ଦାରିଦ୍ର୍ୟତା ଆସିବା ପୂର୍ବରୁ ଘରକୁ ମିଳିଥାଏ ଏହିପରି କିଛି ସଂକେତ । ପୂର୍ବରୁ ହୋଇ ଯାଆନ୍ତୁ ସତର୍କ !

ଦାରିଦ୍ର୍ୟତା ଆସିବାର ଅନେକ କାରଣ ରହିଥାଏ । ସାଧାରଣତଃ ଘରେ ଏହାର ଅନେକ ସଙ୍କେତ ଇଙ୍ଗିତ କରିଥାଏ । ଘରେ ବାରମ୍ବାର କ୍ଷୀର ଉତୁରିଲେ ତାହା ଅଶୁଭ ସଂକେତ ହୋଇଥାଏ । ଘରର ସାଜସଜ୍ଜା ପାଇଁ କେବେବି ନକଲି ଫୁଲର ବ୍ୟବହାର କରନ୍ତୁ ନାହିଁ । ସର୍ବଦା ପ୍ରାକୃତିକ ଫୁଲର ବ୍ୟବହାର କରନ୍ତୁ । ଯେଉଁ ଘରକୁ ବିରାଡ଼ି ସବୁଦିନ ଆସି ଖାଇଥାଏ କିମ୍ବା ଶବ୍ଦ କରିଥାଏ ତାହା ଅଶୁଭ ସଙ୍କେତ ଅଟେ ।

ଏହାଦ୍ବାରା ଘରର ସମୃଦ୍ଧି ଅଟକି ଯାଏ । ଘରେ ଥିବା ଗଛପତ୍ରର ସର୍ବଦା ଉଚିତ ଧ୍ୟାନ ରଖନ୍ତୁ । ଗଛରେ ଶୁଖିଲା ପତ୍ର ରହିଲେ ବୁଧ ଗ୍ରହ ସମସ୍ୟା ଦେଖା ଦେଇଥାଏ । ଘରେ ଝାଡ଼ୁ ପୋଛା କରିବାର ଅନେକ ମହତ୍ତ୍ୱ ରହିଛି । ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଏ । ଏହାସହିତ ଏହା ବାସ୍ତୁ ଦୋଷ ମଧ୍ୟ ଦୂର କରିଥାଏ ।

ଝାଡୁ ଉପରେ ଗୋଡ଼ ରଖିବା ଉଚିତ ନୁହେଁ କାରଣ ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ଘରର ଯଦି କେହି ଛୋଟ ପିଲା ହଠାତ ଝାଡୁ ମାରୁଥିବାର ଦେଖାଯାଏ ତେବେ ଘରକୁ କେହି ଅତିଥିଙ୍କ ଆଗମନ ହେବାର ସଂକେତ ମିଳିଥାଏ । ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ ଲଗାଇବା ଉଚିତ ନୁହେଁ । ଜରଣ ଏହା ବ୍ୟକ୍ତିର ଦୁର୍ଭାଗ୍ୟ ଆଣିଥାଏ ।

ଝାଡୁକୁ ସର୍ବଦା ତଳେ ପକାଇ ଏବଂ ସମସ୍ତଙ୍କ ନଜର ଠାରୁ ଦୂରରେ ରଖିବା ଉଚିତ । ଝାଡୁକୁ ଛିଡ଼ା କରି ରଖିଲେ କଳହ ହୋଇଥାଏ । ଘରର କେହି ସଦସ୍ୟ ବାହାରକୁ ଯିବାର ତୁରନ୍ତ ପରେ ଝାଡ଼ୁ ଲଗାଇବା ଉଚିତ ନୁହେଁ । ସେହି ବ୍ୟକ୍ତିକୁ ଅସଫଳତା ମିଳିଥାଏ । ଝାଡୁକୁ ଘରର ଛାତରେ ରଖନ୍ତୁ ନାହିଁ । ଝାଡୁକୁ ରଖିବାକୁ ଏକ ନିର୍ଦିଷ୍ଟ ସ୍ଥାନ କରନ୍ତୁ ।

ଗାଈ କିମ୍ବା ଅନ୍ୟ କୌଣସି ଜୀବକୁ ଝାଡୁରେ ମାରି ଘଉଡ଼ାଇ ଦିଅନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘର ଛାଡ଼ି ଦିଅନ୍ତି । କିଛି ସ୍ୱପ୍ନ ଶୁଭ ହୋଇଥିବା ବେଳେ ଆଉକିଛି ଅଶୁଭ ହୋଇଥାଏ । ତେବେ କିଛି ସ୍ୱପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ । ସ୍ୱପ୍ନରେ ସାପ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ସରକାରୀ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ ।

ଧନ ଏବଂ ସନ୍ତାନ ପ୍ରାପ୍ତି ମଧ୍ୟ ହେବ । ସ୍ୱପ୍ନରେ ଝିଟିପିଟି ଦେଖିବା ଶୁଭ ସଙ୍କେତ ଅଟେ । ଏହାଦ୍ବାରା ଜୀବନରେ ଧନ ପ୍ରାପ୍ତି ହୋଇଥାଏ । ଯଦି ଆପଣ ସ୍ୱପ୍ନରେ ଶୁଆ ଦେଖୁଛନ୍ତି ତେବେ ବହୁତ ଜଲଦି ଧନ ପ୍ରାପ୍ତି ହେବାକୁ ଯାଉଛି । ଯଦି ଆପଣ ସ୍ୱପ୍ନରେ ନିଜକୁ କବରସ୍ଥାନରେ ଦେଖୁଛନ୍ତି ତେବେ ବହୁତ ଜଲଦି ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବାକୁ ଯାଉଛି ।

ଏହାବ୍ୟତୀତ ଆପଣ ଦେଇଥିବା କରଜ ମଧ୍ୟ ଫେରି ଆସିବ । ଯଦି ଆପଣ ସ୍ୱପ୍ନରେ ତାରା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ ଏବଂ ଆପଣଙ୍କ ଘରର କୌଣସି ସଦସ୍ୟଙ୍କୁ ବ୍ୟବସାୟରେ ଲାଭ ମିଳିବାକୁ ଯାଉଛି । ଆମ ଚତୁରପର୍ଶ୍ୱରେ ଯେତେ ସକାରାତ୍ମକ ଶକ୍ତି ରହିବ ମନ ସେତିକି ଶାନ୍ତ ରହିବ । ଘରେ ଲଗା ଯାଉଥିବା ପ୍ରତ୍ୟେକ ଫଟୋର ଅନେକ ମହତ୍ତ୍ୱ ରହିଥାଏ ।

ଯଦି ଆପଣ ବ୍ୟବସାୟରେ କ୍ଷତି ସହୁଛନ୍ତି ତେବେ ଦୋକାନରେ କିମ୍ବା କାର୍ଯ୍ୟ କ୍ଷେତ୍ରରେ ପୂର୍ବରୁ ଦିଗରେ ସାତୋଟି ଧଳା ଘୋଡ଼ାର ଫୋଟ ଲଗାଇ ଦିଅନ୍ତୁ । ଏହା ମନୁଷ୍ୟର ଇନ୍ଦ୍ରିୟକୁ ଦର୍ଶାଇ ଥାଏ ଏବଂ ମନୁଷ୍ୟର ଇନ୍ଦ୍ରିୟ ନିୟନ୍ତ୍ରଣ ରହିଥାଏ । ଗର୍ଭବତୀ ମହିଳା ମାନେ ଶୋଇବା କକ୍ଷରେ ଯଶୋଦା ଏବଂ ଶ୍ରୀକୃଷ୍ଣଙ୍କ ଫୋଟ ରଖିବା ଉଚିତ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାର ଖୁସିରେ ସମୟ ଅତିବାହିତ କରୁ ତେବେ ରାମ ଦରବାରର ଫୋଟ ଲଗାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *