ମଙ୍ଗଳବାର ଦିନ ଏହି ପାଞ୍ଚଟି ସଙ୍କେତ ମିଳିଲେ ହୋଇଥାଏ ଶୁଭ । ଶ୍ରୀ ହନୁମାନ ହୁଅନ୍ତି ପ୍ରସନ୍ନ ଏବଂ ଦାରିଦ୍ର୍ୟତା ହୋଇଥାଏ ଦୂର ।

ବାସ୍ତବରେ ଯଦି ମନୁଷ୍ୟକୁ ମଙ୍ଗଳବାର ଦିନ ପାଞ୍ଚଟି ସଙ୍କେତ ମିଳେ ତେବେ ଜାଣି ଯିବା ଉଚିତ ଯେ ଭଗବାନ ଶ୍ରୀହନୁମାନ ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଛନ୍ତି । ହନୁମାନ କଳିଯୁଗରେ ମଧ୍ୟ ନିଜର ପୂର୍ଣ୍ଣ ସ୍ୱରୂପ ସହିତ ବିଦ୍ୟମାନ ଅଛନ୍ତି । କାରଣ ଶ୍ରୀରାମଚନ୍ଦ୍ର ହନୁମାନଙ୍କୁ ଚିରଞ୍ଜିବି ରହିବାର ବର ଦେଇଥିଲେ । ଆମ ହିନ୍ଦୁ ଧର୍ମ ସାସ୍ତ୍ରରେ ମଙ୍ଗଳବାର ଦିନକୁ ଭଗବାନ ହନୁମାନଙ୍କ ଜନ୍ମ ବାର ମାନା ଯାଏ ଏବଂ ଏହିଦିନ ହନୁମାନଙ୍କ ଆରାଧନା କରାଯାଏ ।

ଏହାବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ମଙ୍ଗଳବାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନାଯାଏ କାରଣ ଏହି ଦିନ ବାକି ମଙ୍ଗଳ ଗ୍ରହର ହୋଇଥାଏ । ମଙ୍ଗଳର ପ୍ରଭାବ ଅଧିକ ହେଲେ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ହୋଇଥାଏ । ସାଧରଣତଃ ବିବାହରେ ସମସ୍ୟା ଏବଂ ବିଳମ୍ବ ହେବା ମଙ୍ଗଳର ଦୁଷ୍ପ୍ରଭାବ କାରଣରୁ ହୋଇଥାଏ ।

ତେଣୁ ବ୍ୟକ୍ତି ଅନେକ ମାନସିକ ଚିନ୍ତାର ସମ୍ମୁଖୀନ ହୋଇଥାଏ । ଆମ ଶାସ୍ତ୍ରରେ ମଙ୍ଗଳବାର ଦିନ ହନୁମାନଙ୍କୁ ଆରାଧନା କରିବାର ନିୟମ ରହିଛି । ଏହିଦିନ ହନୁମାନଙ୍କୁ ଆରାଧନା କଲେ କରଜ ଜନିତ ସମସ୍ୟା ଏବଂ ବିବାହ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ମାତ୍ର ମନୁଷ୍ୟକୁ ଯଦି ମଙ୍ଗଳବାର ଦିନ ଏହି ପାଞ୍ଚଟି ସଙ୍କେତ ମିଳିଥାଏ ତେବେ ମନୁଷ୍ୟର ଭଲ ସମୟ ଆସିଥାଏ ବୋଲି କୁହାଯାଏ ଏବଂ ଭଗବାନ ହନୁମାନ ମଧ୍ୟ ପ୍ରସନ୍ନ ହୋଇଛନ୍ତି ବୋଲି କୁହାଯାଏ । ତେଣୁ ମନୁଷ୍ୟକୁ ସେହି ପାଞ୍ଚଟି ସଙ୍କେତକୁ ଜାଣି ପରିବା ଉଚିତ ।

୧ . ମାଙ୍କଡ଼:-

ଅନ୍ୟ ବାର ମାନଙ୍କରେ ମାଙ୍କଡ଼ ଦେଖାଯିବା ସ୍ୱାଭାବିକ । ମାତ୍ର ଯଦି ମଙ୍ଗଳବାର ଦିନ ହଠାତ ଆପଣଙ୍କ ଘରକୁ ମାଙ୍କଡ଼ କିଛି ଖାଇବାକୁ ଆସି ବସୁଛି ଟେବେ ଆପଣ ଜାଣି ରଖିବା ଉଚିତ ଯେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହାଦ୍ବାରା ଏହି ସଙ୍କେତ ମିଳିଥାଏ ଯେ ଭଗବାନ ହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏଣୁ ଏହିଦିନ କୌଣସି ମାଙ୍କଡ଼ ଘରକୁ ଆସିଲେ ନିଶ୍ଚୟ ଖାଇବାକୁ ଦିଅନ୍ତୁ ।

୨ . ନାଲି ରଙ୍ଗର ଗାଈ:-

ଗାଈକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଏବଂ ପୂଜନୀୟ ମାନା ଯାଏ । ଗାଈ ମଧ୍ୟରେ ତେତିଶ କୋଟି ଦେବଦେବୀ ଏବଂ ପିତୃ ଦେବତାଙ୍କ ବାସ ହୋଇଥାଏ । ଗାଈର ସେବା କଲେ ଏବଂ ଖାଇବାକୁ ଦେଲେ ନର୍କକୁ ଯିବାକୁ ପଡ଼ି ନଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଗାଈର ସେବା କରିବା ଉଚିତ । ମଙ୍ଗଳବାର ଦିନ ଘରକୁ ଗାଈ ଆସିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ କରଜ ସମସ୍ୟାରେ ଥିଲେ ତାହା ଦୂର ହୋଇଯିବ । ତେଣୁ ନାଲି ରଙ୍ଗର ଗାଈ ଘରକୁ ଆସିଲେ ତାଙ୍କୁ ଅନାଦର କରନ୍ତୁ ନାହିଁ ବରଂ ତାଙ୍କୁ ପୂଜା କରି ଖାଇବାକୁ ଦିଅନ୍ତୁ ।

୩ . ନାଲି ରଙ୍ଗର ପିମ୍ପୁଡ଼ି:-

ଯଦି ଆପଣ ଘରେ ମଙ୍ଗଳବାର ଦିନ ନାଲି ରଙ୍ଗର ପିମ୍ପୁଡ଼ି ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଅନେକ ପୁରା କାଳରୁ ହିଁ ନାଲି ରଙ୍ଗର ପିମ୍ପୁଡ଼ିକୁ ପରିଶ୍ରମର ଫଳ ଏବଂ ଏକତାର ପ୍ରତୀକ ମାନା ଯାଇଥାଏ । ନାଲି ରଙ୍ଗ ମଙ୍ଗଳ ଗ୍ରହ ସହିତ ଏବଂ ପିମ୍ପୁଡ଼ି ମାତା ଲାଷ୍ମୀଙ୍କ ସହିତ ଜଡ଼ିତ । ଯଦି ଆପଣ ମଙ୍ଗଳବାର ଦିନ ଘରେ ନାଲି ପିମ୍ପୁଡ଼ି ଦେଖୁଛନ୍ତି ତେବେ ତାକୁ ଚିନି କିମ୍ବା ଅଟା ନିହାତି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ବଦଳି ଯିବ ।

୪ . ନାଲି ରଙ୍ଗର କୁକୁର:-

ପ୍ରଚୀନ କାଳରୁ ହିଁ ମଣିଷ ଏବଂ କୁକୁର ମଧ୍ୟରେ ଥିବା ବିଶ୍ୱାସର ସମ୍ପର୍କକୁ ଉଦାହରଣ ମାନା ଯାଇଛି । ମଙ୍ଗଳବାର ଦିନ ଘରକୁ ନାଲି ରଙ୍ଗର କୁକୁର ଆସିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଖରାପ ସମୟ ଦୂର ହୋଇଯାଏ ଏବଂ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯାଏ । ତେଣୁ ଦ୍ୱାରକୁ ଆସିଥିବା ସେହି କୁକୁରକୁ ରୋଟି ନିଶ୍ଚୟ ଖୁଆନ୍ତୁ ।

୫ . ସନ୍ୟାସୀ:-

ମଙ୍ଗଳବାର ଦିନ କେହି ସନ୍ୟାସୀଙ୍କ ଆସିବାକୁ ମଧ୍ୟ ଶୁଭ ସଙ୍କେତ ମାନାଯାଏ । ସନ୍ୟାସୀ ବ୍ରହ୍ମଚାରି ହୋଇଥାନ୍ତି ଏବଂ ଭଗବାନ ହନୁମାନ ସଦୈବ ହିଁ ତାଙ୍କ ଭିତରେ ବାସ କରନ୍ତି । ଯଦି ମଙ୍ଗଳବାର ଦିନ କୌଣସି ସନ୍ୟାସୀ ଦ୍ୱାରକୁ ଆସୁଛନ୍ତି ତେବେ ତାଙ୍କୁ କିଛି ନା କିଛି ଦାନ ନିଶ୍ଚୟ କରନ୍ତୁ । ଏହାଦ୍ବାରା ଭଗବାନ ହନୁମାନ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *