ଏହି ଫାଲ୍ଗୁନ ମାସରେ ଗୋଟିଏ ଲବଙ୍ଗ ନେଇ ଏହି ମନ୍ତ୍ର କହି ରଖି ଦିଅନ୍ତୁ ଘରର ଏହି ସ୍ଥାନରେ । ତୁରନ୍ତ ହୋଇଯିବେ ମାଲାମାଲ ।

ମନୁଷ୍ୟ ଜୀବନରେ ଅନେକ ସମୟରେ ବେଶ ଖରାପ ପରିସ୍ଥିତି ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ମନୁଷ୍ୟ ଭାଙ୍ଗି ପଡ଼େ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଲବଙ୍ଗକୁ ନେଇ କେଉଁ ଉପାୟ କରାଯାଇ ପାରିବ ଏବଂ ତାହାଦ୍ୱାରା ଜୀବନରେ କେଉଁ ଭଳି ପରିବର୍ତ୍ତନ ଆସି ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଗୋଟିଏ ଲବଙ୍ଗ ଆପଣଙ୍କ ଉପାୟ କରିବାରେ କାମରେ ଆସିବା ସହିତ ତାହାକୁ ଆପଣ ରୋଷେଇରେ ମଧ୍ୟ ବ୍ୟବହାର କରି ପାରିବେ । ତେବେ ଯଦି ଆପଣଙ୍କର ରାହୁ କେତୁ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଆପଣ ଲବଙ୍ଗକୁ ନେଇ ଏକ ଉପାୟ କରି ପାରିବେ ।

ଯଦି ଆପଣଙ୍କର ଚାକିରୀ କିମ୍ବା ବ୍ୟବସାୟ କିମ୍ବା ଅନ୍ୟ କ୍ଷେତ୍ରରେ ଶତ୍ରୁ ରହିଛନ୍ତି ତେବେ ଶନିବାର ଦିନ ଲବଙ୍ଗକୁ ନେଇ ଏକ ଉପାୟ କରି ପାରିବେ । ଯେଉଁ ଉପାୟ ଅନୁଯାୟୀ ଶନିବାର ଦିନ ସାତୋଟି ଲବଙ୍ଗକୁ ନେଇ କୌଣସି ଏପରି ସ୍ଥାନକୁ ଯାଆନ୍ତୁ ଯେଉଁଠି ଆପଣ ସମ୍ପୂର୍ଣ୍ଣ ଶାନ୍ତ ଏବଂ କେହିବି ଆପଣଙ୍କୁ ଦେଖୁ ନଥିବେ । ବର୍ତ୍ତମାନ ଲବଙ୍ଗକୁ ନିଜ ବାମ ହାତରେ ରଖନ୍ତୁ । ଏହାପରେ ପ୍ରଥମେ ନିଜର ସବୁଠାରୁ ବଡ଼ ଶତ୍ରୁର ନାମକୁ କହି ହାତରେ ଫୁଙ୍କି ଦିଅନ୍ତୁ ଏବଂ ଏମିତି ୨୧ ଥର କରନ୍ତୁ । ଏହାପରେ ତାହାକୁ ନିଆଁରେ ଜାଳି ଦିଅନ୍ତୁ ।

ଏହାପରେ ସେହି ପାଉଁଶକୁ ଘରେ ସେମିତି ରହିବାକୁ ଦିଅନ୍ତୁ । ଆଗାମୀ ଦିନ ସକାଳୁ ତାହାକୁ ନେଇ କୌଣସି ସ୍ଥାନରେ ମାଟିରେ ଦବାଇ ଦିଅନ୍ତୁ । ଏମିତି ଲଗାତାର ତିନୋଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ଯଦି ଆପଣଙ୍କୁ କୌଣସି କ୍ଷେତ୍ରରେ ସଫଳତା ମିଳୁନାହିଁ ତେବେ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲବଙ୍ଗ ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ଚରଣରେ ସେସବୁକୁ ରଖି ହନୁମାନ ଚାଳିଶା ପାଠ କରି ଚାରୋଟି ଲବଙ୍ଗରେ ଲେମ୍ବୁ ଲଗାଇ ଚାରି ଦିଗରେ ଲଗାଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣ ଯେଉଁ କାମ ପାଇଁ ବାହାରକୁ ଯାଆନ୍ତୁ ନା କାହିଁକି ଆପଣ ନିଶ୍ଚୟ ସଫଳ ହେବେ ।

ଯଦି ଆପଣ ଶତ୍ରୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ଶୋଇବା ପୂର୍ବରୁ ହାତରେ ଦୁଇଟି ଲବଙ୍ଗ ଧରି ନିଜ ମୁଣ୍ଡ ଉପର ଦେଇ ଏବଂ ଘରର ସଦସ୍ୟଙ୍କ ମୁଣ୍ଡ ଉପର ଦେଇ ବୁଲାଇ ବାହାରକୁ ଯାଇ ଉତ୍ତର ଦିଗକୁ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ଶତ୍ରୁ ଜନିତ ସମସ୍ୟା ଦୂରେଇ ଯିବ । ଯଦି ଆପଣ ସବୁ ବାଧା ବିପତ୍ତିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସନ୍ଧ୍ୟା ସମୟରେ ହନୁମାନ ମନ୍ଦିରକୁ ଯାଇ ସୋରିଷ ତେଲ ଦୀପରେ ଏକ ଲବଙ୍ଗ ପକାଇ ଜଳାନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ଘରେ ଦୀପ ଜାଳିବା ସମୟରେ ମଧ୍ୟ ଏହି ସମାନ ଉପାୟ ଆପଣାନ୍ତୁ ।

Leave a Reply

Your email address will not be published. Required fields are marked *