ହିନ୍ଦୁ ଧର୍ମରେ ମହା ଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି । ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ମହା ଶିବରାତ୍ରି ପାଳିତ ହୋଇଥାଏ । ଏପରି କୁହାଯାଏ ଯେ ଏହିଦିନ ସୃଷ୍ଟିର ଆରମ୍ଭ ହୋଇଥିଲା ଏବଂ ଏହିଦିନ ମହାଦେବ ଏବଂ ପାର୍ବତୀଙ୍କ ବିବାହ ହୋଇଥିଲା । ମହା ଶିବରାତ୍ରି ହିନ୍ଦୁ ଧର୍ମର ସବୁଠାରୁ ବଡ଼ ପର୍ବ ଅଟେ ।
ଏହିଦିନ ମହାଦେବଙ୍କୁ କିଛି ବିଶେଷ ଜିନିଷ ଅର୍ପିତ କରିବା ଉଚିତ ମାତ୍ର କିଛି ଏପରି ଜିନିଷ ଅଛି ଯାହାକୁ ଅର୍ପିତ କରିବା ଉଚିତ ନୁହେଁ । ୧୭ ଫେବୃୟାରୀ ରାତି ୦୮.୦୩ ରେ ଆରମ୍ଭ ହେବ ଏବଂ ଫେବୃଆରୀ ୧୯ ରେ ସନ୍ଧ୍ୟା ୦୪.୦୦ ରେ ସମାପ୍ତ ହେବ । ତେଣୁ ୧୮ ତାରିଖ ଦିନ ହିଁ ପାଳିତ ହେବ ଏବଂ ସନ୍ଧ୍ୟା ୦୬.୦୦ ରୁ ହିଁ ଆପଣ ପୂଜା ଆରମ୍ଭ କରି ପାରିବେ ।ପ୍ରଥମ ପ୍ରହର ପୂଜା ୦୬.୪୧ ରୁ ରାତି ୦୯.୪୭ ମଧ୍ୟରେ ଆପଣ କରି ପାରିବେ ।
ଦ୍ଵିତୀୟ ପ୍ରହର ପୂଜା ଫେବୃଆରୀ ୧୮ ରାତି ୦୯.୪୭ ରୁ ୧୨.୫୩ ମଧ୍ୟରେ , ତୃତୀୟ ପ୍ରହର ୧୯ ମିନିଟ ରାତି ୧୨.୩୯ ରୁ ୦୧.୩୮ ମଧ୍ୟରେ ଏବଂ ଚତୁର୍ଥ ପ୍ରହର ପୂଜା ୨୦ ତାରିଖ ସକାଳ ୦୩.୫୮ ରୁ ୦୮.୦୬ ମଧ୍ୟରେ କରି ପାରିବେ । ବ୍ରତର ଆରମ୍ଭ ୧୯ ତାରିଖ ସକାଳ ୦୬.୧୧ ରୁ ଦ୍ୱିପ୍ରହର ୦୨.୪୧ ପର୍ଯ୍ୟନ୍ତ କରି ପାରିବେ । ଦୀର୍ଘ ୫୦ ବର୍ଷ ପରେ ଚଳିତ ବର୍ଷ ମହା ଶିବରାତ୍ରିରେ ଏକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି ।
କାରଣ ଶନି ଦେବ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହାବ୍ୟତୀତ ସୂର୍ଯ୍ୟ ଦେବ ମଧ୍ୟ କୁମ୍ଭ ରାଶିକୁ ଆସିଯିବେ । ଏହିଦିନ ପ୍ରଦୋଷ ଯୋଗର ସଂଯୋଗ ମଧ୍ୟ ସୃଷ୍ଟି ହେଉଛି । ତେବେ ଏହିଦିନ କେଉଁ ବିଶେଷ ଭାବରେ ପୂଜା କରିବେ ଜାଣି ନିଅନ୍ତୁ । ସକାଳୁ ଜଲଦି ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ଏବଂ ସଂକଳ୍ପ ନିଅନ୍ତୁ ।
ମହାଦେବଙ୍କୁ କିଛି ଜିନିଷ ଅର୍ପିତ କରିବା ଉଚିତ ନୁହେଁ । ଏହାଦ୍ବାରା ମହାଦେବଙ୍କ ପ୍ରକୋପ ସହ୍ୟ କରିବାକୁ ପଡ଼ିଥାଏ । ତେଣୁ ଏହିଦିନ ଅବିବାହିତ କନ୍ୟା ମାନେ ବ୍ରତ ପାଳନ କରି ଶିବଙ୍କ ଆରାଧନା କଲେ ଭଲ ଜୀବନ ସାଥି ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ବିବାହିତ ଦମ୍ପତ୍ତି ମଧ୍ୟ ସୁଖ ଶାନ୍ତି ସୌହାର୍ଦ୍ଦ୍ୟ ପାଇଁ ପୂଜା ବାର ବ୍ରତ କରିଥାନ୍ତି ।
ଶିବଲିଙ୍ଗରେ ଜଳ ଅର୍ପିତ କରିବା ସମୟରେ ଧ୍ୟାନ ଦେବେ ଯେପରି ଶଙ୍ଖରେ ଜଳ ଅର୍ପିତ ନକରନ୍ତି । କାରଣ ମହାଦେବ ଶଙ୍ଖଚୁର ନାମକ ରାକ୍ଷସର ବଧ କରିଥିଲେ ଏବଂ ସେହିଠାରୁ ହିଁ ଶଙ୍ଖର ସୃଷ୍ଟି ତେଣୁ ଶଙ୍ଖରେ ମହାଦେବଙ୍କୁ ଜଳ ଅର୍ପିତ କରିବା ଉଚିତ ନୁହେଁ । କେବେବି ତମ୍ବା ଲୋଟାରେ କ୍ଷୀର ନେଇ ମହାଦେବଙ୍କୁ ଅର୍ପିତ କରନ୍ତୁ ନାହିଁ ।
କାରଣ ତାହା ବିଷ ହୋଇଯାଏ । ଏବଂ ମନେ ରଖନ୍ତୁ ଯେ ପୂଜା କରିବା ସମୟରେ ଆପଣଙ୍କ ମୁହଁ ଯେପରି ଦକ୍ଷିଣ ଦିଗକୁ ନରହେ । ମହାଦେବଙ୍କ ପୂଜାରେ ବେଲ , ଧୁତୁରା , ଭସ୍ମ ଏବଂ ଚନ୍ଦନ ଚଢ଼ାଇବାର ବିଧାନ ରହିଛି । ଶିବରାତ୍ରି ଦିନ ଉପାସ କଲେ ଧ୍ୟାନ ଦେବେ ଯେପରି ଶରୀରରେ ଜଳୀୟଅଂଶର ଅଭାବ ନହୁଏ । ଏଥିପାଇଁ ଆପଣ ଭିନ୍ନ ଭିନ୍ନ ଫଳ ରସର ସେବନ କରି ପାରିବେ ।
ଏହିଦିନ ଲୁଣ ସେବନ କରିବା ଉଚିତ ନୁହେଁ । ମାତ୍ର ଆପଣ ଫଳ ସେବନ କରି ପାରିବେ । ମାତ୍ର ଅନ୍ନ ସେବନ କରନ୍ତୁ ନାହିଁ । ରାତିରେ ଜାଗରଣର ବିଧାନ ରହିଛି । ତେଣୁ ରାତିରେ ଅଖଣ୍ଡ ଦୀପ ଏବଂ ପୂଜାଘରେ ମଧ୍ୟ ଦୀପ ଜାଳି ପାରିବେ । ରସୁଣ ପିଆଜ ମାଂସ ମଦର ସେବନ କରନ୍ତୁ ନାହିଁ । ଏହାଦ୍ବାରା ବ୍ରତ ସିଦ୍ଧ ହୁଏନାହିଁ ।