ଫେବୃଆରୀ ୧୮ ମହାଶିବରାତ୍ରି : ଏହି ପାଞ୍ଚଟି ରାଶି ଉପରେ ବରଷିବ ମହାଦେବଙ୍କ ଆଶୀର୍ବାଦ,ହୋଇଯିବେ କୋଟିପତି !

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ମହାଶିବରାତ୍ରି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ । ଚଳିତ ବର୍ଷ ମହାଶିବରାତ୍ରିରେ ଅନେକ ଏପରି ସଂଯୋଗ ସୃଷ୍ଟି ହେଉଛି ଯାହାକି ଜଣେ ବ୍ୟକ୍ତିକୁ ଦାରିଦ୍ର୍ୟରୁ ଧନୀ ମଧ୍ୟ କରି ପାରିବ ଏବଂ ଦୁର୍ଭାଗ୍ୟରୁ ସୌଭଗ୍ୟ ହୋଇଥାଏ । ବୈଜ୍ଞାନିକ ମାନ୍ୟତା ଅନୁଯାୟୀ ମହାଶିବରାତ୍ରି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହିଦିନ ବାତାବରଣରେ ଏକ ଶକ୍ତି ସଞ୍ଚାର ହୋଇଥାଏ ଯାହାକି ମହାଦେବଙ୍କ ଠାରୁ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ ।

ପୌରାଣିକ ମାନ୍ୟତା ଅନୁଯାୟୀ ମହାଦେବଙ୍କୁ ହିଁ ଆରମ୍ଭ ବୋଲି କୁହାଯାଏ । ପୌରାଣିକ କଥା ଅନୁଯାୟୀ ସର୍ବପ୍ରଥମେ ଶିବଲିଙ୍ଗ ସୃଷ୍ଟି ହୋଇ ସେଥିରୁ ପୁରା ବ୍ରାହ୍ମଣ୍ଡ ସୃଷ୍ଟି ହୋଇଥିଲା । ସେହି ଶିବଲିଙ୍ଗକୁ ସର୍ବପ୍ରଥମେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା ପୂଜା କରିଥିଲେ । ଏହାବ୍ୟତୀତ ଏହିଦିନ ମହାଦେବ ଏବଂ ପାର୍ବତୀଙ୍କ ବିବାହ ମଧ୍ୟ ହୋଇଥିଲା । ଶିବରାତ୍ରି ଦିନ ମହାଦେବଙ୍କ ଶିବଲିଙ୍ଗ ରୂପକୁ ହିଁ ପୂଜା କରିବା ଉଚିତ କାରଣ ଏହା ନିରାକାର ରୂପ ହୋଇଥାଏ ।

ସାଧରଣତଃ ମହାଶିବରାତ୍ରି ପ୍ରତ୍ୟେକ ବର୍ଷ ଫାଲ୍ଗୁନ ମାସ କୃଷ୍ଣ ପକ୍ଷରେ ପାଳିତ ହୋଇଥାଏ । ଚଳିତ ବର୍ଷ ଶିବରାତ୍ରି ଫେବୃଆରୀ 18ରେ ପାଳିତ ହେବ । ମହାଶିବରାତ୍ରି ବ୍ରତ ଦୁନିଆର ସବୁଠାରୁ ବଡ଼ ବ୍ରତ ବୋଲି ମାନା ଯାଇଥାଏ । ଯାହାକୁ ମନୁଷ୍ୟ ବ୍ୟତୀତ ସବୁ ଦେବଦେବୀ ମଧ୍ୟ ପାଳନ କରଥାନ୍ତି । ଏହି ପୂଜା ରାତି ପ୍ରହରରେ କରିବାର ବିଶେଷ ଫଳପ୍ରଦ ହୋଇଥାଏ ।

ମହାଶିବରାତ୍ରି ବ୍ରତ ପାଳନ କରିବା ଦ୍ୱାରା ଜୀବନର ସବୁ ଦୁଃଖ କଷ୍ଟ ସମସ୍ୟା ଦୂରେଇ ଯାଇଥାଏ । ଚଳିତ ବର୍ଷ ମହାଶିବରାତ୍ରିରେ ଅନେକ ଶୁବ ପରିଣାମ ସୃଷ୍ଟି ହେଉଛି , ଯେଉଁ ପ୍ରଭାବରେ ସବୁ ରାଶିଙ୍କ ଜୀବନ ପ୍ରଭାବିତ ହେବ । ସେଥିମଧ୍ୟରୁ ଆଜି ଆମେ ପାଞ୍ଚଟି ରାଶି ବିଷୟରେ କହିବୁ ଯାଉଛୁ ଯେଉଁ ରାଶି ମାନେ ଏହି ମହାଶିବରାତ୍ରିରେ ବନୁଥିବା ଶୁଭ ଯୋଗ କାରଣରୁ କୋଟିପତି ହେବାକୁ ଯାଉଛନ୍ତି ।

ଚଳିତ ବର୍ଷ ମହାଶିବରାତ୍ରି ଦିନ ଭଲ ସଂଯୋଗ ବନୁଥିବାରୁ କିଛି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ସୂର୍ଯ୍ୟ ଏବଂ ଶନିଙ୍କ ମିଳିତ ସଂଯୋଗ କାରଣରୁ ଶୁଭ ଯୋଗ ସୃଷ୍ଟି ହେଉଛି । ଶନି ପ୍ରଦୋଷରେ ପୂଜା କଲେ ଶନି ଦୋଷ ଏବଂ ସେହି ପ୍ରଦୋଷରେ ମହାଦେବଙ୍କ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ । କାରଣ ଏହି ସମୟରେ ଭଗବାନ ଶିବ ଶିବଲିଙ୍ଗରେ ବିରାଜିତ ରହନ୍ତି । ତେବେ ଆଜି ଆମେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବୁ ।

୧ . ବୃଷଭ ରାଶି:-

ଚଳିତ ବର୍ଷ ମହାଶିବରାତ୍ରି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଖାସ ହେବ । ଅପାର ଧନ ଅର୍ଜିତ ହେବାକୁ ଯାଉଥିବା ବେଳେ ଚାକିରୀରେ ନିୟୋଜିତ ବ୍ୟକ୍ତିଙ୍କର ପଦୋନ୍ନତି ହେବାକୁ ଯାଉଛି । ଅଟକି ରହିଥିବା ଧନ ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ବିବାହ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ନିଜର ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ବନୁଛି । ମାନସିକ ସମସ୍ୟାରେ ପୀଡ଼ିତ ଲୋକଙ୍କ ଜୀବନରେ ସମାଧାନ ଦେଖା ଦେବ । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟକୁ ହଠାତ ସୁଖ ସମୃଦ୍ଧି ଆସିବାକୁ ଯାଉଛି ।

୨ . ମିଥୁନ ରାଶି:-

ମହାଶିବରାତ୍ରି ଦିନଟି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଅବସର ନେଇ ଆସୁଛି । ଯାହାଦ୍ୱାରା ସେମାନକକ ଆର୍ଥିକ ସ୍ଥିତିରେ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଉନ୍ନତି ଏବଂ ସୁଧାର ଆସିବାକୁ ଯାଉଛି । ଏହି ବ୍ୟକ୍ତି ବିଶେଷଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରିକ ବାତାବରଣ ସୁଖ , ଶାନ୍ତି ଏବଂ ସମୃଦ୍ଧିରେ ପୁରି ରହିବ । କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଉତ୍ତମ ରହିବ । ତେଣୁ ମହାଦେବଙ୍କୁ କ୍ଷୀର ଚଢାନ୍ତୁ । ଚାକିରୀ କିମ୍ବା ବ୍ୟାପାରରେ କୌଣସି ବଡ଼ ଖୁସି ଖବର ମିଳିପାରେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଶ୍ୱାସରେ ବୃଦ୍ଧି ହେବ ।

୩ . ଧନୁ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶିବରାତ୍ରି ଭାଗ୍ୟ ପରିବର୍ତ୍ତନ ନେଇ ଆସୁଛି । ଏହି ରାଶିର ବ୍ୟକ୍ତିଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହି ସମୟ ଅନୁକୂଳ ରହିବ । ଏହି ରାଶିର ଯେଉଁ ବ୍ୟକ୍ତି ନିଜର ଜୀବନସାଥୀ ସନ୍ଧାନରେ ଅଛନ୍ତି ବ୍ୟକ୍ତିଙ୍କୁ ନିଜ ମନ ପସନ୍ଦର ଜୀବନସାଥୀ ମିଳିବାକୁ ଯାଉଛି । ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ନିଜ ମନର କିଛି ପୁରୁଣା ମନସ୍କାମନା ପୂରଣ ହେବାକୁ ଯାଉଛ ।

୪ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ବର୍ଷ ମହାଶିବରାତ୍ରି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ । ଯେଉଁ କାରଣରୁ ଏହି ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସମୟ ଅନୁକୂଳ ଅଟେ । ସବୁ ନିଷ୍ପତ୍ତିରେ ପରିବାର ଲୋକଙ୍କ ସହଯୋଗ ମିଳିବ । ମହାଶିବରାତ୍ରି ଦିନ କ୍ଷୀରରେ ଗଙ୍ଗା ଜଳ ମିଶାଇ ମହାଦେବଙ୍କୁ ଅର୍ପିତ କରନ୍ତୁ , ଅଧିକାଂଶ ସମସ୍ୟାର ସମାଧାନ ହୋଇଯିବ । ଏହାବ୍ୟତୀତ ଆୟରେ ମଧ୍ୟ ବୃଦ୍ଧି ହେବ । ନିବେଶ ପାଇଁ ସମୟ ସର୍ବୋଉତ୍ତମ ଅଟେ ।

୫ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ବର୍ଷ ଶିବରାତ୍ରି ଅତ୍ୟନ୍ତ ଶୁଭ ଅବସର ନେଇ ଆସୁଛି । ହଠାତ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଚାକିରୀ କରୁଥିବା ଲୋକଙ୍କୁ ନୂଆ ଅବସର ପ୍ରାପ୍ତ ହେବାକୁ ଯାଉଛି । ବ୍ୟାପାର କରୁଥିବା ଲୋକଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *