ମହାଶିବରାତ୍ରିରେ ଦାନ କରନ୍ତୁ ନାହିଁ ଏହି ତିନୋଟି ଜିନିଷ । ନଚେତ ସାରା ଜୀବନ ପାଇବେ ଦୁଃଖ ।

ଘରେ ଘଟୁଥିବା ଅତି ଛୋଟ ଛୋଟ ଘଟଣା କିମ୍ବା ଘରେ ରଖାଯାଇଥିବା ସବୁ ଜିନିଷ ଅନେକ ସମୟରେ କିଛି ନା କିଛି ସଙ୍କେତ ନିଶ୍ଚୟ ଦେଇଥାଏ । ଏମିତିକି ଆମ ଗୁରୁଜନ ମାନେ ଅନେକ ସମୟରେ ପୌରାଣିକ ଧର୍ମ ଶାସ୍ତ୍ର ଅନୁଯାୟୀ ଅନେକ କିଛି ନିୟମ ବିଷୟରେ ଅବଗତ କରାଇଥାନ୍ତି । ଯାହାକୁ ମାନିବା ଦ୍ୱାରା ଦିନ ବେଶ ସୁରୁଖୁରୁରେ ଚାଲିଥାଏ ।

ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯିବ । ଏହାବ୍ୟତୀତ ଆମେ କହିବୁ ଯେ ମହାଶିବରାତ୍ରି ଦିନ ଏପରି କେଉଁ ସବୁ ଜିନିଷ ଅଛି ଯାହାକୁ ଅନ୍ୟକୁ ଦାନ କରିବା ଉଚିତ ନୁହେଁ । ନଚେତ ସାରା ଜୀବନ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ ।

ଯଦି ଆପଣ ଶିବଲିଙ୍ଗ ସାମ୍ନାରେ ନିଜର ଦୁଃଖ କଷ୍ଟକୁ ବ୍ୟକ୍ତ କରନ୍ତି ଏବଂ ପୂଜା ଆରାଧନା କରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ସମସ୍ୟା ଦୂରେଇ ଯିବ । ତେଣୁ ସୋମବାର ଠାରୁ ହିଁ ନିୟମିତ ଶିବଲିଙ୍ଗକୁ ପୂଜା ଆରାଧନା କରିବା ଏବଂ ଶିବଲିଙ୍ଗ ସାମ୍ନାରେ ମନ୍ତ୍ର ଜପ କରନ୍ତୁ । ଶିବ ମହାପୁରାଣରେ ଏଭଳି ଅନେକ ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଯଦି ଆପଣ ଦାନ ଦିଅନ୍ତି ତେବେ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯାଏ । ତେଣୁ ଏହି କିଛି ଜିନିଷ ବିଶେଷ କରି ମହାଶିବରାତ୍ରି ଦିନ କାହାକୁ କାହାକୁ ଦାନ କଲେ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ଯେଉଁ ଉପାୟ ବିଷୟରେ ଆଜି ଆମେ କହିବୁ । ଅନେକ ପୌରାଣିକ ସମୟରୁ ଅନେକ ମହାନ ବ୍ୟକ୍ତିଙ୍କ ଦାନର ଉଦାହରଣ ରହି ଆସିଛି ।

ମାତ୍ର ମନୁଷ୍ୟକୁ ନିଜ ଶକ୍ତି ସାମ୍ୟର୍ଥ ବାହାରେ ଦାନ କରିବା ଉଚିତ ନୁହେଁ । ଦାନ କରିବା ସମୟରେ କୌଣସି ସଂକୋଚ କରିବା ଉଚିତ ନୁହେଁ । ଏଭଳି ମଧ୍ୟ କୁହାଯାଇଛି ଯେ ମହାଦେବଙ୍କୁ ଅର୍ପିତ କରୁଥିବା କିଛିବି ଜିନିଷ ଶହେ ଗୁଣା ହୋଇ ଆପଣଙ୍କୁ ପ୍ରାପ୍ତ ହୋଇଥାଏ । ତେଣୁ ନିଶ୍ଚିତ ରୂପରେ କିଛି ନା କିଛି ଦାନ କରିବା ଉଚିତ । ଯାହାଦ୍ୱାରା ମନୁଷ୍ୟ ଦୁର୍ଭାଗ୍ୟ ଦୂର ହୋଇଥାଏ ।

୧ . ଲୁଣ:-

ସୋମବାର ଦିନ ଲୁଣ ଦାନ କରିବା ଅତ୍ୟନ୍ତ ଶୁଭ ଅଟେ । ଏହାଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ । ଏହି ଦାନ କରିବା ପାଇଁ ସାବୁତ ଲୁଣ ହିଁ ଅଧିକ ଉପଯୋଗୀ ଅଟେ । କିମ୍ୱା ଆପଣ ଘରେ ବ୍ୟବହାର କରୁଥିବା ସାଧାରଣ ଲୁଣ ମଧ୍ୟ ଦାନ କରି ପାରିବେ । ଲୁଣ ଦାନ ସର୍ବଶ୍ରେଷ୍ଠ ଦାନ ଅଟେ ।

୨ . ଗୁଡ଼ :-

କୌଣସିବି ସମ୍ପର୍କରେ ମଧୁରତା ଆଣିବାକୁ ଚାହୁଁଥିଲେ ସୋମବାର ଦିନ ନିଶ୍ଚିତ ଭାବରେ ଗୁଡ଼ ଦାନ କରନ୍ତୁ । ତେବେ ତାହା ସ୍ୱାମୀ , ସ୍ତ୍ରୀ ମଧ୍ୟରେ ହେଉ କିମ୍ବା ମା ପୁଅ ମଧ୍ୟରେ ହେଉ । ଗୁଡ଼ ଦାନ କରିବା ଦ୍ୱାରା କଳହ କ୍ଳେଶ ଯେତେ ଗଭୀର ହୋଇଥାଉ ନା କାହିଁକି ତାହା ମଧୁର ସମ୍ପର୍କ ପରିଣତ ହୋଇଯିବ । ଗାଈକୁ ଗୁଡ଼ ଏବଂ ରୁଟି ଖୁଆଇବା ଦ୍ୱାରା ମଧ୍ୟ ସମ୍ପର୍କ ମଧୁର ହୋଇଥାଏ । ଏହାଦ୍ୱାରା ଆର୍ଥିକ ଲାଭ ମଧ୍ୟ ହୋଇଥାଏ । ତେଣୁ ସୋମବାର ଦିନ ମହାଦେବଙ୍କୁ ଗୁଡ଼ ଅର୍ପିତ କରନ୍ତୁ ।

୩ . ତିଳ :-

ତିଳ ଦାନ କରିବା ଦ୍ୱାରା ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼ିଥାଏ । ଆପଣ ଚାହିଁଲେ କଳା କିମ୍ବା ଧଳା ତିଳର ଦାନ କରନ୍ତୁ । ଆପଣ କଳା ତିଳ ଶନିବାରରେ ଦାନ କରି ପାରିବେ । ଏହାଦ୍ବାରା କୌଣସି ପ୍ରକାରର ସମସ୍ୟାବି ଛୁଇଁପାରିବ ନାହିଁ । ଏହାବ୍ୟତୀତ ସୋମବାର ଦିନ କଳା କିମ୍ବା ଧଳା ତିଳ ନିଶ୍ଚୟ ଦାନ କରନ୍ତୁ ।

୪ . ଘିଅ:-

ମହାଦେବଙ୍କୁ ଘିଅ ଦାନ କରିବା ଦ୍ୱାରା ଖୁବ ଭଲ ପରିଣାମ ମିଳିଥାଏ । ଯଦି ଆପଣ ଘରର ଛୋଟ ପିଲାକୁ ଘିଅ ସ୍ପର୍ଶ କରି ଦାନ କରନ୍ତି ତେବେ ସୌଭଗ୍ୟ ପ୍ରାପ୍ତ ହୋଇଥାଏ । ମହାଦେବଙ୍କୁ ଘିଅ ଅର୍ପିତ କଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯାଏ । ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ । ଏହାଦ୍ବାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

Leave a Reply

Your email address will not be published. Required fields are marked *