ମହାଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ । ଏପରି କୁହାଯାଏ ଯେ ଏହିଦିନ ଭଗବାନ ଶିବଙ୍କ ସୃଷ୍ଟି ହୋଇଥିଲା ଏବଂ ଏହିଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ତେବେ ଯଦି ଏହିଦିନ ମହାଦେବଙ୍କ ଭକ୍ତ ନିଷ୍ଠାର ସହିତ ମହାଦେବଙ୍କୁ ଆରାଧନା କରେ ତେବେ ନିଶ୍ଚିତ ରୂପରେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି 21 ଟି ମହା ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ଏହି ମହାଶିବରାତ୍ରି ଦିନ ପାଳନ କରନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ କରଜ ଜନିତ ସମସ୍ୟା ଦୂର ହୋଇଯିବ । ଏହାବ୍ୟତୀତ ମହାଦେବଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।
ମହାଶିବରାତ୍ରି ଦିନ ମହାଦେବଙ୍କ କୃପା ପ୍ରାପ୍ତ କରିବାକୁ ସକାଳୁ ଉଠି ସ୍ନାନ କରି ମହାଦେବଙ୍କୁ ପୂଜା କରନ୍ତୁ । ଯଦି କେହି ମଦ୍ୟ ପାନ କରୁଥିବା ବ୍ୟକ୍ତି ସବୁବେଳେ ନିଶାରେ ରହୁଛନ୍ତି ଏବଂ ଏହି ଅଭ୍ୟାସ ଛାଡ଼ିବାକୁ ଚାହୁଁଛନ୍ତି ତେବେ ମହାଶିବରାତ୍ରି ଦିନ ଦ୍ୱିପ୍ରହର ୧୨ ରେ ଉଠି ଏକ ଧୁତୁରା ଏବଂ ସାତୋଟି ବେଲପତ୍ର ଶିବଲିଙ୍ଗରେ ଅର୍ପିତ କରନ୍ତୁ ।
ଏହାଦ୍ୱାରା ମଦ୍ୟ ପାନ କରିବାର ଅଭ୍ୟାସ ଛାଡ଼ିଯିବ । ଯେଉଁ ବ୍ୟକ୍ତି ଚାକିରୀ ସନ୍ଧାନରେ ଅଛନ୍ତି ସେହି ବ୍ୟକ୍ତି ମହାଶିବରାତ୍ରି ଦିନ ରାତି ୯ ରୁ ୧୨ ମଧ୍ୟରେ ମହାଦେବଙ୍କୁ ଏକ ଧୁତୁରା ଏବଂ କ୍ଷୀରରେ ଅଭିଷେକ କରିବା ଉଚିତ । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ମହାଦେବଙ୍କ ସୁଲଭ ଅଭିଷେକ କିମ୍ବା ଅନ୍ୟାନ୍ୟ ଜିନିଷ ଅର୍ପିତ କରିବା ପରିବର୍ତ୍ତେ ମନ୍ଦିରକୁ ପୋଛି ଥାଏ ତାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।
ଯେଉଁ ଝିଅ ମାନଙ୍କୁ ନିଜ ଜୀବନ ସାଥିର ସନ୍ଧାନ ରହିଛି ସେମାନେ ମହାଶିବରାତ୍ରି ଦିନ ସକାଳୁ ଉଠି କେଶର ମିଶା କ୍ଷୀରରେ ମହାଦେବଙ୍କୁ ଅଭିଷେକ କଲେ ଭଲ ଜୀବନସାଥୀ ମିଳିଥାଏ । ଯେଉଁ ବିବାହିତ ସ୍ତ୍ରୀ ନିଜ ସ୍ୱାମୀର ଦୀର୍ଘ ଆୟୁଷ କାମନା କରିବାକୁ ଚାହୁଁଛନ୍ତି ସେ ତିନୋଟି ଦୀପ ଜାଳିବା ଉଚିତ । ପ୍ରଥମ ଦୀପ ବେଲଗଛ ମୂଳରେ , ଦ୍ଵିତୀୟ ଘର ମନ୍ଦିରରେ ଏବଂ ଆଉ ଏକ ଦୀପ ମହାଦେବଙ୍କ ସାମ୍ନାରେ ଜଳାନ୍ତୁ ।
ଯେଉଁ ବ୍ୟକ୍ତିକୁ ସୁନ୍ଦର କନ୍ୟାର ସନ୍ଧାନ ରହିଛି ତେବେ ସେ ମହାଶିବରାତ୍ରି ଦିନ ଗୋଟିଏ ଧୁତୁରା ଏବଂ ସାତୋଟି ବେଲପତ୍ର ଚଢ଼ାଇ ଜଣେ ବିବାହିତ ଦମ୍ପତ୍ତିଙ୍କୁ ଭୋଜନ କରାଇବା ଉଚିତ । ଏହାଦ୍ବାରା ଭଲ ଝିଅ ମିଳିଥାଏ । ଯେଉଁ ଘରେ କଳହ ସମସ୍ୟା ରହିଥାଏ ସେହି ଘରର ବ୍ୟକ୍ତି ପ୍ରତ୍ୟେକ ପୂର୍ଣ୍ଣିମା ଦିନ କ୍ଷୀରି ବନାଇ ମହାଦେବଙ୍କୁ ଅର୍ପିତ କରିବା ଉଚିତ ।
ଯଦି ଆପଣଙ୍କୁ କରଜ ଜନିତ ସମସ୍ୟା ରହିଛି ତେବେ ଏକ ବଟବୃକ୍ଷ ମୂଳରେ ବଟକେଶ୍ୱର ମହାଦେବଙ୍କୁ ଆରାଧନା କରି ଏକ ଲୋଟା ଜଳରେ ଚାଉଳ ଏବଂ ହଳଦୀ ମିଶାଇ ଅର୍ପିତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ବହୁତ ଜଲଦି କରଜ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଯେଉଁ ମହିଳାଙ୍କୁ ସନ୍ତାନ ପ୍ରାପ୍ତି ହେଉନାହିଁ ସେହି ବ୍ୟକ୍ତି ମହାଶିବରାତ୍ରି ଦିନ ଅଟାରେ ଏଗାର ଶିବଲିଙ୍ଗ ତିଆରି କରି ଜଳାଭିଷେକ କରିବା ଉଚିତ । ଘରେ ସୁଖ ସମୃଦ୍ଧି ପାଇଁ ମହାଦେବଙ୍କୁ ଆରାଧନା କରନ୍ତୁ । ଶନି ଦୋଷାରୁ ମୁକ୍ତି ପାଇବା ପାଇଁ ଏକ ତମ୍ବା ପାତ୍ରରେ ତିଳ ମିଶାଇ ଅର୍ପିତ କରନ୍ତୁ । ବ୍ୟାପାରରେ ଲାଭ ପାଇଁ ମହାଶିବରାତ୍ରି ଦିନ ପାରଦ ଶିବଲିଙ୍ଗ ତିଆରି କରି ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ ।