲେ । ସେତେବେଳେ ଦୁଇ ଶୁଆଙ୍କ ପ୍ରତି ଥିବା ଯତ୍ନ ପୁରାପୁରି କମି ଯାଇଥିଲା । ଏମିତିକି ରାଜା ନିଜେ ଏବଂ ତାଙ୍କ ପୁଅ କଳା ମାଙ୍କଡ଼ ସହିତ ଖେଳିବାରେ ଲାଗିଲେ ।

ଏହାଦେଖି ଦୁଇ ଶୁଆ ପରସ୍ପର ମଧ୍ୟରେ କଥା ହେବାରେ ଲାଗିଲେ ଯେ ତାଙ୍କ ଭାଗ୍ୟ ଦୁର୍ଭାଗ୍ୟର ପରିଣତ ହୋଇ ଯାଇଛି । ତାଙ୍କୁ ଆଉ କେହି ସ୍ନେହ କରୁ ନାହାଁନ୍ତି ଏବଂ ଠିକ ସମୟରେ ଖାଇବାକୁ ମଧ୍ୟ ଦେଉ ନାହାଁନ୍ତି । ଏହାପରେ ବଡ଼ ଭାଇ ସାନ ଭାଇକୁ କିଛି ଉପଦେଶ ଦେଇଛି । ଯେଉଁ ଉପଦେଶ ଅନୁଯାୟୀ ବଡ଼ ଶୁଆ କହିଛି , ଏହା ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ ଯେ – ସବୁ ସମୟ ଏକା ଭଳି ରହେ ନାହିଁ ।

ବଡ଼ ଭାଇ ସାନ ଭାଇକୁ ସାନ୍ତ୍ୱନା ଦେଇ କହିଲା ଯେ ସମୟ ସବୁବେଳେ ସମାନ ରହେନାହିଁ । କେତେବେଳେ କାହାର ଭାଗ୍ୟ ବଦଳି ଯିବ ତାହା କେହି କହି ପାରିବେ ନାହିଁ । ସମୟ ସହିତ ତାଳ ଦେବା କଷ୍ଟକର । ଏହି ସମୟ କେତେବେଳେ ରାଜାକୁ ଭିକାରୀ ବନାଇ ଦିଏ ତ କେତେବେଳେ ଭିକାରୀକୁ ରାଜା ବନାଇ ଦିଏ । ତାହା କେହି କହି ପାରିବେ ନାହିଁ । ତେଣୁ କେବେବି ନିରାଶ ହେବା ଉଚିତ ନୁହେଁ ।

ଦୁହେଁ କେବଳ ସମୟକୁ ଅପେକ୍ଷା କରିବାରେ ଲାଗିଲେ । କିଛିଦିନ ପରେ ସେହି ମାଙ୍କଡ଼ ଏତେ ସ୍ନେହ ପାଇ ବିଗିଡ଼ି ଗଲା ଯେ ସେ ସବୁ ଚାକରଙ୍କୁ ଆହତ କଲା । ରାଜାଙ୍କ ପୁଅଙ୍କୁ ମଧ୍ୟ ଆଘାତ କଲା । ଏହାପରେ ରାଜା ସେହି ମାଙ୍କଡ଼କୁ କୌଣସି ଏକ ଶୁନଶାନ ଜାଗାକୁ ନେଇ ଛାଡ଼ି ଆସିବାକୁ କହିଲେ , ଯେମିତି ସେ ଆଉ ନଫେରି ପାରେ ।

ଦୁଇଜଣ ସୈନ୍ୟ ସେହି ମାଙ୍କଡ଼କୁ ପିଞ୍ଜରାରେ ପୁରାଇ ଜଙ୍ଗଲରେ ଛାଡ଼ି ଦେଇ ଆସିଲେ ।ଏହାପରେ ରାଜା ନଗରର ଲୋକେ ପୁଣିଥରେ ଦୁଇ ଶୁଆଙ୍କୁ ଯତ୍ନ ଏବଂ ସ୍ନେହ କରିବାରେ ଲାଗିଲେ । ରାଜାଙ୍କ ପୁଅ ମଧ୍ୟ ପୁଣିଥରେ ଶୁଆଙ୍କ ପାଖକୁ ଆସି ତାଙ୍କ ସହିତ ଖେଳିବାରେ ଲାଗିଲା । ଏହାପରେ ସାନ ଶୁଆ ବଡ଼ ଭାଇକୁ କହିବାରେ ଲାଗିଲା ଯେ ସେମାନଙ୍କ ଭାଗ୍ୟ ବଦଳି ଯାଇଛି । ଏହାର ଉତ୍ତରରେ ବଡ଼ ଭାଇ ପୁଣି ଏକ ଉପଦେଶ ଦେଇ କହିଛି ଯେ । ସମୟ ସବୁବେଳେ ସମାନ ରହେନାହିଁ ତେଣୁ ନିଜର ଭଲ ସମୟକୁ ନେଇ କେବେ ଗର୍ବ କରିବା ଉଚିତ ନୁହେଁ ।

କାରଣ ଦୁଃଖ ଆସିଲେ ତାହାକୁ ସହ୍ୟ କରିବା କଷ୍ଟକର ହୋଇ ପଡ଼ିବ । ତେଣୁ ନିଜ ଭାଗ୍ୟ ଉପରେ ଆଦୋୖ ଗର୍ବ କରିବା ଉଚିତ ନୁହେଁ । ନଚେତ ସେହି ବ୍ୟକ୍ତିର ଅଦ୍ଧପତନ ହୋଇଥାଏ । ଏହାବ୍ୟତୀତ ନିଜ ଉପରକୁ କୌଣସି ଦୁଃଖ ଆସିଲେ ଦୁଃଖିତ କିମ୍ବା ଭୟଭୀତ ହେବା ଉଚିତ ନୁହେଁ ।ତେଣୁ ଦୁଇ ଶୁଆ ଏହି ଦୁଇ କଥାକୁ ନିଜ ମନରେ ପ୍ରତିପୋଷଣ କରି ଜୀବନ ବଞ୍ଚିବାକୁ ଲାଗିଲେ ଏବଂ ଖୁସିରେ ବଞ୍ଚିବାରେ ଲାଗିଲେ । ତେଣୁ ସବୁ ଲୋକ ଏହି କଥାକୁ ମାନି ଚଳିବା ଉଚିତ ।

Leave a Reply

Your email address will not be published. Required fields are marked *