ଆଜିକାର ଏହି ଲେଖାରେ ଆମେ ଫିଟିକିରିକୁ ନେଇ ଜୀବନର କିଛି ସହଜ ଏବଂ ସରଳ ଉପାୟ ବିଷୟରେ କହିବୁ । କାରଣ ଫିଟିକିରି ଏପରି ଏକ ବସ୍ତୁ ଅଟେ ଯାହାକି ଔଷଧୀୟ ଗୁଣରେ ଭରପୁର ହୋଇଥାଏ ଏବଂ ଏହା ସବୁ ପ୍ରକାରର ଶକ୍ତିକୁ ଅବଶୋଷିତ କରିବାର କ୍ଷମତା ରଖିଥାଏ । ଯଥା ସକାରାତ୍ମକ ଏବଂ ନକରାତ୍ମକ ଶକ୍ତି ।
ତେଣୁ କୌଣସିବି ନକରାତ୍ମକତାକୁ ଫିଟିକିରି ହିଁ ଅବଶୋଷିତ କରି ଜୀବନକୁ ଠିକ କରିଥାଏ ଏବଂ ଦାରିଦ୍ର୍ୟତାରୁ ମଧ୍ୟ ଦୂରେଇ ରଖିଥାଏ । କହିବାକୁ ଗଲେ ଜୀବନ ସମସ୍ୟାରେ ପରିପୂର୍ଣ୍ଣ । କିନ୍ତୁ ସମସ୍ୟା ସମୟରେ ଧୌର୍ଯ୍ୟହରା ନହୋଇ ଦୃଢ଼ ଭାବରେ ରହିବା ଏବଂ ସମସ୍ୟାକୁ ସାମ୍ନା କରି ତାହାର ସମାଧାନ କରିବାକୁ ଚେଷ୍ଟା କରିବା ହିଁ ଜୀବନ ଅଟେ । ଜୀବନରେ ସବୁବେଳେ କିଛି ନା କିଛି ଚିନ୍ତା ଭାବନା ମଧ୍ୟ ଲାଗି ରହିଥାଏ । ତେଣୁ ଏଭଳି ପରିସ୍ଥିତିରେ ଫିଟିକିରିର କିଛି ଉପାୟ ନିଶ୍ଚୟ ଘରେ କରନ୍ତୁ ।
ସନ୍ଧ୍ୟା ସମୟରେ ପୂଜାଘର ଏକ ନାଲି କପଡ଼ା ବିଛାନ୍ତୁ । ଏହା ଉପରେ ଚାଉଳ ଏବଂ ହଳଦୀ ସହିତ ଏକ ଟୁକୁଡ଼ା ଫିଟିକିରି ମଧ୍ୟ ରଖନ୍ତୁ । ଏହାପରେ ଧୂପ ଜଳାଇ ଏହାକୁ ଶୁଦ୍ଧ କରନ୍ତୁ ଏବଂ ନାଲି କପଡ଼ା ପୁଟୁଳି କରି ନାଲି ସୂତାରେ ବାନ୍ଧି ଦିଅନ୍ତୁ ଏବଂ ଘରର ମୁଖ୍ୟଦ୍ୱାରରେ ଝୁଲାଇ ଦିଅନ୍ତୁ । ଏଥିପାଇଁ କେବଳ ଲୁହାକଣ୍ଟାର ହିଁ ବ୍ୟବହାର କରନ୍ତୁ ।
ଯଦି ଆପଣ କରଜ ଜନିତ ସମସ୍ୟାରେ ଅଛନ୍ତି ତେବେ ଏକ ପାନ ପତ୍ରରେ ଫିଟିକିରି ରଖି ସିନ୍ଦୁର ସିଞ୍ଚି ଦିଅନ୍ତୁ ଏବଂ ତାହାକୁ ଏକ ନାଲି ସୂତାରେ ବାନ୍ଧି ତାହାକୁ ଏକ ଅଶ୍ୱତ୍ଥ ବୃକ୍ଷ ମୂଳରେ ରଖି ଏକ ବଡ଼ ପଥରରେ ଦବାଇ ଦିଅନ୍ତୁ । ଏପରି ଲଗାତାର ତିନୋଟି ବୁଧବାର ପର୍ଯ୍ୟନ୍ତ କରନ୍ତୁ । ମାତ୍ର ଯେପରି ଏହି ଉପାୟ କରିବା ସମୟରେ କେହିବି ନଦେଖନ୍ତି । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ କରଜ ସମସ୍ୟା ଧୀରେ ଧୀରେ ଶେଷ ହୋଇଯିବ।
ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ପ୍ରକାରର ମନ ମାଳିନ୍ୟ କିମ୍ବା ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖା ଦେଉଛି ତେବେ ରାତିରେ ଶୋଇବା ବେଡ଼ ତଳେ ଏକ ଗ୍ଲାସରେ ପାଣି ନେଇ କିଛି ଫିଟିକିରି ପକାଇ ରଖି ଦିଅନ୍ତୁ । ସକାଳୁ ତାହାକୁ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢ଼ାଳି ଦିଅନ୍ତୁ । ଏହିପରି ଏକ ମାସ ଲଗାତାର କଲେ ଏହି ସମସ୍ୟା ଦୂରେଇ ଯିବ । ଏହାବ୍ୟତୀତ ଯଦି ଆପଣ କଳା କପଡ଼ାରେ ଫିଟିକିରି ବାନ୍ଧି ରଖନ୍ତି ତେବେ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯାଏ ।
ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାରରେ ସବୁବେଳେ ଖୁସି ରାହୁ ଏବଂ କେବେବି କୌଣସି ବିବାଦ ଦେଖା ନଦେଉ ତେବେ ଏକ ପାତ୍ରରେ ଫିଟିକିରି ରଖି ବାଥରୁମରେ ଏକ କୋଣରେ ରଖି ଦିଅନ୍ତୁ । କାରଣ ଫିଟିକିରିର ନକରାତ୍ମକ ଶକ୍ତି ଅବଶୋଷିତ କରିବାର କ୍ଷମତା ରହିଥାଏ । ଏହାଦ୍ବାରା ଘର ପରିବାରରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।
ଯଦି ଆପଣ କୌଣସି ପରୀକ୍ଷାରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ କିଛି ଫିଟିକିରି ଟୁକୁଡ଼ା , ନୀଳ ଫୁଲ ଏବଂ ବେଲ୍ଟ ନେଇ ଦେବୀ ମା’ଙ୍କୁ ଅର୍ପିତ କରି ଦିଅନ୍ତୁ । ଏହାପରେ ସେହି ବେଲ୍ଟକୁ ନେଇ କାହାକୁ ଦାନ କରି ଫିଟିକିରିକୁ ନିଜ ପାଖରେ ରଖି ନିଅନ୍ତୁ । ଏହି ଉପାୟ କରିବା ଦ୍ୱାରା କୌଣସିବି ପରୀକ୍ଷାରେ ଆପଣଙ୍କୁ ସଫଳ ହେବାକୁ କେହିବି ଅଟକାଇ ପାରିବେ ନାହିଁ ।
ପ୍ରତ୍ୟେକ ଦିନ ଥରେ କିମ୍ବା ସପ୍ତାହରେ ଥରେ ଫିଟିକିରି ମିଶା ପାଣିରେ ପୋଛା ମାରିଲେ ଘରୁ ନକରାତ୍ମକତା ଦୂରେଇ ଯାଏ । ଯଦି କେହି ବ୍ୟକ୍ତି ନଜର ଦୋଷରେ ପୀଡ଼ିତ ଅଛନ୍ତି ତେବେ ତାକୁ ବିଛଣାରେ ଶୁଆଇ କିଛି ଫିଟିକିରି ଖଣ୍ଡ ହାତରେ ନେଇ ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ନିଅନ୍ତୁ । ଏହାପରେ ତାହାକୁ ପାଦରେ ସ୍ପର୍ଶ କରି ନିଆଁରେ ପକାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ନଜର ଦୋଷ ଦୂର ହୋଇଯିବ ।
ଯଦି କୌଣସି ଛୋଟ ପିଲା ନଜର ଦୋଷ କାରଣରୁ କାନ୍ଦୁଛି ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ କିଛି ଫିଟିକିରି ରଖି ଦିଅନ୍ତୁ । ଏହି ସମସ୍ୟା ଦୂର ହୋଇଯିବ । ଯଦି ପିଲାର ପାଠ ପଢ଼ିବାରେ ମନ ଲାଗୁନାହିଁ ତେବେ ପଢ଼ିବା ରୁମରେ ଏକ ପାତ୍ରରେ ଫିଟିକିରି ରଖିଲେ କିଛିଦିନ ମଧ୍ୟରେ ହିଁ ଏହି ସମସ୍ୟା ଦୂରେଇ ଯିବ । କେବଳ ମନୁଷ୍ୟ ଉପରେ ଯେ ଖରାପ ନଜର ପଡ଼ିଥାଏ ତାହା ନୁହେଁ ।
ବ୍ୟାପାର ଉପରେ ମଧ୍ୟ ଖରାପ ନଜର ପଡ଼ିଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କୌଣସି ଶନିବାର ଦିନ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ତାହାକୁ ବ୍ୟବସାୟ ସ୍ଥାନ କିମ୍ବା ଦୋକାନର ମୁଖ୍ୟଦ୍ୱାରରେ କଳା ସୂତାରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହିତ ବ୍ୟାପାରରେ ଉନ୍ନତି ମଧ୍ୟ ହେବ । ଧୀରେ ଧୀରେ ଆପଣଙ୍କର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ ।