ମହାଶିବରାତ୍ରିରେ ଭୁଲରେ ବି କରନ୍ତୁ ନାହିଁ ଏହି କିଛି କାମ । ସେବନ କରନ୍ତୁ ନାହିଁ ଏହି ଗୋଟିଏ ଜିନିଷ ।

ଆମ ହିନ୍ଦୁ ପରମ୍ପରାରେ ଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି । ଯାହାକି ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦୋଷୀ ଦିନ ମାନା ଯାଇଥାଏ । ଏହିଦିନ ମହାଦେବ ପ୍ରକାଶ ରୂପରେ ପ୍ରକଟ ହୋଇଥିଲେ ଏବଂ ଏହିଦିନ ମାତା ପାର୍ବତୀ ଏବଂ ମହାଦେବଙ୍କର ବିବାହ ହୋଇଥିଲା । ଏହିଦିନ ହିଁ ସୃଷ୍ଟିର ଆରମ୍ଭ ହୋଇଥିଲା । ଗରୁଡ଼ ପୁରାଣ , ସ୍କନ୍ଧ ପୁରାଣ ଏବଂ ଶିବ ପୁରାଣରେ ଏହି କଥାର ବର୍ଣ୍ଣନ ମିଳିଥାଏ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତ୍ୟନ୍ତ ସହଜ ହୋଇଥାଏ । ଭଗବାନ ଶିବଙ୍କୁ ନିଷ୍ଠାର ସହିତ ଏକ ଲୋଟା ଜଳ ଅର୍ପିତ କଲେ ହିଁ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ମାତ୍ର ସେହିଠାରେ ହିଁ ଯଦି ମଣିଷ କିଛି ଭୁଲ କରେ ତେବେ ମହାଦେବ ବହୁତ ଜଲଦି କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି ।

ତେବେ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ । ପ୍ରଥମତଃ ମହାଶିବରାତ୍ରି ଦିନ ସକାଳୁ ଉଠି ସ୍ନାନ କରି ଧଳା କିମ୍ବା ନାଲି ବସ୍ତ୍ର ଧାରଣ କରି ମହାଦେବଙ୍କୁ ପୂଜା କରିବା ଉଚିତ । ଶିବରାତ୍ରି ଦିନ ଭଗବାନ ମହାଦେବଙ୍କ ଶିବଲିଙ୍ଗର ପୂଜନ ନିଶ୍ଚିତ କରନ୍ତୁ । ଶିବଲିଙ୍ଗକୁ ପୂଜା କରିବା ଦ୍ୱାରା ମହାଦେବ ଏବଂ ପାର୍ବତୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ । ମହାଶିବରାତ୍ରି ଦିନ ଚାରି ପ୍ରହର ବ୍ୟତୀତ ପ୍ରଦୋଷ କାଳରେ ମଧ୍ୟ ମହାଦେବଙ୍କୁ ପୂଜା କରିବା ଉଚିତ । ପ୍ରଦୋଷ ପ୍ରହରର ଆରମ୍ଭ ଫେବୃଆରୀ ୧୭ ରାତି ୧୧.୩୬ ରେ ହେବ । ଏହାର ସମାପନ ୧୮ ଫେବୃଆରୀ ରାତି ୦୮.୦୦ ରେ ହେବ । ଉଦୟା ତିଥି ଅନୁଯାୟୀ ପ୍ରଦୋଷ କାଳ ଫେବୃଆରୀ ୧୭ ରେ ରଖାଯିବ ।

ଭଗବାନଙ୍କ ସହିତ ମାତା ପାର୍ବତୀଙ୍କ ପୂଜା କରିବା ସହିତ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପିତ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହେବ । ଭଗବାନ ଶିବଙ୍କ ସମେତ ଗଣେଶ , କାର୍ତ୍ତିକ ଏବଂ ନନ୍ଦିଙ୍କୁ ପୂଜା କରନ୍ତୁ । ଏହିଦିନ ବଳଦକୁ ସବୁଜ ଚାରା ନିହାତି ଖୁଆନ୍ତୁ । ଏହାଦ୍ବାରା ବହୁତ ଜଲଦି ମନସ୍କାମନା ପୂରଣ ହୋଇଥାଏ । ଶିବରାତ୍ରି ଦିନ ଜାଗରଣ ନିଶ୍ଚିତ କରନ୍ତୁ । ଏହିଦିନ କିଛି ଏପରି କାମ ଅଛି ଯାହା କରିବା ଉଚିତ ନୁହେଁ । ଏହିଦିନ ସକାଳୁ ବିଳମ୍ବରେ ଉଠନ୍ତୁ ନାହିଁ । ସକାଳୁ ଉଠି ସ୍ନାନ କରି କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ । ମହାଦେବଙ୍କୁ ଶଙ୍ଖରେ ଜଳ ଅର୍ପିତ କରନ୍ତୁ ନାହିଁ ଏବଂ ଅର୍ପିତ ହୋଇଥିବା ବସ୍ତୁକୁ ଗ୍ରହଣ କରନ୍ତୁ ନାହିଁ । ମହାଦେବଙ୍କ ଗୋଟିଏ ପୂଜାର ଫଳ ଶହେ ପୂଜାର ଫଳ ସହିତ ସମାନ ହୋଇଥାଏ ।

ମହାଶିବରାତ୍ରି ଦିନ ମହାଦେବଙ୍କ ଫୋଟରେ ଆପଣ ହଳଦୀ ଚନ୍ଦନ ଲଗାଇ ପାରିବେ ମାତ୍ର ଶିବଲିଙ୍ଗରେ ଲଗାନ୍ତୁ ନାହିଁ । କାରଣ ଏହା ମହାଦେବଙ୍କ ବୈରାଗୀ ରୂପ ହୋଇଥାଏ । ମହାଦେବଙ୍କୁ ତୁଳସୀ ପତ୍ର ମଧ୍ୟ ଅର୍ପିତ କରନ୍ତୁ ନାହିଁ । ମହାଶିବରାତ୍ରି ଦିନ ମଦ ମାଂସ ସେବନ କରିବା ଉଚିତ ନୁହେଁ । ଏହିଦିନ କାହାରି ସହିତ କଳହ କରିବା ଉଚିତ ନୁହେଁ କିମ୍ବା କୌଣସି ପଶୁ ପକ୍ଷୀଙ୍କୁ ଆଘାତ ଦେବା ଉଚିତ ନୁହେଁ । ମହାଶିବରାତ୍ରି ଦିନ ମହିଳା ଏବଂ କନ୍ୟାଙ୍କୁ ଶିବଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେଁ । ଶିବଲିଙ୍ଗରେ ଅର୍ପିତ କରୁଥିବା ଜଳ ଆପଣଙ୍କ ପାଦକୁ ଆସିବା ଉଚିତ ନୁହେଁ । ଶିବଲିଙ୍ଗ ଉପରେ ପ୍ରବାହିତ ହେଉଥିବା ଜଳକୁ ମସ୍ତକରେ ସ୍ଥାନ ଦେବା ଉଚିତ ଏବଂ ନିଜ ସନ୍ତାନ ମୁଣ୍ଡରେ ସିଞ୍ଚିବା ଉଚିତ । ଏହାଦ୍ବାରା ମୁଣ୍ଡ ଥଣ୍ଡା ରହିଥାଏ ଏବଂ ନଜର ଦୋଷ ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହିଦିନ ଆଖୁ ରସ ସେବନ କରିବା ଉଚିତ ନୁହେଁ । ନଚେତ ମାତା ପାର୍ବତୀ ଏବଂ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *