ବନ୍ଧୁଗଣ ଆମେ ଆଜି ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନର ସବୁ ଦୁଃଖ ଏବଂ କଷ୍ଟକୁ ନଷ୍ଟ କରିଦେବ | କିଛି ସହଜ ଏବଂ ସରଳ ଉପାୟ ଯାହା ଫିଟିକିରିକୁ ନେଇ କରାହେବ | ଏହି ଫିଟିକିରିର ଉପାୟ ଆପଣଙ୍କ ଜୀବନକୁ ବଦଳେଇ ଦେଇପାରେ | ଏହି ସାମାନ୍ୟ ଦେଖାଯାଉଥିବା ଫିଟିକିରିରେ ଭରି ହୋଇ ରହିଛି ଅନେକ ଚମତ୍କାର ଭରା ଉପାୟ | ଏହା ସମସ୍ତ ପ୍ରକାରର ଉର୍ଜାକୁ ନିଜ ଭିତରେ ଶୋଷି ରଖିବାର କ୍ଷମତା ରଖିଥାଏ |
ସେ ନକାରାତ୍ମକ ଉର୍ଜା ହେଉ କିମ୍ବା ସକାରାତ୍ମକ ଉର୍ଜା ହେଉ | ଫିଟିକିରିରେ ଅନେକ ପ୍ରକାରର ଔଶୋଧିୟ ଗୁଣ ମଧ୍ୟ ରହିଛି | ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହ ଆପଣଙ୍କ ଜୀବନରେ ଚାଲିଥିବା କଷ୍ଟ ଏବଂ ସମସ୍ୟା ଗୁଡ଼ିକୁ ମଧ୍ୟ ନଷ୍ଟ କରାଯାଇପାରେ | ଫିଟିକିରି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନର ଦୁଃଖ, କଷ୍ଟ ଦୂର ହେଇଯାଏ |
ସମସ୍ତ ନକାରାତ୍ମକ ଉର୍ଜା ମଧ୍ୟ ନଷ୍ଟ ହୋଇଯାଇଥାଏ | ଯଦି ଆପଣ ବି ଚାହୁଁଛନ୍ତି ଯେ ଆପଣଙ୍କ ଘରେ କୋୖଣସି ବି ସମସ୍ୟା ନ ରହୁ, କିମ୍ଭା ଆପଣଙ୍କ ଜୀବନରେ କେବେ ବି କୋୖଣସି କଷ୍ଟ ନ ରହୁ, ଆପଣଙ୍କ ଘରେ କାହାର ବି ଖରାପ ନଜର ନଲାଗୁ ତେବେ ଆପଣ ଏହି ଉପାୟ ନିଶ୍ଚିତ ରୂପେ କରନ୍ତୁ | ଚାଲନ୍ତୁ ଜାଣିବା ଏହି ଉପାୟ ବିଷୟରେ :-
ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ନିଜ ଘରର ମନ୍ଦିରରେ ଏକ ଲାଲ ବସ୍ତ୍ର ବିଛେଇଦିଅନ୍ତୁ | ତାହା ଉପରେ କିଛି ହଳଦୀ ଆଉ ଚାଉଳ ରଖନ୍ତୁ ଏବଂ ଏହା ପରେ ଗୋଟେ ଫିଟିକିରି ରଖନ୍ତୁ ଏବଂ ଏହି ସବୁକୁ ଧୂପ ଦୀପରେ ପୂଜା କରି ଶୁଦ୍ଧ କରନ୍ତୁ | ଏହାପରେ ସେଇ ଲାଲ କପଡାକୁ ବାନ୍ଧନ୍ତୁ ଏବଂ ଏହାକୁ ଲାଲ କଲରର ସୂତାରେ ହିଁ ବାନ୍ଧନ୍ତୁ | ଏବଂ ସେହି ପୁଟୁଳିକୁ ଧରି ନିଜ ଘରର ସମସ୍ତ କୋଣରେ ବୁଲିଆସନ୍ତୁ |
ଏହା ପରେ ସେହି ଫୁଟୁଳିକୁ ନିଜ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗୀ ଦିଅନ୍ତୁ | ଏବଂ ଏହି ପୁଟୁଳିକୁ ଟାଙ୍ଗିବା ପାଇଁ କେବଳ ଲୁହା କଣ୍ଟାର ହିଁ ବ୍ୟବହାର କରନ୍ତୁ | ଏହି ଉପାୟ କରିବା ପରେ ଆପଣ ନିଜେ ହିଁ କିଛି ଦିନ ପରେ ଦେଖିବାକୁ ପାଇବେ ଯେ ଆପଣଙ୍କ ଘରେ ସୁଖ ଏବଂ ଶାନ୍ତିର ପରିବେଶ ଥିବ |
ଯଦି ଆପଣ କରଜରେ ବୁଡ଼ି ରହିଛନ୍ତି ଏବଂ ଆପଣ କରଜ ସୁଝିବାକୁ ଅସମର୍ଥ ହେଉଛନ୍ତି | ତେବେ ଫିଟିକିରିର ଏହି ଉପାୟ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ | ଆପଣ ବୁଧବାର ଦିନ ଫିଟିକିରିରେ କିଛି ସିନ୍ଧୁର ଲଗେଇ ଦିଅନ୍ତୁ ଏବଂ ଏହାକୁ ପାନ ପତ୍ରରେ ଗୁରେଇ ବାନ୍ଧିଦିଅନ୍ତୁ |
ଏହା ପରେ ତାହାକୁ ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ କୋୖଣସି ଭାରି ଜିନିଷ ଅର୍ଥାତ ପଥର ତଳେ ପୋତିଦିଆନ୍ତୁ | ଏବଂ ଧ୍ୟାନ ଦେବେ ଆପଣ ଏହି କାର୍ଯ୍ୟ କରିବା ବେଳେ ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ | ଆପଣ ଏମିତି ଲଗାତାର 3ଟି ବୁଧବାର ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କ କରଜ ଧୀରେ ଧୀରେ କମିବାରେ ଲାଗିବ |
ଯଦି ଆପଣଙ୍କ ଜୀବନରେ ଆପଣଙ୍କ ବୈବାହିକ ଜୀବନରେ କିମ୍ଭା ଆପଣଙ୍କ ଘରେ ସବୁବେଳେ କିଛି ନା କିଛି ଝଗଡା ଲାଗିରହିଥାଏ ଏବଂ ଆପଣ ସେସବୁ ରୁ ମୁକ୍ତ ହେବାକୁ ଚାହୁଁଥିବେ ତେବେ ଆପଣ ରାତିରେ ଶୋଇଲା ବେଳେ ପଲଙ୍କ ତଳେ ଗୋଟେ ଗ୍ଲାସ ପାଣିରେ କିଛି ଫିଟିକିରିର ଖଣ୍ଡ ପକେଇଦିଅନ୍ତୁ ଏବଂ ସକାଳେ ତାକୁ ନେଇ କୋୖଣସି ଓସ୍ତଗଛ ମୂଳରେ ଢାଳିଦିଅନ୍ତୁ | ଏମିତି ଆପଣଙ୍କୁ ଏକ ମାସ ପର୍ଯ୍ୟନ୍ତ କରିବାକୁ ପଡ଼ିବ | ଏବଂ ଏହା କରିବା ପରେ ଧୀରେ ଧୀରେ ଆପଣଙ୍କ ଘରୁ ସବୁ ପ୍ରକାର କଳହ ନଷ୍ଟ ହୋଇଯିବ ଏବଂ ଆପଣଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ |