ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଚକ୍ରବାକ ଏବଂ ଚକ୍ରବାକିର ସେହି କିଛି ପ୍ରଶ୍ନ ଏବଂ ଧାରଣା ବିଷୟରେ କହିବୁ । ଯାହାକୁ ଯଦି ମନୁଷ୍ୟ ନିଜ ବାସ୍ତବ ଜୀବନରେ ଉପଯୋଗ କରେ ତେବେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ଏହି କାହାଣୀ ଏତେ ପବିତ୍ର ଯେ ସବୁ ପ୍ରକାରର ପାପକୁ ନଷ୍ଟ କରିବାର କ୍ଷମତା ରଖିଥାଏ । ଏହା ଅତ୍ୟନ୍ତ ପ୍ରେରଣା ଦାୟକ ଅଟେ ।
ତେବେ କାହାଣୀ ଅନୁଯାୟୀ ଚକ୍ରବାକ ଏବଂ ଚକ୍ରବାକି ଦୁହେଁ ଖୁବ ଧାର୍ମିକ ଥିଲେ । ଭଗବାନ ଶିବଙ୍କ ଆରାଧନା କରୁଥିଲେ ଏବଂ ସର୍ବଦା ଏକ ମନ୍ଦିରରେ ରହୁଥିଲେ । ଥରେ ଚକ୍ରବାକି ଚକ୍ରବାକକୁ ପଚାରିଲା ଯେ ସବୁଠାରୁ ବଡ଼ ଧର୍ମ , ସବୁଠାରୁ ବଡ଼ ଦାନ ଏବଂ ସବୁଠାରୁ ବଡ଼ ଶକ୍ତି କଣ । ଯାହାର ଉତ୍ତର ଦେବାକୁ ଯାଇ ଚକ୍ରବାକ ଏକ କାହାଣୀ ଆରମ୍ଭ କଲା ।
କାହାଣୀ ଅନୁଯାୟୀ ଏକ ନଗରରେ ଜଣେ ସାହୁକାର ରହୁଥିଲା । ଯାହାର କର୍ମବୀର ନାମକ ଏକ ପୁତ୍ର ଥିଲା । ସାହୁକାର ନିଜ ପୁଅକୁ ଖୁବ ଭଲ ପାଉଥିଲା ଏବଂ ତାର ସବୁ ଆବଶ୍ୟକତାକୁ ପୂରଣ କରୁଥିଲା । କର୍ମବୀର ବଡ଼ ହେବା ପରେ ବାପାଙ୍କୁ ଏକ ଘୋଡ଼ା ମାଗିଲା । ଯାହାଦ୍ୱାରା ସେ ନଗର ଭ୍ରମଣ କରି ପାରିବ । ସାହୁକାର ମଧ୍ୟ ପୁଅ ପାଇଁ ତାହା କଲା ।
କର୍ମବୀର ଘୋଡ଼ାରେ ବସି ଭ୍ରମଣ କରିବା ସମୟରେ ତୃଷ୍ଣା ଅନୁଭବ କଲା । ଅନେକ ଦୂର ଯିବା ପରେ ସେ ଜଣେ ବ୍ୟକ୍ତିକୁ ସବୁ ଶୋଷିଲା ଲୋକଙ୍କୁ ପାଣି ପିଆଉ ଥିବା ଦେଖିଲେ । ସବୁ ଲୋକ ତାଙ୍କୁ ଆଶୀର୍ବାଦ ମଧ୍ୟ କରୁଥିଲେ । ଏହା ଦେଖି କର୍ମବୀର ଏଭଳି ପୁଣ୍ୟ କାମ କରିବାକୁ ଇଚ୍ଛା ପ୍ରକାଶ କଲା ଏବଂ ସେହି ବ୍ୟକ୍ତିଙ୍କ ଠାରୁ ପାଣି ପିଇ ଘର ଅଭିମୁଖେ ଗଲା । ଘରକୁ ଯାଇ ସାହୁକାରକୁ କିଛି କଳସି ଆଣିବାକୁ କହିଲା ।
କର୍ମବୀରର କଥା ଶୁଣି ସାହୁକାର ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଯେଉଁ ଘରେ କୌଣସି ଜିନିଷର ଅଭାବ ନାହିଁ , ସେଠାରେ କର୍ମବୀର ସାମାନ୍ୟ ମାଟି କଳସି ମାଗୁଛନ୍ତି । ଏହାପରେ କର୍ମବୀର ପୁରା କାହାଣୀ କହିଥିଲେ । ଏହା ଶୁଣି ସାହୁକାର କହିଲେ ଯେ ବାସ୍ତବରେ ଏହା ଖୁବ ଭଲ ଚିନ୍ତାଧାରା ଅଟେ । ଆଗାମୀ ଦିନ ଠାରୁ କର୍ମବୀର ସେହି କାମ ଆରମ୍ଭ କରିଦେଲା । ଏଭଳି ସ୍ଥାନରେ ଏକ ଜଳଛତ୍ର ଆରମ୍ଭ କଲା ଯେଉଁଠି ଜଳ ସୁବିଧା ନଥିଲା ।
ଯାହାଦ୍ୱାରା ଅନେକ ପୋଥିକ ଉପକୃତ ହେଉଥିଲେ । ସମସ୍ତେ କର୍ମବୀରକୁ ଆଶୀର୍ବାଦ ମଧ୍ୟ ଦେଉଥିଲେ । ଇତି ମଧ୍ୟରେ ଥରେ ଚାରି ଜଣ ଯମ ଦୂତ ମର୍ତ୍ତକୁ ଜଣେ ଜୀବାତ୍ମାଙ୍କ ପ୍ରାଣ ହରଣ କରିବାକୁ ଆସି କର୍ମବୀରକୁ ଦେଖିଲେ ଏବଂ ତାଙ୍କ ପାଖକୁ ଯାଇ ପାଣି ମଧ୍ୟ ପିଇଲେ । ଏହାପରେ ଯମପୁରକୁ ଫେରିଗଲେ ।
ପୁଣି କିଛିଦିନ ପରେ ଅନ୍ୟ ଜଣେ ଜୀବାତ୍ମାର ପ୍ରାଣ ହରଣ ପାଇଁ ଆସି କର୍ମବୀର ପାଖକୁ ପାଣି ପିଇବାକୁ ଗଲେ । କିନ୍ତୁ ସେତେବେଳେ କର୍ମବୀର ସେମାନଙ୍କୁ ଚିହ୍ନି ପାରି ସେମାନେ କେଉଁଠାରୁ ଆସିଛନ୍ତି ବୋଲି ପଚାରିଲା । ଚାରି ଜଣ ଯମ ଦୂତ ନିଜକୁ ବ୍ୟାପାରି ପରିଚୟ ଦେଲେ । ଏହାପରେ ପାଣି ପିଇ କର୍ମବୀର ସହିତ କଥା ହେଲେ । ଏମିତି କଥା ହେଉ ହେଉ ସେମାନଙ୍କ ମଧ୍ୟରେ ବନ୍ଧୁତା ହେଲା ।
କିଛିଦିନ ପରେ ଯମରାଜ ନିଜ ଦୂତ ମାନଙ୍କୁ କର୍ମବୀର ନାମକ ବ୍ୟକ୍ତିଙ୍କ ଜୀବନ ହରଣ କରିବାକୁ ପଠାଇଲେ । ଏହା ଶୁଣି ସେମାନେ ଖୁବ ଦୁଃଖିତ ହୋଇ କର୍ମବୀର ପାଖକୁ ଯାଇ ଭୋ ଭୋ ହୋଇ କାନ୍ଦିବାରେ ଲାଗିଲେ । କର୍ମବୀର ପଚାରିବାରୁ ସେମାନେ ସବୁ ସତ କଥା କହିଲେ । ଏହା ଶୁଣି ପ୍ରଥମେ କର୍ମବୀର ଭୟଭୀତ ହୋଇ ମନକୁ ଶାନ୍ତ କରି କହିବାରେ ଲାଗିଲା ଯେ ପୃଥିବୀରେ ଯିଏ ଜନ୍ମ ନେଇଛି ତାକୁ କେବେ ନା କେବେ ମରିବାକୁ ପଡ଼ିବ ।
ସେଦିନ କର୍ମବୀର ଘରକୁ ଯାଇ ପିତା ମାତା ଏବଂ ସ୍ତ୍ରୀ ସହିତ ଖୁବ ଭଲରେ କଥା ହେଲେ ମାତ୍ର ନିଜ ମୃତ୍ୟୁ ବିଷୟରେ କିଛିବି କହିଲେ ନାହିଁ । କର୍ମବୀରଙ୍କର ସେତେବେଳେ ନୂଆ ବିବାହ ହୋଇଥାଏ । ଆଗାମୀ ଦିନ କର୍ମବୀର ନିଜ ସ୍ତ୍ରୀକୁ ସାକ୍ଷାତ କରିବାକୁ ପାହାଚ ଚଢ଼ୁଥିବା ସମୟରେ ସାନ ଯମଦୂତ ଶେଷନାଗ ରୂପ ଧରି କର୍ମବୀରକୁ ଦଂଶନ କରିବାକୁ ବସିଥିଲା ।
ଏହାଦେଖି କର୍ମବୀର ତାକୁ କହିଲା ଯେ ସେ ବର୍ତ୍ତମାନ ଦଂଶନ କରି ପାରିବେ । ମାତ୍ର ସାନ ଦୂତ କର୍ମବୀରକୁ ଅଧିକ ଭଲ ପାଉଥିବାରୁ କିଛି ସମୟ ପୂର୍ବରୁ ଆସି ଯାଇଥିବା କହିଥିଲା । ଉଭୟେ ବସି କଥା ହେଉଥିବା ସମୟରେ କର୍ମବୀରର ସ୍ତ୍ରୀ ସବୁକିଛି ଶୁଣିନେଲା । କର୍ମବୀରର ସ୍ତ୍ରୀ କାନ୍ଦି କାନ୍ଦି ଭଗବାନଙ୍କ ସୁଲଭ ସାମ୍ନାରେ ଧ୍ୟାନ କରିବାକୁ ଲାଗିଲା ଏବଂ ନିଜ ଭାଗ୍ୟକୁ ନିନ୍ଦିବାକୁ ଲାଗିଲା । ସେହି ସମୟରେ ନଗରର ଜଣେ ମହିଳା ଜଣେ ବିଧବା ମହିଳା ଯିଏକି ନିଜ ବାପ ଘରେ ରହୁଥିଲେ ସେ ଏକ ସନ୍ତାନକୁ ଜନ୍ମ ଦେଲେ ।
ଭୋକରେ ସେ ଖୁବ କଷ୍ଟ ପାଉଥିବା ସମୟରେ ନିଜ ବାପାଙ୍କୁ ଖାଇବାକୁ ମାଗିଲେ । ବାପା ପ୍ରତ୍ୟେକ ଦିନ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ । ଏମିତିରେ ଝିଅର କଷ୍ଟକୁ ସହି ନପାରି ଭିକ୍ଷା ମାଗିବାକୁ ଗଲେ ମାତ୍ର ଲୋକେ ତାଙ୍କୁ ଭିକ୍ଷା ଦେବାକୁ ମନା କରିଦେଲେ । ସେହିଦିନ ସେ ସାହୁକାରର ଘରକୁ ମଧ୍ୟ ଗଲେ ଏବଂ ଖାଦ୍ୟ ମାଗିଲେ । ସାହୁକାରର ସ୍ତ୍ରୀ ମନେ ମନେ ଭାବିଲା ଯେ କିଛି ସମୟ ପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେବ , ତେଣୁ ସେ ବନାଇଥିବା ୩୬ ପ୍ରକାରର ଖାଦ୍ୟ ବେକାର ଯିବ ।
ତେଣୁ ସେ ସବୁକୁ ଭିକ୍ଷୁକକୁ ଦାନ କଲେ । ବେଶ ଖୁସିରେ ବିଧବା ମା’ ପେଟ ପୁରା ଖାଇ କର୍ମବୀରର ସ୍ତ୍ରୀକୁ ସର୍ବଦା ସୁହାଗ ଏବଂ ସ୍ୱାମୀର ଅମର ଆଶୀର୍ବାଦ କଲେ । ଏହା ଶୁଣିବା ମାତ୍ରେ ଭଗବାନ ବିଷ୍ଣୁଙ୍କ ସିଂହାସନ ଦହଲିଗଲା । ସେ ନାରଦଙ୍କୁ ଏହା କହି ପଠାଇଲେ ଯେ ଦେଖିବାକୁ ତାଙ୍କର କେଉଁ ଭକ୍ତ ଉପରେ ବିପଦ ଆସିଛି । ନାରଦ ସବୁକିଛି ଜାଣିବା ପରେ ଭଗବାନ ବିଷ୍ଣୁଙ୍କୁ ଜଣାଇଲେ । ଭଗବାନ ବିଷ୍ଣୁ କର୍ମବୀର ଉପରେ ଏକ ରକ୍ଷା କବଚ ଧାରଣ କଲେ । ଶେଷ ନାଗ କର୍ମବୀରକୁ ଯେତେ ଦଂଶନ କଲା କର୍ମବୀରର କିଛିବି ହେଲା ନାହିଁ ।
ଶେଷରେ ଯମଦୂତ ଯମରାଜଙ୍କ ପାଖକୁ ଯାଇ ସବୁକିଛି କହିଲେ । ତେବେ ଏହି କାହାଣୀ ପରେ ଚକ୍ରବାକ ନିଜ ସ୍ତ୍ରୀ ଚକ୍ରବାକିର ପ୍ରଶ୍ନର ଉତ୍ତର ଦେଇ କହିଲା ଯେ ଦୁନିଆରେ ସବୁଠାରୁ ବଡ଼ ଧର୍ମ ହେଉଛି ବ୍ୟକ୍ତିର ଆବଶ୍ୟକତା ସମୟରେ ସାହାଯ୍ୟ କରିବା । କାରଣ ଆବଶ୍ୟକତା ସମୟରେ ସାହାଯ୍ୟ କଲେ ସେହି ସାହାଯ୍ୟର କିଛି ମୂଲ୍ୟ ରହେନାହିଁ । ଦ୍ଵିତୀୟରେ ସବୁଠାରୁ ବଡ଼ ଦାନ ହେଉଛି ଅନ୍ନ ଦାନ ।
ଯାହାକି କର୍ମବୀର ନିଜେ ଏବଂ ତାଙ୍କ ପତ୍ନୀ ମଧ୍ୟ କରିଥିଲେ । ଶେଷରେ ସବୁ ଠାରୁ ବଡ଼ ଶକ୍ତି ହେଉଛି ପରମାତ୍ମାଙ୍କ ସହିତ ଆତ୍ମାର ମିଳନ ହୋଇ ଦେଇଥିବା ଉକ୍ତି । ଯାହାକି ବିଧବା ମହିଳା ତୃପ୍ତ ହୋଇ ଆଶୀର୍ବାଦ ସ୍ୱରୂପ ଦେଇଥିଲେ । ତେବେ ଚକ୍ରବାକର ଏହି ତିନୋଟି କଥା ସମସ୍ତେ ମନେ ରଖିବା ଉଚିତ ଏବଂ ନିଜ ଜୀବନରେ କାମରେ ଲଗାଇବା ଉଚିତ ।