ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ସ୍ତ୍ରୀ ଏପରି ଶୋଇଥାଏ , ସେହି ଘର ହୋଇଥାଏ କୋଟିପତି । ସ୍ୱାମୀ ହୋଇଥାଏ ଭାଗ୍ୟବାନ ।

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ମହିଳା ମାନେ ରାତିରେ କଣ କରିବା ଉଚିତ ନୁହେଁ । ଏହାବ୍ୟତୀତ ଶୋଇବାର କିଛି ନିୟମ ବିଷୟରେ ମଧ୍ୟ କହିବୁ । ଯାହାକୁ ସବୁ ମହିଳା ଜାଣି ରଖିବା ଉଚିତ । ଯଦି ସ୍ତ୍ରୀ ଏଭଳି ଶୋଇଥାଏ ଏବଂ ସକାଳୁ ଉଠି କିଛି ଏପରି କାମ କରିଥାଏ ତେବେ ସେହି ଘରେ ସୁଖ ସମୃଦ୍ଧି ସବୁବେଳେ ବଜାୟ ରହିଥାଏ ।

ସବୁ ଲୋକଙ୍କର ଶୋଇବାର ନିଜର ନିର୍ଦିଷ୍ଟ ସମୟ ରହିଥାଏ । ମନୁଷ୍ୟକୁ ଖାଦ୍ୟ ଯେତିକି ଜରୁରୀ ହୋଇଥାଏ ଶୋଇବା ମଧ୍ୟ ସେତିକି ଜରୁରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ମହିଳା ମାନେ କିପରି ଶୋଇଲେ ସଫଳତା ମିଳିଥାଏ । କାରଣ ଏହି ସବୁ ବିଷୟରେ ଆମ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ତେବେ ଚାଲନ୍ତୁ ଜାଣିନେବା ।

ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ରାତିରେ ବିଳମ୍ବରେ ଶୋଇଥାଏ ସେ ଘରକୁ ବିନାଶ ନେଇ ଆସିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ବିଳମ୍ବିତ ରାତିରେ ମହିଳା ମାନେ ଶୋଇବା ଉଚିତ ନୁହେଁ । ଏହାଦ୍ବାରା ଘରେ ସମସ୍ୟା ଦେଖା ଦେଇଥାଏ । ମହିଳା ମାନେ ରାତିରେ ଜଲଦି ଶୋଇ ସକାଳୁ ଜଲଦି ଉଠିବା ଉଚିତ ।

ଯେଉଁ ଘରେ ମହିଳା ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୁଅନ୍ତି ସେହି ଘରେ ରାହୁ ଏବଂ କେତୁ ଦୋଷ ଦେଖା ଦେଇଥାଏ । ଅଧିକାଂଶ ମହିଳା ବିଳମ୍ବ ସମୟ ପର୍ଯ୍ୟନ୍ତ ଶୁଅନ୍ତି । ଯାହା ଅତ୍ୟନ୍ତ ବିନାଶକାରୀ ହୋଇଥାଏ । ଏପରି ଶୋଇବା ଦ୍ୱାରା ଶରୀର ଅସୁସ୍ଥ ଏବଂ ମାନସିକ ବିକୃତି ହୋଇଥାଏ । ଏହାଦ୍ବାରା ଧନର ଅଭାବ ମଧ୍ୟ ହୋଇଥାଏ । ରାତିରେ ବିଛଣାକୁ ଯିବା ପୂର୍ବରୁ ମନରେ ସକାରାତ୍ମକ ଚିନ୍ତାଧାରା ନେଇ ଯାଆନ୍ତୁ ।

ବିଛଣାକୁ ଯିବା ପୂର୍ବରୁ ନକରାତ୍ମକ ଚିନ୍ତାଧାରା ନେଇ ଗଲେ ନକରାତ୍ମକ ଶକ୍ତି ଆକର୍ଷିତ ହୋଇ ଆସନ୍ତି ଏବଂ ଏହାଦ୍ବାରା ଖରାପ ସ୍ୱପ୍ନ ଆସିଥାଏ । ମନରେ ସକାରାତ୍ମକ ଭାବନା ନେଇ ଶୋଇଲେ ନିଦ ଭଲ ହେବା ସହିତ ଶରୀର ଭଲ ରହେ ଏବଂ ଆଗାମୀ ଦିନର ପ୍ରାରମ୍ଭ ମଧ୍ୟ ଭଲ ହୋଇଥାଏ । କିଛି ଖାସ ଦିନ ମାନଙ୍କରେ ପରିବାରର ସଦସ୍ୟ ବିଳମ୍ବରେ ଉଠିବା ଉଚିତ ନୁହେଁ ।

ବିଶେଷ କରି ମଙ୍ଗଳବାର , ବୁଧବାର ଏବଂ ଶନିବାର ଦିନ ଜଲଦି ଉଠିବାର ବିଧାନ ରହିଛି । ନଚେତ ବ୍ୟକ୍ତିର ଜୀବନ ବର୍ବାଦ ହୋଇପାରେ । ସକାଳୁ ୦୪.୩୦ ରୁ ୦୫.୦୦ ମଧ୍ୟରେ ବିଛଣା ଛାଡ଼ିବା ଉଚିତ । ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଭଗବାନଙ୍କ ପୂଜା ଆରାଧନା କରିବା ଉଚିତ । ଏହାବ୍ୟତୀତ ଘରକୁ ସଫା ସୁତୁରା କରିବା ଉଚିତ । ଏହାଦ୍ବାରା ମହିଳା ପ୍ରତ୍ୟେକ କ୍ଷେତ୍ରରେ ସଫଳ ହୋଇଥାଏ ।

ଯେଉଁ ମହିଳା ପୂର୍ବ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାଏ ସେହି ଘର ଧନ ଧାନ୍ୟରେ ଭରିଯାଏ । ଏହି ଦିଗକୁ ପୁରୁଷ ଏବଂ ମହିଳା ମୁଣ୍ଡ କରି ଶୋଇବା ଉଚିତ ।

୧ . ଶାସ୍ତ୍ର ଅନୁଯାୟୀ ଏହା ମାନା ଯାଏ ଯେ ପୁରୁଷ କିମ୍ବା ମହିଳା ଏହିଦିନ ଘରୁ କିଛି ଜିନିଷ ଦେବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ସନ୍ଧ୍ୟା କିମ୍ବା ରାତି ସମୟରେ କାହାକୁବି କ୍ଷୀର କିମ୍ବା ଦହି ଦେବା ଉଚିତ ନୁହେଁ । ଏହି ଜିନିଷକୁ ଆପଣ ଏହି ସମୟରେ କିଣି ଆଣି ପାରିବେ । କିନ୍ତୁ କାହାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

୨ . ସନ୍ଧ୍ୟା ସମୟରେ ଆରତୀ କରିବା ପୂର୍ବରୁ ଘରକୁ ସଫା କରି ଦିଅନ୍ତୁ । କାରଣ ମାତା ଲକ୍ଷ୍ମୀ ପରିଷ୍କାର ପରିଚ୍ଛନ୍ନତାକୁ ଅଧିକ ପସନ୍ଦ କରନ୍ତି । ଏହାବ୍ୟତୀତ ସନ୍ଧ୍ୟା ସମୟରେ ନକରାତ୍ମକତା ଅଧିକ ବଢ଼ିଯାଏ ଯାହାକୁ ସଫା କରିବା ନିତାନ୍ତ ଜରୁରୀ ଅଟେ ।

୩ . ରାତିରେ ଅଇଁଠା ବାସନକୁ ସେହିପରି ଛାଡ଼ିବା ଉଚିତ ନୁହେଁ । ଅଇଁଠା ବାସନ ଘରକୁ ନକରାତ୍ମକତା ଆଣିଥାଏ । ଯାହାଦ୍ୱାରା ଘର ଲୋକ ଅସୁସ୍ଥ ହୁଅନ୍ତି । ଅନେକ ଲୋକ ଆଳସ୍ୟ କାରଣରୁ ଏପରି କାମ କରିଥାନ୍ତି । ଯାହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ରାତିରେ ଭୋଜନ ପରେ ଅଇଁଠା ବାସନ ଧୋଇ ଦେବା ଉଚିତ ହୋଇଥାଏ ।

୪ . ଏହା ଆପଣ ମାନେ ମଧ୍ୟ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀ ଅର୍ଥାତ ମାତା ଅନ୍ନପୂର୍ଣ୍ଣାଙ୍କ କାରଣରୁ ଭୋଜନ ମଧ୍ୟ ମିଳିଥାଏ । ତେଣୁ ଅନ୍ନକୁ କେବେ ଅପମାନ କରିବା ଉଚିତ ନୁହେଁ । ଭୋଜନ କରିବା ସମୟରେ ଖାଦ୍ୟ ଫିଙ୍ଗିବା ଉଚିତ ନୁହେଁ । ନଚେତ ଜୀବନରେ ଅନ୍ନର ଅଭାବ ହୋଇଥାଏ ।

୫ . ଯେଉଁ ଘରେ ମହିଳାଙ୍କୁ ଅପମାନିତ କରାଯାଏ ଏବଂ ନିର୍ଯାତନା ଦିଆଯାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ । ତେଣୁ ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ ।

୬ . ଅନେକ ଲୋକ ପୂଜା କରିବା ସମୟରେ ଅଜାଣତରେ ଅନେକ ଭୁଲ କରିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ପୂଜା ସମୟରେ କୌଣସିବି ଜିନିଷକୁ ତଳେ ଭୂଇଁରେ ରଖିବା ଉଚିତ ନୁହେଁ । ଏହାଦ୍ବାରା ଭଗବାନଙ୍କ ଅପମାନ ହୋଇଯାଏ ।

Leave a Reply

Your email address will not be published. Required fields are marked *