ଆପଣବି ଘରେ ଝିଟିପିଟି ଦେଖୁଛନ୍ତି କି । ତେବେ ଜାଣି ନିଅନ୍ତୁ ଶୁଭ ନା ଅଶୁଭ …..।

ଘରେ ଝିଟିପିଟିକୁ ଦେଖିବା ଅତ୍ୟନ୍ତ ସାଧାରଣ ହୋଇଥାଏ । କିନ୍ତୁ ଆମ ଧର୍ମ ଶାସ୍ତ୍ର ଅନୁଯାୟୀ ଝିଟିପିଟି ଦେଖିବାର ଅନ୍ୟ ମହତ୍ତ୍ୱ ରହିଥାଏ । ସାଧରଣତଃ ଝିଟିପିଟି ଦୁଇ ପ୍ରକାରର ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଝିଟିପିଟି ଦେଖିଲେ କଣ ସଙ୍କେତ ମିଳିଥାଏ ଏବଂ ଅନ୍ୟାନ୍ୟ ସୂଚନା ବିଷୟରେ ଅବଗତ କରାଇବୁ ।

ଯଦି ଆପଣ ଦୁଇଟି ଝିଟିପିଟିକୁ ଝଗଡ଼ା କରୁଥିବାର ଦେଖନ୍ତି ତେବେ ତାହା ପରିବାର ସଦସ୍ୟଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ତେବେ ଝିଟିପିଟି ଦେଖିବା ମାତ୍ରେ ଆପଣ ଏକ ଉପାୟ କରି ପାରିବେ । ଯଦି ଆପଣ ଘରେ କୌଣସି ସମୟରେ ଗୋଟିଏ ଝିଟିପିଟି ଦେଖୁଛନ୍ତି ତେବେ ଏକ ନାଲି କପଡ଼ା ଆଣି ତାହାକୁ ଝିଟିପିଟି ଉପରକୁ ଫିଙ୍ଗନ୍ତୁ ଏବଂ ତାହା ଭୂଇଁରେ ପଡ଼ିବା ଆଗରୁ ଧରି ନିଅନ୍ତୁ ।

ଏହାପରେ ସେହି ନାଲି କପଡ଼ାରେ ପାଞ୍ଚଟି କୋଏନ ବାନ୍ଧି ଦୋକନରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ରଖି ଦିଅନ୍ତୁ । ଯଦି ଆପଣ ଝିଟିପିଟି ଦେଖୁଛନ୍ତି ତେବେ ତୁରନ୍ତ ପୂଜା ଘରୁ ସିନ୍ଦୁର ଏବଂ ଚାଉଳ ଦେଇ ଝିଟିପିଟି ଉପରକୁ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ମନସ୍କାମନା ବହୁତ ଜଲଦି ପୂର୍ଣ୍ଣ ହୋଇଯିବ । ଏପରି କୁହାଯାଏ ଯେ ଝିଟିପିଟି ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ ଯାହାଦ୍ୱାରା ଧନର ମାର୍ଗ ଖୋଲିଥାଏ ।

କିନ୍ତୁ ଯଦି ଘରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଏବଂ ଧାର୍ମିକ କଥାବାର୍ତ୍ତା ଚାଲୁଛି ଏବଂ ସେହି ସମୟରେ ଝିଟିପିଟି ଶବ୍ଦ କରୁଛି ତେବେ ସେହି କଥା ଖଣ୍ଡିତ ହୋଇଯାଏ ଏବଂ ଅଶୁଭ ହୋଇଥାଏ । ଯଦି ଆପଣ ଘରକୁ ପ୍ରବେଶ କରିଥିବା ସମୟରେ ଝିଟିପିଟି ଦେଖୁଛନ୍ତି ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାବ୍ୟତୀତ ଯଦି ଆପଣ ସ୍ୱପ୍ନରେ ଝିଟିପିଟି ଦେଖୁଛନ୍ତି କିମ୍ବା ସ୍ୱପ୍ନରେ ଝିଟିପିଟିକୁ ଡରୁଛନ୍ତି ତେବେ ତାହା ଅଶୁଭ ହୋଇଥାଏ । ମାତ୍ର ଯଦି ଆପଣ ସ୍ୱପ୍ନରେ ଝିଟିପିଟିକୁ ଆପଣଙ୍କୁ ଡରୁଥିବା ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ

ଏହାର ଅର୍ଥ ଖୁବଶୀଘ୍ର ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି । ଠାକୁର ଘରେ ଝିଟିପିଟି ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରକୁ ଧନର ଆଗମନ ହୋଇଥାଏ । କଳା ଝିଟିପିଟି ଦେଖିବା କିଛି କ୍ଷେତ୍ରରେ ଶୁଭ ଏବଂ କିଛି କ୍ଷେତ୍ରରେ ଅଶୁଭ ହୋଇଥାଏ । ଯଦି ଆପଣ ଘରେ କଳା ଝିଟିପିଟି ଦେଖୁଛନ୍ତି ତେବେ ସନ୍ତାନ ସମ୍ବନ୍ଧୀୟ କିଛି କଥା ଚିନ୍ତିତ କରିପାରେ । କଳା ଝିଟିପିଟି ଦେଖିଲେ ସନ୍ତାନ ଉପରେ ସମସ୍ୟା ଆସିଥାଏ । ଯଦି କେହି ଗର୍ଭବତୀ ମହିଳା କଳା ଝିଟିପିଟି ଦେଖୁଛନ୍ତି ତେବେ ତାହା ଅଶୁଭ ଅଟେ । କଳା ଝିଟିପିଟିର ଅର୍ଥ ହିଁ ହେଉଛି ଗର୍ଭପାତ । ଏହାବ୍ୟତୀତ ସନ୍ତାନର ସ୍ୱାସ୍ଥ୍ୟରେ ସମସ୍ୟା ଆସିଥାଏ । ଏସବୁ ବ୍ୟତୀତ ଧନ ହାନୀ ଏବଂ ଅଯଥା ଖର୍ଚ୍ଚ ବୃଦ୍ଧି ହେବ ।

ତେବେ କଳା ଝିଟିପିଟି ଦେଖିବାର କିଛି ଲାଭ ମଧ୍ୟ ରହିଛି । ଯଦି ଆପଣ କଳା ଝିଟିପିଟି ଦେଖନ୍ତି ତେବେ ଆପଣଙ୍କ ଉପରେ କୌଣସି କଳା ଯାଦୁର ପ୍ରଭାବ ପଡ଼ିବ ନାହିଁ । ଅନେକ କ୍ଷେତ୍ରରେ ଧନର ବୃଦ୍ଧି ହେବା ଏବଂ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଯଦି କୌଣସି କୋର୍ଟ କଚେରୀ ମକଦ୍ଦମା ଚାଲୁଛି ତେବେ ସେଥିରେ ମଧ୍ୟ ବିଜୟ ପ୍ରାପ୍ତ କରାଇ ଦେବ । କାରଣ କଳା ଝିଟିପିଟି ରହିବା ଦ୍ୱାରା ରାହୁର ଦୁଷ୍ପ୍ରଭାବ କମିଯାଏ । ରାହୁ ସକ୍ରିୟ ହେଲେ ତନ୍ତ୍ର ମନ୍ତ୍ର କ୍ରିୟା ସକ୍ରିୟ ରହେ । ମାତ୍ର କଳା ଝିଟିପିଟି ରହିଲେ ତାହା ହୁଏନାହିଁ । ତେଣୁ କହିବାକୁ ଗଲେ କଳା ଝିଟିପିଟି ଉଭୟ ଶୁଭ ଏବଂ ଅଶୁଭ ପରିଣାମ ନେଇ ଆସିଥାଏ । ତେଣୁ ଅଶୁଭ ପରିଣାମକୁ ଦୂର କରିବା ପାଇଁ କିଛି ଉପାୟ ମଧ୍ୟ କରି ପାରିବେ ।

Leave a Reply

Your email address will not be published. Required fields are marked *