ଯଦି ମହାଶିବରାତ୍ରି ଦିନ ମିଳୁଛି ଏହି ୭ଟି ସଙ୍କେତ , ତା ହେଲେ ଜାଣି ରଖନ୍ତୁ ମହାଦେବ ଆପଣଙ୍କ ପୂଜାରେ ବହୁତ ପ୍ରସନ୍ନ ଅଛନ୍ତି

ମହାଶିବରାତ୍ରିରେ ମହାଦେବ ନିଜ ଭକ୍ତଙ୍କ ପାଇଁ ଅନେକ ଖାସ ସଙ୍କେତ ଦେଇଥାନ୍ତି ଯାହାକି ମହାଦେବଙ୍କ ଭକ୍ତଙ୍କ ଭାଗ୍ୟ ବଦଳାଇ ଦେଇଥାଏ । ଯାହାଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ ମହାଦେବଙ୍କୁ ମାତା ପାର୍ବତୀ ପଚାରିଛନ୍ତି ଯେ ମହାଦେବ ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହେଲେ ସେମାନଙ୍କୁ କେଉଁ ପ୍ରକାରର ସଙ୍କେତ ମିଳିଥାଏ ।

ତେବେ ମହାଦେବଙ୍କର ଯେଉଁ ଭକ୍ତକୁ ଏପରି ସଂକେତ ମିଳିଥାଏ ସେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାଏ ଏବଂ ସେହି ବ୍ୟକ୍ତିର ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଥାଏ । ସେହି ବ୍ୟକ୍ତି ସ୍ୱଭାବରେ ଅତ୍ୟନ୍ତ ଭଲ ହୋଇଥାଏ , ଅନୁଶାସନ ପ୍ରିୟ ହୋଇଥାଏ ଏବଂ ପଶୁ ପକ୍ଷୀଙ୍କ ପ୍ରତି ତାର ଅତ୍ୟନ୍ତ ସ୍ନେହ ରହିଥାଏ । ଏପରି ବ୍ୟକ୍ତି ଖୁବ ଦୟାଳୁ ହୋଇଥାନ୍ତି । ଏପରି ବ୍ୟକ୍ତି କିନ୍ତୁ ମହାଦେବଙ୍କ ଭଳି ଅତ୍ୟନ୍ତ କ୍ରୋଧି ସ୍ୱଭାବର ହୋଇଥାନ୍ତି ।

ଏମାନେ ମହାଦେବଙ୍କ ଭଳି ସାଧାରଣ ଜୀବନ ବଞ୍ଚିବାକୁ ଇଚ୍ଛା କରନ୍ତି ଏବଂ ବୃଥା ପ୍ରହୋସନ ଦେଖାନ୍ତି ନାହିଁ । ଏହି ବ୍ୟକ୍ତି ସମସ୍ତଙ୍କ ପ୍ରତି ଖୁବ ଦୟା ସ୍ୱଭାବର ହୋଇଥାନ୍ତି । ମହାଦେବଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି କାହା ବିଷୟରେ ଖରାପ ଚିନ୍ତାଧାରା ପ୍ରତିପୋଷଣ କରେନାହିଁ ଏବଂ ସର୍ବଦା ଅନ୍ୟର ମଙ୍ଗଳ ଚିନ୍ତା କରିଥାଏ , ସେହି ବ୍ୟକ୍ତି ଉପରେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ମହାଦେବଙ୍କ ଭକ୍ତ ସର୍ବଦା ଅନ୍ୟକୁ ସାହାଯ୍ୟ କରିବ ପାଇଁ ନିଜର ଜୀବନକୁ ପରପୋକାର ରେ ବ୍ୟତୀତ କରିଥାନ୍ତି ।

ତେବେ ସେହି ବ୍ୟକ୍ତିଙ୍କ ଉପରେ ମହାଦେବଙ୍କର କୃପା ସବୁବେଳେ ବଜାୟ ରହିଥାଏ । ମହାଦେବଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ବଳବାନ ହେବା ସତ୍ତ୍ୱେବି ଅନ୍ୟକୁ ଭଲ ସମ୍ମାନ ଦେଖାଇ ଥାଏ ଏବଂ ଅନ୍ୟର ଉପକାର କରିଥାଏ ସେହି ବ୍ୟକ୍ତି ଉପରେ ମହାଦେବ ଅଧିକ ପ୍ରସନ୍ନ ହୁଅନ୍ତି । ଯଦି ଆପଣଙ୍କୁ ମହାଶିବରାତ୍ରି ଦିନ ଏହି ସାତୋଟି ସଙ୍କେତ ମଧ୍ୟରୁ କୌଣସି ଗୋଟିଏ ମିଳୁଛି ତେବେ ବୁଝି ଯାଆନ୍ତୁ ଯେ ଆପଣ ମହାଦେବଙ୍କ ପ୍ରିୟ ଭକ୍ତ ଅଟନ୍ତି ।

ମହାଶିବରାତ୍ରି ଦିନ ମହାଦେବଙ୍କୁ ନିଷ୍ଠାର ସହିତ ଆରାଧନା କଲେ ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏପରି କୁହାଯାଏ ଯେ ଏହିଦିନ ମହଦେବ ମର୍ତ୍ତକୁ ଭ୍ରମଣ କରିବାକୁ ଆସନ୍ତି । ତେଣୁ ନିଷ୍ଠାର ସହିତ ଯଦି ଆପଣ ମହାଦେବଙ୍କ ଆରାଧନା କରନ୍ତି ତେବେ ମହାଦେବଙ୍କ ଦ୍ଵାରା କିଛି ସଙ୍କେତ ମିଳିଥାଏ । ପ୍ରଥମ ସଙ୍କେତ ଅନୁଯାୟୀ ମହାଶିବରାତ୍ରି ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ଯଦି ଆପଣ ଚନ୍ଦ୍ରମା ଦର୍ଶନ କରୁଛନ୍ତି ତେବେ ଏହାର ଅର୍ଥ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଚନ୍ଦ୍ରମା ଶୀତଳତାର ପ୍ରତୀକ । ତେଣୁ ଯଦି ଆପଣ ମହାଶିବରାତ୍ରି ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ମାତ୍ରେ ଚନ୍ଦ୍ର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ଯଦି ଆପଣ ଚନ୍ଦ୍ର ଦେଖନ୍ତି ତେବେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଯଦି ଆପଣ ଧଳା ନନ୍ଦି ଦର୍ଶନ କରୁଛନ୍ତି କାରଣ ନନ୍ଦି ମହାଦେବଙ୍କ ବାହନ ଅଟନ୍ତି । ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ । କେବଳ ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ହିଁ ନନ୍ଦିଙ୍କ ଦର୍ଶନ ହୋଇଥାଏ । ଆପଣଙ୍କ ଖରାପ ସମୟ ଶେଷ ହେବା ସହିତ ଭଲ ସମୟର ଆରମ୍ଭ ହେବାକୁ ଯାଉଛି । ତେଣୁ ନନ୍ଦିଙ୍କ ଦର୍ଶନ ମିଳିଲେ ହାତ ଯୋଡ଼ି ନମସ୍କାର କରନ୍ତୁ । ତୃତୀୟରେ ଯଦି ଆପଣ ନାଗ ଦେବତାଙ୍କ ଦର୍ଶନ ଲାଭ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ ।

ଏହାର ଅର୍ଥ ଆପଣଙ୍କୁ ମହାଦେବଙ୍କ ଦର୍ଶନ ହୋଇଛି । ଯଦି ଆପଣଙ୍କୁ ନାଗ ଦର୍ଶନ ମିଳିଥାଏ ତେବେ ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ । ଆପଣଙ୍କ ଦାରିଦ୍ର୍ୟତାର ନାଶ ହେବ । ଯଦି ଆପଣ କୌଣସି ବୃକ୍ଷ ପାଖରେ ଏକାନ୍ତରେ କୌଣସି ସ୍ତ୍ରୀ ପୁରୁଷ ବସିଥିବାର ଦେଖୁଛନ୍ତି ତେବେ ଏହା ଶୁଭ ସଙ୍କେତ ଅଟେ ।

ଯଦି ଆପଣଙ୍କୁ ଏଭଳି ଦେଖା ଦିଏ ତେବେ ଆପଣଙ୍କୁ ଭଲ ଜୀବନସାଥୀ ପ୍ରାପ୍ତ ହେବ । ଯଦି ଆପଣ କଳା କୁକୁର ଦେଖୁଛନ୍ତି , ଯାହାକି ଆପଣଙ୍କ ଦ୍ୱାରକୁ ଆସୁଛି ତେବେ ଏହା ଶୁଭ ସଙ୍କେତ ଅଟେ । କୁକୁର ସହିତ କେବେବି ଦୁର୍ବ୍ୟବହାର କରିବା ଉଚିତ ନୁହେଁ । ଯିଏ କଳା କୁକୁରର ସେବା କରିଥାଏ ଏବଂ ତାକୁ ରୋଟି ଖୁଆଇ ଥାଏ ତାଙ୍କ ଉପରେ ଭଗବାନ ଶିବ ସଦୈବ ପ୍ରସନ୍ନ ରହନ୍ତି ।

ମହାଶିବରାତ୍ରି ଦିନ ଘରକୁ କୌଣସି କଳା କୁକୁର ଆସିବାର ସଙ୍କେତ ଏହା ଯେ ଆପଣଙ୍କ ଜୀବନରେ କୌଣସି ବଡ଼ ସଙ୍କେତ ଟଳି ଯାଇଛି । ଯଦି ଆପଣ ମହାଶିବରାତ୍ରି ଦିନ ମାଟି କଳସି ଦେଖୁଛନ୍ତି ତେବେ ଏହାର ସଙ୍କେତ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହାର ଅର୍ଥ ଆପଣଙ୍କ ଜୀବନରେ ଭଲ ସମୟ ଆସିବାକୁ ଯାଉଛି । ଏହାବ୍ୟତୀତ ଯଦି ଆପଣ କୌଣସି ଭସ୍ମ ଲଗାଇଥିବା ବ୍ୟକ୍ତିର ଦର୍ଶନ କରୁଛନ୍ତି ତେବେ ମଧ୍ୟ ଶୁଭ ସଙ୍କେତ ଯେ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

Leave a Reply

Your email address will not be published. Required fields are marked *