ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କ କହିଛନ୍ତି :ମନୁଷ୍ୟ ଏହି ୬ଟି ପରିସ୍ଥିତିରେ ଭୋଜନ କଲେ ହୋଇଥାଏ ମହା ଅନର୍ଥ,ନିଶ୍ଚିତ ଭାବରେ ଏହାକୁ ଜାଣି ରଖନ୍ତୁ !

ଶାସ୍ତ୍ରରେ ଭୋଜନ କରିବାର ନିୟମ ବିଷୟରେ କୁହାଯାଇଛି । ଯାହାକି ସ୍ୱାସ୍ଥ୍ୟ ଏବଂ ଆୟୁ ବର୍ଦ୍ଧକ ହୋଇଥାଏ । ପ୍ରାଚୀନ ଧର୍ମ ଗ୍ରନ୍ଥରେ ଭୋଜନ କରିବାର ନିୟମ ବିଷୟରେ ମଧ୍ୟ କୁହାଯାଇଛି । ଯଦି ଆପଣ ନିୟମିତ ଭୋଜନ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଅକାଳ ମୃତ୍ୟୁ ହୁଏନାହିଁ । ତେବେ ଆଜି ଆମେ ଭୋଜନ ସମ୍ବନ୍ଧୀୟ କିଛି ନିୟମ ବିଷୟରେ କହିବୁ ।

୧ . ଭୋଜନ ସବୁବେଳେ ଏକାନ୍ତରେ ଗ୍ରହଣ କରିବା ଉଚିତ । ଏହାଦ୍ବାରା ବ୍ୟକ୍ତିର ମନ ଶାନ୍ତ ରହିଥାଏ ଏବଂ ସେ ଖାଦ୍ୟକୁ ଭଲ ଭାବରେ ଗ୍ରହଣ ମଧ୍ୟ କରିଥାଏ । କାରଣ ଆପଣ ପ୍ରେମ ପୂର୍ବକ ଯେଉଁ କାମ କରନ୍ତି ସେହି କାମ ଆପଣଙ୍କୁ ଅଧିକ ଖୁସି ଦେଇଥାଏ ।

୨ . ଭୋଜନ କରିବା ପୂର୍ବରୁ ପାଞ୍ଚଟି ଅଙ୍ଗକୁ ଧୋଇବା ଉଚିତ । ତାହା ହେଉଛି ଦୁଇ ହାତ ଦୁଇ ଗୋଡ଼ ଏବଂ ମୁହଁ ଧୁଅନ୍ତୁ । ଭୋଜନ ସମୟରେ ପାଞ୍ଚ ଆଙ୍ଗୁଠିରେ ହିଁ ଭୋଜନ କରିବା ଉଚିତ । ଭୋଜନ କରିବା ସମୟରେ ଶାନ୍ତ ରହିବା ଉଚିତ । ନଚେତ ଖାଇବା ସମୟରେ କଥାବାର୍ତ୍ତା ହେଲେ ଶରୀର ମଧ୍ୟରେ ବାକ ଦୋଷ ସୃଷ୍ଟି ହୋଇଥାଏ ।

୩ . ଭୋଜନ କରିବା ସମୟରେ କାହାରି ନିନ୍ଦା କରନ୍ତୁ ନାହିଁ । କାରଣ ଯଦି ଆପଣ ଖାଇବା ସମୟରେ ଭୋଜନକୁ ପ୍ରେମ ପୂର୍ବକ ଗ୍ରହଣ କରୁ ନାହାଁନ୍ତି ତେବେ ତାହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇ ନଥାଏ ଏବଂ ତାହା ସ୍ୱାସ୍ଥ୍ୟ ବର୍ଦ୍ଧକ ମଧ୍ୟ ହୋଇ ନଥାଏ । ରାତିରେ ପେଟ ପୂରା ଭୋଜନ କରିବା ଉଚିତ ନୁହେଁ । କାରଣ ଭଲଭାବରେ ହଜମ ହୋଇ ନଥାଏ । ଯାହାଦ୍ୱାରା ଶରୀରରେ ଚର୍ବି ଜମା ହୋଇଯାଏ । ଯେଉଁଠି ଆପଣ ଶୋଉଛନ୍ତି ସେଠାରେ ବସି ଭୋଜନ କରନ୍ତୁ ନାହିଁ ।

୪ . ଯେତେବେଳେ ଆପଣ ବହୁତ ଥକି ଯାଇଛନ୍ତି , ସେତେବେଳେ ଭୋଜନ କରନ୍ତୁ ନାହିଁ । ପ୍ରଥମେ କିଛି ସମୟ ଆରାମ କରନ୍ତୁ ଏବଂ ତାପରେ ଭୋଜନ କରନ୍ତୁ । କାରଣ ସେଭଳି ସ୍ଥିତିରେ ଭୋଜନ କରିବା ଦ୍ୱାରା ବାନ୍ତି ହେବାର ଆଶଙ୍କା ଥାଏ । କାହାରି ଅଇଁଠା ଭୋଜନ ଆଦୋୖ ଗ୍ରହଣ କରନ୍ତୁ ନାହିଁ । ଅଇଁଠା ଭୋଜନ ନା ଅନ୍ୟ କାହାକୁ ଦେବା ଉଚିତ ନା ନିଜେ ଗ୍ରହଣ କରିବା ଉଚିତ । ଭୋଜନ କରି ସାରିବା ପରେ ଅଇଁଠା ମୁହଁରେ କୁଆଡ଼େବି ଯିବା ଉଚିତ ନୁହେଁ । ଅଇଁଠା ଖାଇବା ଦ୍ୱାରା ଲୋକେ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତ ହୁଅନ୍ତି ।

୫ . ଭୋକିଲା ବ୍ୟକ୍ତି ଦ୍ୱାରା ଅଣା ଯାଇଥିବା ଭୋଜନ କେବେ ଗ୍ରହଣ କରନ୍ତୁ ନାହିଁ । ନିଜ କୋଳରେ ଭୋଜନ ରଖି କେବେ ସେବନ କରନ୍ତୁ ନାହିଁ । କାରଣ ଏହା କରିବା ଦ୍ୱାରା ଭୋଜନ ଲାଭକାରୀ ରହେନାହିଁ ।

୬ . ଅନ୍ଧାର ସମୟରେ ଖୋଲା ଆକାଶ ତଳେ ଭୋଜନ କରିବା ଉଚିତ ନୁହେଁ । ମନ୍ଦିରରେ ଭୋଜନ କରିବା ଉଚିତ ନୁହେଁ । ଏହାବ୍ୟତୀତ ଗୋଟିଏ ବସ୍ତ୍ର ଧାରଣ କରି , ବିଛଣା ଉପରେ ବସି , ଜୋତା ଚପଲ ପିନ୍ଧି ଭୋଜନ କରିବା ଉଚିତ ନୁହେଁ । ଏହାବ୍ୟତୀତ ଅଧିକ ହସୁଥିବା ସମୟରେ ଭୋଜନ ଗ୍ରହଣ କରନ୍ତୁ ନାହିଁ । କାରଣ ଏହାଦ୍ବାରା ଖାଦ୍ୟ ଶ୍ଵାସନଳୀକୁ ଯାଇଥାଏ । ଯଦି ଆପଣ ଅତ୍ୟନ୍ତ ଦୁଃଖିତ ଅଛନ୍ତି ତେବେ ସେତେବେଳେ ମଧ୍ୟ ଭୋଜନ ଗ୍ରହଣ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *