ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ପ୍ରକୃତିର ଯେଉଁ ନିୟମ ରହିଚି ମହାଶିବରାତ୍ରିରେ ପ୍ରତ୍ୟେକ ମୁହୂର୍ତ୍ତ ଅମୃତ ପରି ପବିତ୍ର ହୋଇଥାଏ | ଏବଂ ଏହି ପର୍ବ ଫ୍ଲାଗୁଣ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀକୁ ପାଳନ କରାଯାଏ | କୁହାଯାଏ ଏହିଦିନ ଶିବ ଏବଂ ପାର୍ବତଙ୍କର ବିବାହ ହୋଇଥିଲା | ଏହିଦିନ ଯଦି ଆପଣ ଶିବପାର୍ବତୀଙ୍କର ପୂଜା କରନ୍ତି ତେବେ ଏହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥାଏ | ଆପଣ ଏହିଦିନ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ | ଭୋଲେନାଥ ଭୋଳା ହୋଇଥାନ୍ତି ସେ ତ ଗୋଟେ ବେଲପତ୍ରରେ ମଧ୍ୟ ସନ୍ତୁଷ୍ଟ ହୋଇଯାଇଥାନ୍ତି କିନ୍ତୁ ମହାଦେବ ବହୁତ ଜଲ୍ଦୀ ରୁଷ୍ଟ ମଧ୍ୟ ହୋଇଯାଇଥାନ୍ତି |
ଯେଉଁ ଠାରେ ମହାଦେବଙ୍କର କିଛି ଜିନିଷ ଅତି ପ୍ରିୟ ହୋଇଥାଏ | ସେହିଠାରେ ଅନ୍ୟ କିଛି ଜିନିଷ ମଧ୍ୟ ତାଙ୍କର ଅତି ଅପ୍ରିୟ ହୋଇଥାଏ | ଏମିତି କିଛି ଜିନିଷ ଅଛି ଯାହା ମହାଦେବଙ୍କ ପୂଜାରେ ବ୍ୟବହାର ନ ହେଲେ ପୂଜା ଅଧା ବୋଲି କୁହାଯାଏ ଏବଂ ଏମିତି ବି କିଛି ଜିନିଷ ଅଛି ଯାହା ବ୍ୟବହାର କଲେ ମହାଦେବ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି | ସେଥିପାଇଁ ମହାଦେବଙ୍କ ପୂଜା କରିବା ସମୟରେ ଆମକୁ କିଛି ବିଶେଷ କଥାର ଧ୍ୟାନ ରଖିବା ଉଚିତ ହୋଇଥାଏ | ଆସନ୍ତୁ ଜାଣିବା ଏହି ମହାପର୍ବ ଶିବରାତ୍ରିରେ କଣ କରିବା ଉଚିତ | ଏବଂ ମହାଦେବଙ୍କର କେଉଁ ଜିନିଷ ପ୍ରିୟ ଏବଂ କେଉଁ ଜିନିଷ ତାଙ୍କର ଅତ୍ୟନ୍ତ ଅପ୍ରିୟ ଅଟେ | ଯାହାକୁ ଭୁଲରେ ବି ଆପଣ କେବେ ମହାଦେବଙ୍କୁ ଚଢାନ୍ତୁ ନାହିଁ |
ଏହି ଦିନ ଆମିଷ ଭୋଜନ କରିବା ପାପ ହୋଇଥାଏ | ଆମିଷ ଭୋଜନ କରିବା ଦ୍ଵାରା ଭଗବାନ ଶିବ କୋପ ହୋଇଥାନ୍ତି ତେଣୁ ଏହି ଦିନ ଆମିଷ ଖାଇବା ଦ୍ୱାରା ବହୁତ ଅନିଷ୍ଟ ହୋଇଥାଏ | ତେଣୁ ଏହି ଦିନ ଆମିଷ ଖାଇବା ଉଚିତ ନୁହେଁ | ଏହିଦିନ ପିଆଜ ରଶୁଣ ଖାଇବା ଉଚିତ ନୁହେଁ | କାରଣ ପୁରାଣ ରେ ବର୍ଣିତ ଅଛି ଯେତେବେଳେ ଶ୍ରୀକୃଷ୍ଣ ରାହୁ ଏବଂ କେତୁଙ୍କ ଚକ୍ର ପେଷି ଅଲଗା କରିଥିଲେ ଯାହା ମସ୍ତିଷ୍କ କୁ ରହୁ ଏବଂ ଦେହକୁ. କେତୁ ବୋଲି କୁହାଯାଏ ସେହି ସମୟରେ ରହୁ କେତୁଙ୍କ ରକ୍ତ ମାଟିରେ ପଡି ପିଆଜ ଏବଂ ରଶ଼ୁଣ ର ଉତ୍ପତ୍ତି ହୋଇଥିଲା ତେବେ ଏହା ଆମିଷ ରେ ଗଣନା କରାଯାଏ ତେବେ ଏହାକୁ ଖାଇବା ଉଚିତ ନୁହେଁ |
ଏହି ଦିନ ଶିବଙ୍କର ଦିନ ହୋଇଥାଏ, ଏହି ଦିନ ଅତ୍ୟନ୍ତ ପବିତ୍ର ହୋଇଥାଏ | ଏହିଦିନ ଚୁଟି,ଦାଢ଼ି, ନଖ ଏସବୁ କିଛି ବି କାଟିବା ଉଚିତ ନୁହେଁ | ଏହିଦିନ ପୂର୍ବରୁ କିମ୍ବା ପରେ କାଟିବା ଉଚିତ ତେବେ ଏହି ଦିନ ଚୁଟି କାଟିବା ଉଚିତ ହୋଇନଥାଏ |ମହାଦେବ କ୍ରୋଧିତ ହୋଇଥାନ୍ତି | ଏହି ଦିନ ସୋମବାର ଦିନ ଦେହରେ ତେଲ ଲଗାଇବା ଉଚିତ ନୁହେଁ |
ଶିବରାତ୍ରି ଅତ୍ୟନ୍ତ ଧାର୍ମିକ ଦିନ ହୋଇଥାଏ ଏହିଦିନ ବିବାହ କରିବା ଏବଂ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇନଥାଏ | ଏହା କରିବା ଦ୍ୱାରା ବହୁତ ଅନିଷ୍ଟ ହୋଇଥାଏ,ତେବେ ଏହି ଦିନରେ ବିବାହ କରିବା ଏବଂ ଶାରୀରିକ ସମ୍ପର୍କ ରଖିବା ନିଷେଧ ହୋଇଥାଏ | ଶିବରାତ୍ରିରେ କ୍ଷୀର ପିଇବା ନିଷେଧ ହୋଇଥାଏ ଏହି ଦିନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ କ୍ଷୀର ସାହାଯ୍ୟରେ ଅଭିଷେକ୍ଷ କରାଯାଇଥାଏ | ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ କ୍ଷୀର ତାଙ୍କ ମସ୍ତକ ରେ ଢଳାଯାଇଥାଏ ତେବେ ଏହି ମାସରେ ବିଶେଷ କରି କଞ୍ଚା କ୍ଷୀର ପିଇବା ନିଷେଧ ହୋଇଥାଏ |
ଭଗବାନ ଶିବଙ୍କୁ ଦେବତାମାନଙ୍କର ଭଗବାନ ବୋଲି କୁହାଯାଏ। ଆମେ ସମସ୍ତେ ଚିତ୍ରରେ ଦେଖିଥିବେ ଯେ ମହାଦେବ ସର୍ବଦା ତାଙ୍କ ସହିତ ଏକ ତ୍ରିଶୁଳ ରଖିଥାନ୍ତି | ତ୍ରିଶୂଲଙ୍କୁ ତିନି ଦେବତା ଏବଂ ତିନୋଟି ଜଗତର ପ୍ରତୀକ ଭାବରେ ବିବେଚନା କରାଯାଏ । ଯଦି ଆପଣ ପବିତ୍ର ଶ୍ରାବଣ ମାସରେ ତ୍ରିଶୁଳ କୁ ନିଜ ଘରକୁ ଆଣନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଘରେ ଏହାର ଉପସ୍ଥିତି ହେତୁ ବିପର୍ଯ୍ୟୟର ଭୟ ରହେ ନାହିଁ | ଭଗବାନ ଶିବଙ୍କ ତ୍ରିଶୂଲ ଘର ଏବଂ ପରିବାରକୁ ଖରାପ ଶକ୍ତିରୁ ରକ୍ଷା କରିଥାଏ। ଆପଣ ଘରେ ଏକ ତମ୍ବା କିମ୍ବା ରୂପା ତ୍ରିଶୁଳ ରଖିପାରିବେ | ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ |
ଆପଣଙ୍କୁ କହିରଖୁଛୁ କି ରୁଦ୍ରାକ୍ଷ୍ୟ ସ୍ୱୟଂ ପ୍ରଭୁ ଶିବଙ୍କର ସମକକ୍ଷ ଭାବରେ ବିବେଚନା କରାଯାଏ | ଏହିଦିନ ଯଦି ଆପଣ ଏହାକୁ ଏକ ଶୁଭ ସମୟରେ ଘରକୁ ଆଣନ୍ତି, ତେବେ ଏହା ପ୍ରଗତିର ପଥ ଖୋଲିଥାଏ | ଏହା ସହିତ ଶ୍ରାବଣରେ ରୁଦ୍ରକ୍ଷାର ପିନ୍ଧିବା ଦ୍ୱାରା ସମସ୍ତ ରୋଗ ମଧ୍ୟ ନଷ୍ଟ ହୋଇଯାଏ | ଯଦି ଆପଣ ରୁଦ୍ରକ୍ଷଙ୍କୁ ଘରେ ରଖନ୍ତି, ତେବେ ଏହା ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ସକରାତ୍ମକ ଶକ୍ତି କୁ ଘରେ ପ୍ରବେଶ କରିଥାଏ |
ଭଗବାନ ଶିବଙ୍କୁ ଡମ୍ବରୁ ସହିତ ସବୁବେଳେ ଦେଖାଯାଏ | ଯେଉଁ ଘରେ ଡମ୍ବରୁ ଅଛି, ସେଠାରେ କୌଣସି ଖରାପ ଭାଗ୍ୟ ନାହିଁ | ଡମ୍ବରୁ ଶବ୍ଦରେ ଏତେ ଶକ୍ତି ଅଛି ଯେ ଏହା ଘରର ପରିବେଶକୁ ଚାପମୁକ୍ତ କରିଥାଏ | ପବିତ୍ର ଶ୍ରାବଣ ମାସରେ, ପ୍ରତିଦିନ ଘରେ ଡମ୍ବରୁ ବଜାଇ ଭଗବାନ ଶିବଙ୍କୁ ପ୍ରଶଂସା କରନ୍ତୁ , ଏହା ଭୋଲେନାଥଙ୍କୁ ବହୁତ ଖୁସି କରେ |