ଯେତେବେଳେ ପୃଥିବୀରେ କିଛିବି ନଥିଲା ସେତେବେଳେ କେବଳ ଓଁକାର ଶବ୍ଦ ଥିଲା । ଯାହାଦ୍ୱାରା ଶିବଲିଙ୍ଗର ନିର୍ମାଣ ହୋଇଥିଲା । ମହାଦେବଙ୍କୁ ବହୁତ ସହଜରେ କେବଳ ଭକ୍ତି ଏବଂ ନିଷ୍ଠା ଦ୍ୱାରା ପ୍ରସନ୍ନ କରାଯାଇ ପାରେ । ମହାଦେବ ବୌରାଗି ଏବଂ ଶାନ୍ତ ହୋଇଥାନ୍ତି । କିନ୍ତୁ ତାଙ୍କର ଆଉ ଏକ ରୂପ ଅଛି ରୌଦ୍ର ରୂପ ଯାହାକି ଦୁଷ୍ଟ ଲୋକଙ୍କୁ ଦଣ୍ଡ ଦେବା ନିମନ୍ତେ ଧାରଣ କରନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି କାମ ବିଷୟରେ କହିବୁ ଯାହାକୁ ମଣିଷକୁ ମହା ଶିବରାତ୍ରି ଦିନ ଭୁଲରେ ବି କରିବା ଉଚିତ ନୁହେଁ । ନଚେତ ଭଗବାନ ଶିବଙ୍କ ପ୍ରକୋପର ସାମ୍ନା କରିବାକୁ ପଡ଼ିଥାଏ ।
ଭଗବାନ ଶିବ ବୈରାଗୀ ଅଟନ୍ତି ତେଣୁ ଭଗବାନ ଶିବଙ୍କୁ ସିନ୍ଦୁର ଏବଂ ହଳଦୀ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମନୁଷ୍ୟର ଚନ୍ଦ୍ରମା ଦୁର୍ବଳ ହୋଇଥାଏ । ଶିବଲିଙ୍ଗରେ ତୁଳସୀ ପତ୍ର ମଧ୍ୟ ଅର୍ପିତ କରିବା ଉଚିତ ନୁହେଁ । ଏହାଦ୍ବାରା ପୂଜାର ଫଳ ପ୍ରାପ୍ତ ହୁଏନାହିଁ ଏବଂ ନାଲି ଫୁଲ ମହାଦେବଙ୍କୁ ଚଢ଼ାଇବା ଉଚିତ ନୁହେଁ । ଭଗବାନ ଶିବଙ୍କୁ ଶଙ୍ଖରେ ଜଳ ଚଢ଼ାଇବା ଉଚିତ ନୁହେଁ । କାରଣ ମହାଦେବ ଶଙ୍ଖଚୁର ନାମକ ରାକ୍ଷସର ବଧ କରିଥିଲେ ଏବଂ ସେହିଠାରୁ ହିଁ ଶଙ୍ଖର ସୃଷ୍ଟି ତେଣୁ ଶଙ୍ଖରେ ମହାଦେବଙ୍କୁ ଜଳ ଅର୍ପିତ କରିବା ଉଚିତ ନୁହେଁ । କେବେବି ତମ୍ବା ଲୋଟାରେ କ୍ଷୀର ନେଇ ମହାଦେବଙ୍କୁ ଅର୍ପିତ କରନ୍ତୁ ନାହିଁ । କାରଣ ତାହା ବିଷ ହୋଇଯାଏ । ଏବଂ ମନେ ରଖନ୍ତୁ ଯେ ପୂଜା କରିବା ସମୟରେ ଆପଣଙ୍କ ମୁହଁ ଯେପରି ଦକ୍ଷିଣ ଦିଗକୁ ନରହେ ।
ମହାଦେବଙ୍କ ପୂଜାରେ ବେଲ , ଧୁତୁରା , ଭସ୍ମ ଏବଂ ଚନ୍ଦନ ଚଢ଼ାଇବାର ବିଧାନ ରହିଛି । ମହାଶିବରାତ୍ରି ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି । ସର୍ବପ୍ରଥମେ ବ୍ରତ ପାଳନ କରନ୍ତୁ । ଏହିଦିନ କିଛି ସେବନ କରନ୍ତୁ ନାହିଁ । ଯେତେ ପର୍ଯ୍ୟନ୍ତ ପୂଜା ସମାପ୍ତ ନହୋଇଛି । ଏହାପରେ ପାଖ ଶିବ ମନ୍ଦିରକୁ ଯାଇ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଅଭିଷେକ କରି ପ୍ରାର୍ଥନା କରନ୍ତୁ । ଏକ ତମ୍ବା ଲୋଟାରେ ଜଳ ନେଇ ସେଥିରେ ବେଲ ପତ୍ର , ଧୁତୁରା , ଚାଉଳ ପକାଇ ମହାଦେବଙ୍କୁ ଅର୍ପିତ କରନ୍ତୁ । ଗୋବର ଟେଳାରେ ନିଆଁ ଜଳାଇ ଚାଉଳ ତିଳ ଏବଂ ଘିଅ ଦେଇ ଆହୁତି ଦିଅନ୍ତୁ । ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ କିନ୍ତୁ ତାହା ଛିଡ଼ି ନଥିବ ଯେମିତି । ଏହିଦିନ କିଛି ବିଶେଷ ଜିନିଷ ଆଣିଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।
ସେଥିମଧ୍ୟରୁ ଗଙ୍ଗା ଜଳ , ଧୁତୁରା ଇତ୍ୟାଦି । ଘରର ପୂଜା ଘରେ ମଧ୍ୟ ଗଙ୍ଗା ଜଳ ରହିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ଭଗବାନଙ୍କୁ ଅଭିଷେକ କରନ୍ତୁ ଏବଂ ଧୁତୁରା ମଧ୍ୟ ନିଶ୍ଚୟ ଅର୍ପିତ କରନ୍ତୁ । ବିନା ଧୁତୁରାରେ ପୂଜା ପୂର୍ଣ୍ଣ ହୁଏନାହିଁ । ଏହାଦ୍ବାରା ମାନସିକ ଶାନ୍ତି ମିଳିଥାଏ । ମହା ଶିବରାତ୍ରି ଦିନ ଜାଗରଣ କରିବାର ବିଧାନ ରହିଛି । ଏହିଦିନ ଶିବଲିଙ୍ଗର ଜନ୍ମ ହୋଇଥିଲା ଏବଂ ମାତା ପାର୍ବତୀ ଏବଂ ଶିବଙ୍କ ବିବାହ ହୋଇଥିଲା । ମହାଦେବଙ୍କୁ ଏହିଦିନ ଭାଙ୍ଗ ନିଶ୍ଚୟ ଅର୍ପିତ କରନ୍ତୁ । ମହାଦେବ ହଲାହଲ ନାମକ ବିଷ ପାନ କରିଥିଲେ ତେଣୁ ତାହାର ଉପଚାର ପାଇଁ ଭାଙ୍ଗ ସବୁ ଔଷଧି ମଧ୍ୟରୁ ଗୋଟିଏ ଥିଲା । ତେଣୁ ଏହା ମହାଦେବଙ୍କ ପୂଜା ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।