ଏମିତିରେ ଭାରତ ଭୂମିରେ ଅନେକ ଆକର୍ଷଣୀୟ ଏବଂ ଚମତକାରୀ ଗଛ ରହିଛି । ତେଣୁ ଏଭଳି ଗଛ ଅନେକ ଯୁଗରୁ ଏଠାରେ ପୁରି ରହିଛି । ତେବେ ଏମିତି ଅନେକ ଗଛ ଉପଲବ୍ଧ ଅଛି ଯାହାର ଗୁରୁତ୍ୱ ଅନେକ ଔଷଧ ଏବଂ ଟଙ୍କା ଠାରୁ ଅଧିକ ଅଟେ । ଯାହା ଖୁବ କମ ସ୍ଥାନରେ ଉପଲବ୍ଧ ଅଛି ।
ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବୁ ଯେଉଁ ଗଛ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଗଛଟିର ନାମ ଅତିବଳା କିମ୍ବା ମହାବଳା । ଅର୍ଥାତ ଶବ୍ଦ ଅନୁଯାୟୀ ଯେଉଁ ଗଛରୁ ଅଧିକ ବଳ ମିଳିଥାଏ ତାହାକୁ ଅତିବଳା କୁହାଯାଏ । ଏହି ଗଛ ମଧ୍ୟ ଅତ୍ୟନ୍ତ ଚମତ୍କାରୀ ଗଛ ଅଟେ ।
ଏପରି ମାନ୍ୟତା ରହିଛି ଯେ ଯଦି ମନୁଷ୍ୟ ଏହି ଗଛର ଚେରକୁ ଶୁଖାଇ ପାଉଡର କରି ଏକ ବର୍ଷ ପର୍ଯ୍ୟନ୍ତ ସେବନ କରେ ତେବେ ତା ଶରୀରରେ ଏକ ହାତୀ ସମାନ ବଳ ଆସିଥାଏ । ସେହିଭଳି ୨ ବର୍ଷ ଏହାର ସେବନ କଲେ ୧୦ ଟି ହାତୀର ବଳ ଏବଂ ତିନି ବର୍ଷ ସେବନ କଲେ ୧୦୦ ଟି ହାତୀର ବଳ ଆସିଥାଏ
୪ ବର୍ଷ ସେବନ କଲେ ୧୦୦୦ ହାତୀର ବଳ ଏବଂ ୫ ବର୍ଷ ସେବନ କଲେ ଦଶ ହଜାର ହାତୀର ବଳ ସମାନ ବଳ ଆସିଥାଏ । ଭଗବାନ ବିଷ୍ଣୁ ଆୟୁର୍ବେଦର ରାଜା ଅଟନ୍ତି । ଯେଉଁ ସବୁ ଆୟୁର୍ବେଦିକ ଔଷଧକୁ ମନୁଷ୍ୟ ସେବନ କରିଥାଏ ତାହା ଭଗବାନ ବିଷ୍ଣୁଙ୍କ କୃପାରୁ ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ ବୋଲି ଅନେକ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ।
ତେଣୁ ସର୍ବଦା ସୁସ୍ଥ ରହିବା ପାଇଁ ଆୟୁର୍ବେଦ ଔଷଧ ସେବନ କରିବା ସହିତ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବା ଉଚିତ ବୋଲି ମାନା ଯାଏ । ଅତିବଳା ଗଛର ମୂଳକୁ ଧାରଣ କରିବା ଦ୍ୱାରା ନବଗ୍ରହ ଦୋଷ ଦୂର ହେବା ସହିତ ମନୁଷ୍ୟର ଜୀବନ ଧାରଣରେ ମଧ୍ୟ ସୁଧାର ଆସିଥାଏ । ଏହି ଗଛକୁ ଧାରଣ କରିବାର ଶୁଭ ଦିନ ହେଉଛି ବୁଧବାର ।
ବୁଧବାର ଦିନ ଏହି ଗଛର ମୂଳକୁ ରୂପାର ତାବିଜ ମଧ୍ୟରେ ପୁରାଇ ଧୂପ ଧୂଆଁରେ ରଖି ଧାରଣ କରନ୍ତୁ । ଯାହା ଆପଣଙ୍କ ନବ ଗ୍ରହ ସମସ୍ୟାକୁ ଦୂର କରିବ । ଯଦି ଆପଣ ଭୁତ ପ୍ରେତ ଭଳି ସମସ୍ୟା ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶ୍ରୀ ହନୁମାନଙ୍କୁ ଏହି ଅତିବଳା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ଗଛର ମୂଳକୁ ଅର୍ପିତ କରି ନାଲି କପଡ଼ାରେ ବାନ୍ଧି ଡାହାଣ ବାହୁରେ ଧାରଣ କରନ୍ତୁ ।
ଏହାକୁ ପୁରୁଷ ମାନେ ସାଧରଣତଃ ଡାହାଣ ହାତରେ ବାନ୍ଧି ପାରିବେ । ଏହି ଗଛର ମୂଳକୁ ରୁପା ତାବିଜ ମଧ୍ୟରେ ରଖି ହାତରେ ବାନ୍ଧିବା ଦ୍ୱାରା ସବୁଠି ମାନ ସମ୍ମାନ ପ୍ରାପ୍ତ ହୋଇଥାଏ । ଏହି ଗଛର ମୂଳକୁ ପେଶୀ ତିଳକ କରିବା ଦ୍ୱାରା ଆପଣ ଯାହାକୁ ଇଚ୍ଛା ତାକୁ ନିଜର ବଶବର୍ତ୍ତୀ କରି ପାରିବେ । ଯଦି ଆପଣ ଏହାକୁ ନାଲି କିମ୍ବା ଧଳା କପଡ଼ାରେ ବାନ୍ଧି ଘରର ଧନ ରଖା ଯାଉଥିବା ସ୍ଥାନରେ ରଖିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଧନରେ ଅବିବୃଦ୍ଧି ମଧ୍ୟ ହୋଇଥାଏ ।
ଘରର ସିନ୍ଧୁକରେ ରଖିଲେ ଏହା ଅଧିକ ଖର୍ଚ୍ଚକୁ ନିୟନ୍ତ୍ରଣ କରିଥାଏ । କାର୍ଯ୍ୟ କ୍ଷେତ୍ର କିମ୍ବା ବ୍ୟବସାୟ ସ୍ଥାନରେ ରଖିଲେ ଲାଭ ହୋଇଥାଏ । ଏହାର ମୂଳକୁ ଶୁଙ୍ଘିବା ଦ୍ୱାରା ଭୁତ ପ୍ରେତ ଜନିତ ସମସ୍ୟା ଦୂରେଇ ଯାଏ । ଏହାକୁ ଧାରଣ କରିବା ଦ୍ୱାରା ଏକାଧିକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଅନେକ ଗମ୍ଭୀର ପୁରୁଣା ରୋଗ ମଧ୍ୟ ଠିକ ହୋଇଯାଏ ।