ବନ୍ଧୁଗଣ ଯଦି ଆପଣ ଶେଯରେ ବସି ଖାଉଛନ୍ତି ତେବେ ଏହା ସଂପୂର୍ଣ ରୂପେ ଆପଣଙ୍କ ପାଇଁ | ଏହା ପୂର୍ବରୁ ଆପଣଙ୍କୁ ଏହା କହିରଖୁବୁ ଯେ ଖାଇବା ଆଗରୁ ଆପଣଙ୍କୁ କଣ ସବୁ କରିବା ନିହାତି ଆବଶ୍ୟକ ଅଟେ | ଯାହା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ପ୍ରତି ପ୍ରସନ୍ନ ହୋଇଯିବେ |
ବନ୍ଧୁଗଣ ଘରେ ସକାରାତ୍ମକ ଶକ୍ତି ବନେଇ ରଖିବା ପାଇଁ ଅନେକ ପ୍ରକାରର ଉପାୟ କୁହାଯାଇଛି | ଏବଂ ଏହା ସହ କିଛି ଏପରି କାର୍ଯ୍ୟକୁ ମଧ୍ୟ ବର୍ଜନ କରାଯାଇଛି ଯେ ଯାହାକୁ କେବେ ବି ମନୁଷ୍ୟକୁ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ | ଆଧୁନିକ ଜୀବନ ଶୈଳୀରେ ଆମ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଛି | ଏଥିପାଇଁ ଅନେକ ଲୋକ ଆମ ସଂସ୍କୃତିକୁ ଭୁଲିବାରେ ଲାଗିଲେଣି | ପ୍ରାଚୀନ କାଳରେ ବିନା ରୋଗରେ ମନୁଷ୍ୟ ମନେ ଅନେକ ଦିନ ଜୀବିତ ରହୁଥିଲେ | ଏବଂ ବର୍ତ୍ତମାନ ସମୟରେ ମନୁଷ୍ୟଙ୍କର ଆୟୁ କମିବାରେ ଲାଗିଛି |
ପୂର୍ବରୁ ଲୋକମାନେ ତଳେ ବସି ଖାଉଥିଲେ ଯାହା ଦ୍ୱାରା ମନୁଷ୍ୟ ଏବଂ ମାଟିର ଉର୍ଜା ପରସ୍ପର ସହ ଯୋଡି ହେଉଥିଲେ | ଯାହା ଫଳରେ ସେ ସ୍ୱାସ୍ଥ୍ୟ ଏବଂ ବଳଶାଳୀ ହେଉଥିଲେ | କିନ୍ତୁ ଆଜି କାଲି ଲୋକଙ୍କ ଭିତରେ ଥକା ପଣ ଏବଂ କମଜୋରୀ ଆସିବା ବହୁତ ସାଧାରଣ କଥା ହୋଇଗଲାଣି | ପ୍ରାଚୀନ କାଳରୁ ଖାଦ୍ୟ ଖାଇବା ସମୟରେ କିଛି ନିୟମ ତିଆରି କରାଯାଇଛି ଯାହା ଆମକୁ ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ | ଆସନ୍ତୁ ଜାଣିବା ଭୋଜନ କରିବା ସମୟରେ କେଉଁ କଥାର ଧ୍ୟାନ ଦେବା ଉଚିତ |
ରୋଷେଇ ଘର :- ବାସ୍ତୁ ଅନୁସାରେ ରୋଷେଇ ଘରେ ବୃହସ୍ପତି ଗ୍ରହର ପ୍ରତୀକ ବୋଲି କୁହାଯାଇଛି | ପ୍ରାଚୀନକାଳରେ ମଧ୍ୟ ରାଜା ମହାରାଜଙ୍କ ରୋଷେଇଘର ଏହି କଥାକୁ ନେଇ ତିଆରି ହେଉଥିଲା |ରୋଷେଇ ଘରକୁ ବାଥରୁମ କିମ୍ବା ଲାଟିନର ଉପରେ କିମ୍ବା ତଳେ ଜମା ବି ତିଆରି କରନ୍ତୁ ନାହିଁ | ରୋଷେଇଘର ଏବଂ ଶୌଚାଳୟର କାନ୍ଥ କେବେ ବି ଗୋଟେ କରନ୍ତୁ ନାହିଁ | ଏହା ସହ ରୋଷେଇଘରର ଦ୍ୱାର କେବେ ବି ଶୌଚାଳୟର ସାମ୍ନାରେ କରନ୍ତୁ ନାହିଁ |
ଖାଦ୍ୟ ଖାଇବା ସମୟରେ ମଧ୍ୟ ଦିଗର ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ | ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଁହ କରି ଖାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏମିତିରେ ମନୁଷ୍ୟର ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଦେବା ଦେବିଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ରହିଥାଏ | ଦକ୍ଷିଣ ଦିଗକୁ ମୁଁହ କରି ଖାଇଲେ ମାନ-ସଂମ୍ମାନର ବୃଦ୍ଧି ହୋଇଥାଏ | ଏବଂ ପୂର୍ବ ପୁରୁଷଙ୍କ ଆଶ୍ରିବାଦ ମିଳିଥାଏ | କିନ୍ତୁ ଯେଉଁ ବ୍ୟକ୍ତିଙ୍କର ବାପା ମାଆ ବଞ୍ଚିଥିବେ ସେମାନେ ଦକ୍ଷିଣ ଦିଗରେ ଖାଇବା ଉଚିତ ନୁହଁ | ତାଙ୍କୁ ପଶ୍ଚିମ ଦିଗକୁ ମୁଁହ କରି ଖାଇବା ଉଚିତ |
ଭୋଜନ କରିବା ପୂର୍ବରୁ ନିଜ ହାତ, ଗୋଡ଼,ମୁଁହକୁ ଭଲ ଭାବେ ଧୋଇନେବା ଉଚିତ | ଏଥିରେ ଆୟୁର ବୃଦ୍ଦି ହୋଇଥାଏ | ଓଦା ଗୋଡ଼ରେ ବସି ଖାଇଲେ ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ | ଜଳ ପଞ୍ଚତତ୍ୱ ମଧ୍ୟରୁ ଅନ୍ୟତମ ଅଟେ | ଏବଂ ମାଟିରେ ବସି ଖାଇବା ଦ୍ୱାରା ପୃଥିବୀ ଏବଂ ଜଳ ତତ୍ୱର ମିଳନ ହୋଇଥାଏ | ଯାହା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଇଛି | ଯେଉଁଥିରେ ଶରୀରରେ ଅନେକ ପ୍ରକାରର ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ |
କେବେ ବି ଖାଦ୍ୟ ନିଜ ବେଡ଼ରେ ରଖି ଖାଇବା ଉଚିତ ନୁହଁ | ଏମିତି କରିବା ଦାରା ଅନ୍ନର ଅପମାନ ହୋଇଥାଏ | ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ବେଡ଼ରେ ବସି ଖାଦ୍ୟ ବାହାଘର ହେବାରେ ଅସୁବିଧା ସାମ୍ନା ମକୁ ଅସିଥାଏ | ଏବଂ ଖାଇବା ସମୟ କେବେ ବି ବେଡ଼ରେ ବସି ଜମା ବି ଖାଇବା ଉଚିତ ହୋଇନଥାଏ | ତେଣୁ ଖାଇବା ବେଳେ ଧ୍ୟାନ ଦେବେ ଯେପରି ବେଡ଼ରେ ନ ବସି ତଳେ ବସି ଖାଦ୍ୟ ଗ୍ରହଣ କରିପାରିବେ |