ପତିଙ୍କ ପ୍ରଗତିରେ ବାଧା ଆସୁଥିଲେ, କରନ୍ତୁ ଏହି ଖାସ ଉପାୟ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦେବୀ ଲକ୍ଷ୍ମୀଙ୍କର କୃପା ଯେଉଁ ବ୍ୟକ୍ତି ଉପରେ ରହିଥାଏ, ସେହି ବ୍ୟକ୍ତିକୁ ଜୀବନରେ କୌଣସି ସଂକଟର ମୁକାବିଲା କରିବାକୁ ପଡ଼ି ନଥାଏ। କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଉପରେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି, ସେହି ବ୍ୟକ୍ତିଙ୍କ ଜୀବନ ନର୍କ ସହିତ ସମାନ ହୋଇ ଯାଇଥାଏ। ଯେଉଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଶୁକ୍ରବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ ବା ଅନୁଚିତ, ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣ ଦେବୀ ଲକ୍ଷ୍ମୀଙ୍କୁ ଘର ପ୍ରତି ଆକର୍ଷିତ କରିବାକୁ ଚାହୁଁଛନ୍ତି, ତାହେଲେ ଶୁକ୍ରବାର ଦିନ ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ସମୟରେ ଘରର ଅଗଣାରେ ନିଶ୍ଚିତ ଭାବରେ ଦୀପ ପ୍ରଜ୍ବଳନ କରନ୍ତୁ। ଏହାସହିତ ଘରକୁ ଆସୁଥିବା ଅସହାୟ ବ୍ୟକ୍ତି ଓ ପଶୁପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ। ସେମାନଙ୍କୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ। ଘରକୁ ଆସୁଥିବା ଅତିଥି ମାନଙ୍କୁ ସମ୍ମାନର ସହିତ ସ୍ବାଗତ କରନ୍ତୁ। କୁହାଯାଏ କି ଅତିଥି ଈଶ୍ବରଙ୍କ ପ୍ରତୀକ ହୋଇ ଥାନ୍ତି।

ଶୁକ୍ର ଗ୍ରହ ସୁଖ, ସମ୍ପତ୍ତି, ଖୁସି, ଧନ ବୈଭବ ଆଦିର କାରକ ଗ୍ରହ ମାନା ଯାଇଥାଏ। ଶୁକ୍ର ଗ୍ରହକୁ ସୁଦୃଢ କରିବା ପାଇଁ ଆପଣ ଶୁକ୍ରବାର ଦିନ କଦାପି ଘରୁ ଆବର୍ଜନା ବାହାର କରନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ରାତିରେ ଶୋଇବା ପୁର୍ବରୁ ଅଇଁଠା ବାସନ ରଖି ଶୋଇବା ଉଚିତ ନୁହେଁ, ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର କୋପ ସହିବାକୁ ପଡ଼ିଥାଏ। ଏହାସହିତ ଘରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ। ତେଣୁ ସେଥି ପ୍ରତି ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *