ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ଅଇଁଠା ସେବନ କରିଥାଆନ୍ତି,ସେମାନେ ନିଶ୍ଚିତ ଭାବରେ ଥରେ ଏହି ଆର୍ଟିକିଲକୁ ପଢନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ତ ଶୁଣିଥିବେ, ଜଣେ ପୁରୁଷ ପଛରେ ମହିଳାର ହାତ ରହିଥାଏ ବୋଲି ମାନ୍ୟତା ରହିଛି। ସେହିପରି ସ୍ୱାମୀର ଦୁର୍ଭାଗ୍ୟର କାରଣ ନିଜେ ସ୍ବାମୀ ଦାୟୀ ହେବା ସହିତ ସ୍ତ୍ରୀ ମଧ୍ୟ ଦାୟୀ ହୋଇଥାଏ। ପତିପତ୍ନୀଙ୍କ ଭାଗ୍ୟ ପରସ୍ପର ଉପରେ ନିର୍ଭରଶୀଳ ରହିଥାଏ। ବେଳେବେଳେ ପତ୍ନୀଙ୍କ ଭୁଲ ଯୋଗୁଁ ଏହାର ପ୍ରଭାବ ପତିଙ୍କ ଭାଗ୍ୟ ଉପରେ ପଡ଼ିଥାଏ।

ପତ୍ନୀ ମାନଙ୍କୁ କିଛି ନିୟମ କାନୁନ ପାଳନ କରିବା ଆବଶ୍ୟକ, ଯାହାଦ୍ଵାରା ତାଙ୍କ ଭାଗ୍ୟ ସୁଦୃଢ ରହିବ। ପତ୍ନୀ ମାନଙ୍କର ପାଞ୍ଚଟି ଭୁଲ ତାଙ୍କ ସ୍ଵାମୀଙ୍କ ଦୁର୍ଭାଗ୍ୟର କାରଣ ହୋଇପାରେ। ତେବେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। ଯେଉଁ ମହିଳା ମାନେ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି ନାହିଁ ଏବଂ ଡେରି ପର୍ଯ୍ୟନ୍ତ ଶୋଇ ରୁହନ୍ତି, ତାହେଲେ ଏହାର ନକାରାତ୍ମକ ପ୍ରଭାବ ତାଙ୍କ ସ୍ଵାମୀଙ୍କ ଉପରେ ପଡ଼ିଥାଏ। ତେଣୁ ଏଭଳି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ।

ଯେଉଁ ମହିଳା ମାନେ ନିଜ ଘରକୁ ସଫାସୁତୁରା କରି ରଖନ୍ତି ନାହିଁ ବା ଘରକୁ ସର୍ବଦା ଆବର୍ଜନାରେ ଭରି ରଖିଥାନ୍ତି, ତାହେଲେ ସେହି ଘରକୁ ଦେବୀ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଯାହାଫଳରେ ତାଙ୍କ ସ୍ବାମୀଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ସର୍ବଦା ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଯେଉଁ ମହିଳା ମାନେ ସକାଳୁ ଉଠି ସ୍ନାନ କରନ୍ତି ନାହିଁ, ସେମାନଙ୍କ ସ୍ବାମୀଙ୍କ ଉପରୁ ଦୁର୍ଭାଗ୍ୟର ଛାଇ ମାଡି ବସିଥାଏ।

ପତ୍ନୀ ମାନଙ୍କୁ କେବେବି କଟୁ ବଚନ କହିବା ଉଚିତ ନୁହେଁ। ଏହାର ଖରାପ ପ୍ରଭାବ ସ୍ବାମୀ ଉପରେ ପଡ଼ିଥାଏ। ଯାହାଫଳରେ ସ୍ବାମୀଙ୍କ ବ୍ୟବସାୟରେ ଅନେକ ବାଧାବିଘ୍ନ ସୃଷ୍ଟି ହୋଇଥାଏ। ଯେଉଁ ମହିଳା ମାନେ ଅନ୍ୟମାନଙ୍କୁ ଭୋଜନ କରିବା ବା ଦାନ କରିବା ସମୟରେ ମନରେ ସନ୍ତୁଷ୍ଟ ଭାବନା ରଖନ୍ତି ନାହିଁ, ସେମାନଙ୍କ ସ୍ବାମୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

କିଛି ବିଶେଷ ନିୟମ ଉଭୟ ପତି ଓ ପତ୍ନୀଙ୍କୁ ପାଳନ କରିବା ଆବଶ୍ୟକ। ଭୋଜନ କରିବା ସମୟରେ ପ୍ରଥମେ ହାତ ଯୋଡ଼ି ଦେବୀ ଅନ୍ନପୂର୍ଣ୍ଣାଙ୍କୁ ପ୍ରଣାମ କରିବା ଆବଶ୍ୟକ। ପ୍ରତ୍ୟେକଦିନ ରୁଟି ପ୍ରସ୍ତୁତ କରି ଗାଈ, କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାସହିତ ପକ୍ଷୀ ମାନଙ୍କୁ ମଧ୍ୟ ଦାନା ଖାଇବାକୁ ଦିଅନ୍ତୁ। ଯଦି ଭୋଜନ ଥାଳିରେ ଆପଣଙ୍କ ପାଦ ବାଜି ଯାଉଛି, ତାହେଲେ ପ୍ରଣାମ କରନ୍ତୁ। ନଚେତ ଦେବୀ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଯଦି ଆପଣଙ୍କ ଦୁର୍ଭାଗ୍ୟ ଆପଣଙ୍କ ପାଖ ଛାଡ଼ୁ ନାହିଁ, ତାହେଲେ ପ୍ରତ୍ୟେକଦିନ ସକାଳୁ ଉଥି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଦେଖିବେ ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ।

Leave a Reply

Your email address will not be published. Required fields are marked *