ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ଅର୍ପିତ କରନ୍ତୁ ଏହି ଜିନିଷ , ପ୍ରାପ୍ତ ହେବ ଅହସ୍ର ଧନ ।

ହିନ୍ଦୁ ଧର୍ମରେ ଶିବରାତ୍ରିକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି ଏବଂ ଏହା ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦୋଷୀରେ ପାଳିତ ହୋଇଥାଏ । ଏଭଳି କୁହାଯାଏ ଯେ ଏହିଦିନ ପ୍ରକାଶ ଆକାରରେ ଭଗବାନ ଶିବଙ୍କ ସୃଷ୍ଟି ହୋଇଥିଲା ଏବଂ ଏହିଦିନ ମାତା ପାର୍ବତୀଙ୍କ ସହିତ ମହାଦେବ ଶିବଙ୍କର ବିବାହ ହୋଇଥିଲା । ତେଣୁ ଏହିଦିନ କେବଳ ପୂଜା କରିବା ଦ୍ୱାରା ହିଁ ଜୀବନ ସାର୍ଥକ ହୋଇଥାଏ । ମହାଦେବଙ୍କୁ କିଛି ପ୍ରିୟ ବସ୍ତୁ ଅର୍ପିତ କରିବା ଦ୍ୱାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇ ଯାଆନ୍ତି । ଯାହାଦ୍ୱାରା ଘର ଧନଧାନ୍ୟରେ ଭରପୁର ହୋଇଯାଏ । ମାତ୍ର କିଛି ଏପରି ବସ୍ତୁ ମଧ୍ୟ ଅଛି ଯାହାକୁ ଅର୍ପିତ କରିବା ଦ୍ୱାରା ଭଗବାନ ଶିବ ବହୁତ ଜଲଦି କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି ।

ତେବେ ଏହିଦିନ କିଛି ବିଶେଷ ନିୟମକୁ ପାଳନ କରିବା ଉଚିତ । ମହା ଶିବରାତ୍ରି ଦିନ ଧଳା କିମ୍ବା ନାଲି ବସ୍ତ୍ର ଧାରଣ କରି ମହାଦେବଙ୍କ ପୂଜା ଅର୍ଚ୍ଚନା କରିବା ଉଚିତ । ତାସହିତ ମାତା ପାର୍ବତୀଙ୍କ ପୂଜା ମଧ୍ୟ କରିବା ଉଚିତ । ଏହିଦିନ ମହାଦେବ ଶିବଙ୍କର ଶିବଲିଙ୍ଗ ପୂଜା କରିବା ଅଧିକ ପ୍ରଭାବୀ ହୋଇଥାଏ । ଚଳିତ ବର୍ଷର ମହାଶିବରାତ୍ରିର ଆରମ୍ଭ ଏବଂ ପ୍ରଦୋଷ କାଳରେ ଶୁକ୍ରବାର ୧୭ ଫେବୃଆରୀ ୧୧.୩୬ ମିନିଟରେ ହେବ । ସମାପନ ଫେବୃଆରୀ ୧୮ , ୨୦୨୩ ରାତି ୧୧.୫୬ ମିନିଟରେ ହେବ । ଉଦୟା ତିଥି ଅନୁଯାୟୀ ପ୍ରଦୋଷ ବ୍ରତ ଫେବୃଆରୀ ୧୮ ରେ ରଖାଯିବ । ମହାଶିବରାତ୍ରି ଦିନ ଭଗବାନ ଶିବଙ୍କ ଶିବଲିଙ୍ଗରେ ବେଲପତ୍ର ନିଶ୍ଚିତ ଅର୍ପଣ କରନ୍ତୁ ।

ଗୋଟିଏ ଡେମ୍ପରେ ଯୋଡ଼ି ଥିବା ତିନୋଟି ବେଲପତ୍ର ହିଁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଆହୁରି ଉତ୍ତମ ହେବ ସେଥିରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ । ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଅକ୍ଷତ ଅର୍ଥାତ ଚାଉଳ ଅର୍ପିତ କରିବାର ବିଧାନ ରହିଛି । ଏହିଦିନ ଜାଗରଣ କରିବାର ନିୟମ ରହିଛି । ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ପୂଜା କରିବା ପୂର୍ବରୁ ମାତା ପାର୍ବତୀ , ଗଣେଶ , କାର୍ତ୍ତିକ ଏବଂ ନନ୍ଦିଙ୍କୁ ପୂଜା କରିବା ଉଚିତ । ନଚେତ ଆପଣଙ୍କୁ ପୂଜାର ଫଳ ପ୍ରାପ୍ତ ହେବନାହିଁ । ଏହିଦିନ ବଳଦକୁ ସବୁଜ ଘାସ ନିହାତି ଖୁଆଇବା ଉଚିତ । ଶିବରାତ୍ରି ଦିନ କିଛି କାମ ଆଦୋୖ କରିବା ଉଚିତ ନୁହେଁ ।

ଶିବରାତ୍ରି ଦିନ ସକାଳୁ ଉଠି ସ୍ନାନ କରି ଧଳା କିମ୍ବା ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଶିବଲିଙ୍ଗରେ ଅର୍ପିତ ହୋଇଥିବା ଜିନିଷକୁ ଆଦୋୖ ଗ୍ରହଣ କରନ୍ତୁ ନାହିଁ । ଶଙ୍ଖ ଦ୍ୱାରା ଭଗବାନ ଶିବଙ୍କୁ ଜଳ ଅର୍ପିତ କରନ୍ତୁ ନାହିଁ । ତମ୍ବା ପାତ୍ରରେ ଜଳ ଅର୍ପିତ କରନ୍ତୁ ନାହିଁ । ତମ୍ବା ପାତ୍ରରେ କ୍ଷୀର କିମ୍ବା ଦହି ଅର୍ପିତ କରନ୍ତୁ ନାହିଁ । କାରଣ ଏହାଦ୍ବାରା କ୍ଷୀର କିମ୍ବା ଦହି ବିଷ ହୋଇଯାଏ । ପୂଜାରେ ତୁଳସୀ ପ୍ରୟୋଗ ଆଦୋୖ କରନ୍ତୁ ନାହିଁ । ଭଗବାନ ଶିବ ଏବଂ ଗଣେଶଙ୍କୁ ତୁଳସୀ ପତ୍ର ଅର୍ପିତ କରାଯାଏ ନାହିଁ । କାରଣ ଏହାଦ୍ବାରା କାଳସର୍ପ ଦୋଷ ଲାଗିଥାଏ । କେତକୀ ଏବଂ ଚମ୍ପା ଫୁଲର ପ୍ରୟୋଗ କରନ୍ତୁ ନାହିଁ । ଭଗବାନ ଶିବଙ୍କ ପୂଜାରେ ହଳଦୀ ଏବଂ ସିନ୍ଦୁରର ପ୍ରୟୋଗ କରନ୍ତୁ ନାହିଁ । କାରଣ ଭଗବାନ ଶିବ ବୈରାଗି ଅଟନ୍ତି ।

Leave a Reply

Your email address will not be published. Required fields are marked *