ସବୁ ମନସ୍କାମନା ପୂର୍ଣ୍ଣ କରନ୍ତୁ ଏହି ତେଜପତ୍ର ଜାଳି | ଧନ ସମ୍ପତ୍ତିର ରହିବନି କମି |

ବନ୍ଧୁଗଣ ଆମେ ଆଜି ଆପଣଙ୍କ ରୋଷେଇ ଘର ବିଷୟରେ କଥା ହେବା | ବନ୍ଧୁଗଣ ଆପଣ ସମସ୍ତଙ୍କ ରୋଷେଇ ଘରର ଗୋଟେ ସାଧାରଣ ମସଲା ହେଉଛି ତେଜପାତ୍ର | ଏହି ମସଲା ଯେମିତି ଖାଇବାକୁ ବେଶି ସ୍ୱାଦିଷ୍ଟ କରିଥାଏ | ସେହିଭଳି ଏହି ପତ୍ର ଆପଣଙ୍କ ଭାଗ୍ୟକୁ ମଧ୍ୟ ବଦଳେଇ ଦେଇପାରେ | ଆସନ୍ତୁ ଜାଣିବା କିପରି | ଆପଣ ଏହା ଜାଣିଥିବେ କି ରୋଷେଇରେ ବ୍ୟବହାର କରାଯାଉଥିବା ହଳଦୀ, ଲଙ୍କା , ତେଜପତ୍ରରେ ଅନେକ ପ୍ରକାରର ପୂଜା କରାଯାଏ ଏବଂ ଏହା ସହ ଏହି ସବୁ ମସଲା ଆମ ଖାଦ୍ୟର ସ୍ୱାଦ ମଧ୍ୟ ବଢ଼ାଇଥାଏ |

ତେଜପତ୍ରର ଆଧ୍ୟାତ୍ମିକତା ଶାସ୍ତ୍ର ତଥା ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଅନେକ ମହତ୍ୱ ରହିଛି | ଆପଣମାନେ ଏହା ମଧ୍ୟ ଜାଣିଥିବେ କି ଭଗବାନ ଗଣେଶଙ୍କୁ ତେଜପତ୍ର ଅର୍ପଣ କରାଯାଇଥାଏ | ଯେଉଁପରି ଦୁବ ଘାସ, କନିଆରୀ ପତ୍ର ଗଣେଶଙ୍କୁ ଅର୍ପଣ କରାଯାଏ ସେହି ଭଳି ତେଜପତ୍ର ମଧ୍ୟ ଭଗବାନ ଗଣେଶଙ୍କୁ ଅର୍ପଣ କରାଯାଇଥାଏ | ଏହା ମଧ୍ୟ ଉଲ୍ଲେଖ ଅଛି ଯଦି ଆପଣ କୋୖଣସିବି ବୁଧ ବାରକୁ ଭଗବାନ ଗଣେଶଙ୍କ ନାମ ଉଚ୍ଚାରଣ କରି 11 କିମ୍ବା 21 ତେଜପତ୍ର ଗଣେଶଙ୍କୁ ଅର୍ପଣ କରନ୍ତି | ତେବେ ଆପଣଙ୍କ ଅନେକ ପ୍ରକାର ଦୁଃଖ କଷ୍ଟରୁ ଆପଣଙ୍କୁ ମୁକ୍ତି ମିଳିଯିବ | ଅନେକ ପ୍ରକାରର ସମସ୍ୟାରୁ ଆପଣ ହାଲ୍କା ହୋଇଯିବେ |

ସକାରାତ୍ମକ ଉର୍ଜାକୁ ଆକର୍ଷିତ କରିବାପାଇଁ ଅନେକ ପୂର୍ବରୁ ଏହି ଉପାୟ ଚାଲିଆସୁଛି | କାରଣ ଏହି ଉପାୟ ଧନକୁ ମଧ୍ୟ ଆପଣଙ୍କ ଆଡକୁ ଆକର୍ଷିତ କରାଇଥାଏ | ଏବଂ ଆପଣଙ୍କୁ ମଧ୍ୟ ଧନି ହେବାରେ ସାହାଯ୍ୟ କରିଥାଏ | ତେବେ ଆସନ୍ତୁ ପ୍ରଥମେ ଆପଣଙ୍କୁ ତେଜପତ୍ର ଏବଂ ଲଙ୍କାର ପ୍ରୟୋଗ ବିଷୟରେ ଜଣେଇବା |

1.ଯଦି ଆପଣଙ୍କ ଘରେ କଳି ଝଗଡା ବଢ଼ୁଛି, ବିନା କାରଣରେ ପାରିବାରରେ କଳହ ଦେଖିବାକୁ ମିଳୁଛି | ଘରେ ନକାରାତ୍ମକ ଉର୍ଜା ବଢ଼ିବାରେ ଲାଗିଥାଏ | ତେବେ ଆପଣ ଏହି ଉପାୟ ନିଶ୍ଚୟ କରନ୍ତୁ | ପାଞ୍ଚଟି ତେଜପତ୍ର ଏବଂ ପାଞ୍ଚଟି କଞ୍ଚା ଲଙ୍କା ନିଅନ୍ତୁ ଏବଂ ଏହି ସବୁକୁ ଏକା ସଙ୍ଗରେ ଜଳେଇଦିଅନ୍ତୁ | ଏବଂ ଯେତେବେଳେ ଏହିଥିରୁ ଧୂଆଁ ବାହାରିବା ଆରମ୍ଭ ହେବ ତେବେ ଆପଣ ସେହି ଧୂଆଁକୁ ପୂରା ଘରେ ବୁଲେଈ ଆଣନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ଘରେ ହେଉଥିବା ଅଶାନ୍ତି,କଳହ ଦୂର ହେବା ସହ ନକାରାତ୍ମକ ଉର୍ଜାର ମଧ୍ୟ ନଷ୍ଟ ହୋଇଯିବ |

2.ଯଦି ଆପଣଙ୍କୁ ଖରାପ ସ୍ବପ୍ନ ଆସୁଛି ସାରା ରାତି ଏହିପରି ସ୍ବପ୍ନ ପାଇଁ ଆପଣ ସୋଇପାରୁ ନାହାନ୍ତି ତେବେ ଏହି ଉପାୟ କରନ୍ତୁ | ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଗୋଟିଏ ତେଜପତ୍ର ନିଜ ତକିଆ ତଳେ ରଖିକି ସୁଅନ୍ତୁ ଏବଂ ସକାଳେ ଉଠିବା ପରେ ଏହାକୁ କୌଣସି ବି ଗଛ ତଳେ ରଖିଦିଅନ୍ତୁ | ପ୍ରତ୍ୟେକ ଦିନ ଏହିପରି କରନ୍ତୁ ଆପଣଙ୍କୁ ଏହିପରି ସ୍ବପ୍ନ ଆସିବା ବନ୍ଦ ହୋଇଯିବ |

3.ଧନ କୁ ଆକର୍ଷିତ କରିବା ପାଇଁ ଆପଣ ତେଜପତ୍ର ର ଏହି ଉପାୟ କରିପାରିବେ | ଅନେକ ଥର ଆପଣ ରୋଜଗାର ତ ବହୁତ କରନ୍ତି କିନ୍ତୁ ସଞ୍ଚୟ କରିପାରନ୍ତି ନାହିଁ, ଏଣେ ତେଣେ ପଇସା ଖର୍ଚ ହୋଇଯାଏ | ତେଣୁ ଆପଣଙ୍କୁ ଧନ ହାନିର ସାମ୍ନା କରିବାକୁ ପଡିଥାଏ | ଗୋଟିଏ ତେଜପତ୍ର ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ ଏହା ଦ୍ୱାରା ଧନ ଜନିତ ସମସ୍ୟା ରୁ ମୁକ୍ତି ମିଳିଥାଏ |

4. ମନୋକାମନା ପୂର୍ତ୍ତି ପାଇଁ ଏହି ଉପାୟ କରନ୍ତୁ ଗୋଟିଏ ତେଜ ପତ୍ର ନିଅନ୍ତୁ ସେଥିରେ ସିନ୍ଦୁର ରେ ନିଜ ମନୋସ୍କାମନା କୁ ଲେଖିଦିଅନ୍ତୁ | ଏହା ପରେ ସେହି ପତ୍ର କୁ ନିଜ ଘରର ମନ୍ଦିର ରେ ଭଗବାନ ଙ୍କ ନିକଟ ରେ ରଖିଦିଅନ୍ତୁ ଏହା ଦ୍ୱାରା ମନୋସ୍କାମନା ଶୀଘ୍ର ପୁରଣ ହୋଇଥାଏ | ଏବଂ ମନୋକାମନା ପୁରଣ ହେବା ପରେ ଏହି ପତ୍ର କୁ କୌଣସି ଗଛ ତଳେ ରଖିଦିଅନ୍ତୁ |

5. ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏହି ଉପାୟ କରିବା ସର୍ବୋତମ | ଗୋଟିଏ ତେଜ ପତ୍ର ନିଅନ୍ତୁ ଏବଂ କୌଣସି ବି ରଙ୍ଗର ପେନ ରେ ସେଥିରେ ନିଜର ସମସ୍ୟା ଲେଖନ୍ତୁ | ଏହା ପରେ ତାକୁ ସନ୍ଧ୍ୟା ସମୟରେ ଦୀପ ଜଳିବା ପରେ ତାକୁ ମଧ୍ୟ ଜାଳି ଦିଅନ୍ତୁ | ଏହିପରି କରିବା ଦ୍ୱାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ |

6.ନଜର ଦୋଷ ରୁ ବଂଚିବା ପାଇଁ 7 ଟି ତେଜପତ୍ର ନିଅନ୍ତୁ ସେଥିରେ ଟିକିଏ ଲୁଣ ରଖନ୍ତୁ | ଏବଂ ଏହାକୁ ସେହି ବ୍ୟକ୍ତିର ମୁଣ୍ଡ ରୁ ପାଦ ଯାଏଁ 7 ଥର ବୁଲେଇ ଆଣନ୍ତୁ ଏହାପରେ | ସେହି ତେଜପତ୍ର କୁ ଘରୁ ବାହାରକୁ ପୋପଡ଼ି ଦିଅନ୍ତୁ | ଏହିପରି ପ୍ରତିଦିନ କରିବା ଦ୍ୱାରା ନଜର ଦୋଷ, ଗୁଣି ଗାରେଡି ଏବଂ ନକାରାତ୍ମକ ଶକ୍ତି ଠାରୁ ମଧ୍ୟe ମୁକ୍ତି ମିଳିଥାଏ |

7. ବୈବାହିକ ଜୀବନ ରେ ସୁଖ ଶାନ୍ତି ପାଇଁ ଆପଣ 7ଟି ତେଜପତ୍ର ଲଗାତାର 7 ଦିନ ପର୍ଯ୍ୟନ୍ତ | ଗୋଟିଏ ପରେ ଗୋଟିଏ ସନ୍ଧ୍ୟା ସମୟ ରେ ଜଳେଇ ଦିଅନ୍ତୁ ଏହା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ବନି ରହିଥାଏ | ଏହା ଛାଡ ମାନସିକ ଅଶାନ୍ତି ରୁ ମୁକ୍ତି ପାଇବା ପାଇଁ ତେଜପତ୍ର ବେଶ ଉପଯୁକ୍ତ | ପ୍ରତିଦିନ ଶୋଇବା ସମୟ ରେ ତେଜପତ୍ର ଧୂଆଁ ଘରେ ଲଗେଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ |

Leave a Reply

Your email address will not be published. Required fields are marked *